February 9, 2025

Odia Express

Here, There and Everywhere

ଯଦି ଜଲଦି କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତ କରନ୍ତୁ ଏହି ଉପାୟ – ନିଶ୍ଚୟ ଏହି କାମ କଲେ ଆପଣ କରଜରୁ ମୁକ୍ତି ହେବେ..

ସାଙ୍ଗମାନେ ପଇସା ମଣିଷର ଛୋଟ ବଡ଼ ସମସ୍ୟାକୁ ପୁରା କରିଥାଏ।ପଇସା କମେଇବା ଏତେ ବି ସହଜ ହୋଇନଥାଏ ଏହାପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ।ବହୁତ ଲୋକ ବିଶ୍ୱାସ ଓ ଭରସା ଦ୍ଵାରା କମାଇ ଥାଆନ୍ତି ତ କିଛି ଲୋକ ଚୋରି ବା ଅସତ ଉପାୟରେ କମାଇ ଥାଆନ୍ତି।ଲୋକ ଏମିତି ବି ଥାଆନ୍ତି ଯାହାଙ୍କର ଆମଦାନୀ ବହୁତ କମ ହୋଇଥାଏ କିନ୍ତୁ ଖର୍ଚ୍ଚ ଅଧିକ ହୋଇଥାଏ।ଏମିତିରେ ସେମାନେ କରଜ ନେଇଥାନ୍ତି।ତାଙ୍କର ପୁରା ଜୀବନ ଉଧାର ଶୁଝି ଶୁଝି ହିଁ ଚାଲି ଯାଇଥାଏ।ଆଜି ମୁ ଆପଣଙ୍କୁ ବାସ୍ତୁ ସହିତ ଜଡିତ ଏମିତି କିଛି ଉପାୟ କହିବି ଯାହାଦ୍ଵାରା ଆପଣଙ୍କ କରଜ ଅତି ଶୀଘ୍ର ସମାପ୍ତ ହୋଇଯିବ।

ସନ୍ଧ୍ୟା ପୂଜା ପରେ ବାହାରେ କାହାକୁ ବି ପଇସା ଦିଅନ୍ତୁ ନାହିଁ।ପଇସା ନେବା ଦେବା ପାଇଁ ସବୁଠୁ ଭଲ ବାର ହେଉଛି ସୋମବାର ଓ ବୁଧବାର।ଏହା ଛଡ଼ା ଆଉ କୌଣସି ବି ଦିନ ଉଧାର ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ।ସନ୍ଧ୍ୟା ସମୟରେ ତୁଳସୀ ପତ୍ରକୁ ଛିଡ଼ାନ୍ତୁ ନାହିଁ।ଏହାଦ୍ବାରା ଧନ ହାନି ହୋଇଥାଏ।କୁହନ୍ତି କି ତୁଳସୀ ଗଛରେ ସାକ୍ଷାତ ଲକ୍ଷ୍ମୀ ଦେବୀଙ୍କ ବାସ ରହିଥାଏ।ଘରର କାନ୍ଥକୁ ସଫା ସୁତୁରା ରଖନ୍ତୁ।କାନ୍ଥରେ ଦାଗ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।ସମୟେ ସମୟେ ଘରର କୋଣକୁ ସଫା ମଧ୍ୟ କରିବେ।ଘରର ଦକ୍ଷିଣ ପଶ୍ଚିମ ଭାଗରେ ଟଏଲେଟ ବନାନ୍ତୁ ନାହିଁ।ଏହାଦ୍ବାରା କରଜ ବଢ଼ିଥାଏ।

ଘର ବା କାର୍ଯ୍ୟାଳୟରେ ପାଣିର ବ୍ୟବସ୍ତା ଉତ୍ତର ଦିଗରେ ରଖନ୍ତୁ।ଘରେ ହେଉ ବା ଯେ କୌଣସି ଜାଗାରେ ଯଦି ସିଡି ପଶ୍ଚିମ ଦିଗରେ ଅଛି ତାହେଲେ ଆପଣଙ୍କୁ କରଜର ସାମ୍ନା କରିବାକୁ ପଡ଼ିବ।ଘରେ ହେଉ ବା କାର୍ଯ୍ୟ ସ୍ଥଳ କାଚ ସବୁବେଳେ ଉତ୍ତର ଦିଗରେ ଲଗାଇବେ।ଏହାଦ୍ବାରା ଧନ ଲାଭ ହୋଇଥାଏ।ଯଦି ଆପଣ କରଜ ନେଇଛନ୍ତି ତ ପ୍ରଥମ କିସ୍ତି ମଙ୍ଗଳ ବାର ଠାରୁ ପରିଶୋଧ କରନ୍ତୁ।ଅତି ଶୀଘ୍ର କରଜ ସମାପ୍ତ ହୋଇଯିବ।ଉତ୍ତର ଦିଗରେ ଜମା ଭାରୀ ଜିନିଷ ରଖନ୍ତୁ ନାହିଁ।

ମେଷ ରାଶି ପାଇଁ କରଜରୁ ମୁକ୍ତି ପାଇବା ପାଇଁ ଗଣେଶଙ୍କ ପୂଜା କରିବା ପାଇଁ ପଡ଼ିବ।ବୃଷ ରାଶି ପାଇଁ ଦେବୀ ଲକ୍ଷ୍ମୀଙ୍କୁ ଗୋଲାପି ଫୁଲ ଅର୍ପଣ କରନ୍ତୁ।ମିଥୁନ ରାଶିର ବ୍ୟକ୍ତି ହନୁମାନଙ୍କ ପୂଜା କରନ୍ତୁ ଓ ପ୍ରତି ମଙ୍ଗଳବାର ବ୍ରତ ରଖିବେ।କର୍କଟ ରାଶିର ବ୍ୟକ୍ତିମାନେ ବୃହସ୍ପତି ବାର ଦିନ କଦଳୀ ଦାନ କରନ୍ତୁ।ସିଂହ ରାଶି ପ୍ରତି ଶନିବାର ଅଶ୍ୱତ୍ଥ ବୃକ୍ଷ ମୂଳେ ଦୀପ ପ୍ରଦାନ କରନ୍ତୁ।କନ୍ୟା ରାଶି ପ୍ରତି ଶନିବାର ମିଠା ଜିନିଷ ଦାନ କରନ୍ତୁ।ତୁଳା ରାଶି ପ୍ରତି ଗୁରୁବାର ହଳଦିଆ ବସ୍ତ୍ର ଧାରଣ କରନ୍ତୁ ଓ ବିଷ୍ଣୁଙ୍କ ପୂଜା କରନ୍ତୁ।ବିଛା ରାଶି ପ୍ରତି ବୁଧବାର ଦିନ ପଶୁ ମାନଙ୍କୁ ଚାରା ଖୁଆନ୍ତି।ଧନୁ ରାଶି ପ୍ରତିଦିନ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ପୂଜା କରନ୍ତୁ।ମକର ରାଶି ପ୍ରତିଦିନ ଗଣେଷଙ୍କ ପୂଜା କରନ୍ତୁ।କୁମ୍ଭ ରାଶି ପ୍ରତି ରବିବାର ଶିବଙ୍କ ପୂଜା କରନ୍ତୁ।ମୀନ ରାଶି ଗାଈକୁ ରୁଟି ଖାଇବାକୁ ଦେବେ।

Leave a Reply

Your email address will not be published. Required fields are marked *