January 22, 2025

Odia Express

Here, There and Everywhere

୩ ପ୍ରକାରର ହୋଇଥାଏ ଆକର୍ଷଣ,ଜାଣନ୍ତୁ ଆପଣଙ୍କର ସମ୍ପର୍କ କାହା ଉପରେ ଆଧାରିତ ହୋଇଛି…

1 min read

ସାଙ୍ଗମାନେ କେହି ଜଣେ ସତ କହିଛି ଯେ କାହାକୁ ଅତି ଭଲ ପାଇବା ତା ପ୍ରତି ଆକର୍ଷିତ ହେବା ଆମକୁ କମଜୋର କରିଦିଏ।ଏହା ଆପଣଙ୍କୁ ଅନ୍ୟକୁ ଭଲ ପାଇବା ପାଇଁ ଶକ୍ତି ଦେଇଥାଏ।ଯଦି ଆପଣ କାହାକୁ ଅତି ଭଲ ପାଉଛନ୍ତି ତ ତାଠୁ ବିଚ୍ଛେଦ ଘଟିଲେ ଏହା ଆପଣକୁ କମଜୋର କରିଦିଏ।ମାନବ ଜୀବନ ସମ୍ପର୍କ ଉପରେ ହିଁ ଆଧାରିତ ଅଟେ।ଏହାର ଖାସିୟତ ଏହା ଯେ ପ୍ରତି ସମ୍ପର୍କର ସ୍ୱରୂପ ଅନ୍ୟ ସମ୍ପର୍କ ଠାରୁ ଅଲଗା ଅଟେ।

କିଛି ସମ୍ପର୍କ ସ୍ବାର୍ଥ ଉପରେ ଆଧାରିତ ହୋଇଥାଏ ତ କିଛି ପ୍ରେମ ଓ ଭାବନା ଉପରେ।ସମ୍ପର୍କ ଯେମିତି ବି ହଉ ସେଥିରେ ଭଲ ପାଇବା ରହିଥିବା ଦରକାର।କିନ୍ତୁ ଆପଣ କଣ ଜାଣିଛନ୍ତି ଯେ ସମ୍ପର୍କ ମଧ୍ୟରେ ଆକର୍ଷଣ ମଧ୍ୟ ଅଲଗା ଅଲଗା ପ୍ରକାରର ହୋଇ ଥାଏ।କଣ ଆପଣ ଜାଣିଛନ୍ତି ଯେ ଯଦି ଆମେ କାହା ଉପରେ ମୋହ ବା ଆସକ୍ତି ରଖୁ ତ ସେ ଭାବନାକୁ ତିନି ଶ୍ରେଣୀରେ ରଖାଯାଇଛି।ଏହା ସମ୍ପର୍କ ବ୍ୟତୀତ ସାମ୍ନା ବ୍ୟକ୍ତିର ସ୍ଵଭାବ ମଧ୍ୟ ଦେଖାଇଥାଏ।

ପ୍ରଥମ ହେଉଛି ସୁରକ୍ଷିତ ଆକର୍ଷଣ:-ଏ ପ୍ରକାର ଆକର୍ଷଣ ସେମାନଙ୍କ ଠାରେ ଦେଖାଯାଏ ଯାହା ସାନିଧ୍ୟରେ ଆପଣ ବଡ଼ ହୋଇଛନ୍ତି।ଯେପରି ଆପଣଙ୍କ ମାତାପିତା ବା ଘରର ଅନ୍ୟ କୌଣସି ସଦସ୍ୟ।ଏମାନେ ଆପଣଙ୍କୁ ଭାବନାତ୍ମକ ସମର୍ଥନ ଦେବା ପାଇଁ ସବୁ ସମୟରେ ପ୍ରସ୍ତୁତ ଥାଆନ୍ତି। ଏ ପ୍ରକାର ଆକର୍ଷଣ ଆପଣ ଆପଣଙ୍କ ପାର୍ଟନରଙ୍କ ସହିତ ମଧ୍ୟ ରଖିଥାନ୍ତି।ଏହା ଏକ ସୁସ୍ଥ ଆକର୍ଷଣ ବୋଲି ଧରାଯାଏ ଯେଉଁଥିରେ ପରଷ୍ପର ମଧ୍ୟରେ ଭଲ ପାଇବା ଥାଏ।

ଦ୍ଵିତୀୟ ହେଉଛି ଚିନ୍ତା ଜନକ ବା ବ୍ୟାକୁଳ ଆକର୍ଷଣ:-ଏହା ଏପରି ଏକ ଆକର୍ଷଣ ଯାହା ଆମେ ସାମ୍ନା ବ୍ୟକ୍ତି ଉପରେ ରଖୁ ଯେପରି ସେ ଆମକୁ ଛାଡି ଚାଲି ନଯାଏ।ଏଥିରେ ପାର୍ଟନର କେବଳ ସାମ୍ନା ଲୋକର ଖୁସି ପାଇଁ କାମ କରିଥାନ୍ତି।ଏହି ସମ୍ପର୍କରେ ସୁରକ୍ଷାପଣ ର ଅଭାବ ରହିଥାଏ।ଏହି ସମ୍ପର୍କରେ ନିଜ ପାର୍ଟନର ର ଖୁସି ପାଇଁ ପରିଶ୍ରମ କରିବାକୁ ପଡ଼ିଥାଏ।ଏହି ପ୍ରକାର ସମ୍ପର୍କ ବେଶୀ ଦିନ ତିଷ୍ଠି ରହି ପାରେ ନାହିଁ।ଏଥିରେ ବେଳେବେଳେ ତିକ୍ତତା ଦେଖା ଦେଇଥାଏ।

ତୃତୀୟ ହେଉଛି ନଜର ଅନ୍ଦାଜ କଲା ଆକର୍ଷଣ:-ଯେଉଁମାନେ ଏ ପ୍ରକାର ସମ୍ପର୍କ ରଖିଥାନ୍ତି ସେମାନେ ପ୍ରାୟତଃ ଧୋକା ଖାଇଥାନ୍ତି।ତାଙ୍କୁ ଲାଗିଥାଏ ଯେ ଯଦି ଆପଣ ସମ୍ପର୍କ ରଖିବେ ତ ଆପଣଙ୍କୁ ଧୋକା ନିଶ୍ଚୟ ମିଳିବ।ସେମାନେ ଅଲଗା ରହିବା ପସନ୍ଦ କରନ୍ତି।ଏମାନେ କୌଣସି ସମ୍ପର୍କରେ ସମର୍ପିତ ହୋଇ ରହିପାରନ୍ତି ନାହିଁ।ଏମାନଙ୍କୁ ସବୁ ବେଳେ ଲାଗିଥାଏ ଯେ ସମ୍ପର୍କରେ ଧୋକା ଥାଏ। ତ ସାଙ୍ଗମାନେ ଏହା ଥିଲା ଆଜିର ବିଷୟ ।ଆପଣ ଏହି ତିନୋଟି ରୁ ବାଛନ୍ତୁ ଆପଣଙ୍କର କେଉଁ ପ୍ରକାର ଆକର୍ଷଣ।

Leave a Reply

Your email address will not be published. Required fields are marked *