October 10, 2024

Odia Express

Here, There and Everywhere

ତୁଳସୀ ଗଛକୁ ଜଲଦି ବଢ଼େଇବାର ଉପାୟ – ଏହି ଉପାୟ କଲେ ଆପଣଙ୍କ ଘରେ ଥିବା ତୁଳସୀ ଗଛ ମାତ୍ର କିଛି ଦିନ ରେ ପୁରା ହୃଷ୍ଟପୃଷ୍ଟ ହେଇଯିବ..

ତୁଳସୀ ଗଛ ଆମ ପାଇଁ ବହୁତ ଆବଶ୍ୟକ ଅଟେ।ଏହା ପରିବେଶ ପାଇଁ ମଧ୍ୟ ବହୁତ ଆବଶ୍ୟକ ଅଟେ।ଯଦି ଆପଣ ଏହାର ବ୍ୟବହାର ଠିକ ଉପାୟରେ କରିବେ ତାହେଲେ ଏହା ଆପଣଙ୍କୁ ବହୁତ ଅଧିକ ଲାଭ ମଧ୍ୟ ଦିଏ।ପ୍ରଥମତଃ ଏହାର ପତ୍ର ଔଷଧୀୟ ଗୁଣରେ ପରିପୂର୍ଣ ଅଟେ ଏବଂ ଯଦି ଆପଣ ଏହାର ପତ୍ରକୁ ସବୁଦିନ ଖାଇବେ ତାହେଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢିବ ଦ୍ୱିତୀୟତ ତୁଳସୀ ଗଛ ରହିଲେ ପାଖରେ ମଶା ମଧ୍ୟ ବେସି ହୁଅନ୍ତି ନାହିଁ।ଏହି ଆର୍ଟିକିଲରେ ଆପଣଙ୍କୁ କେମିତି ତୁଳସୀ ଗଛକୁ ଜଲଦି ବଢ଼େଇବା ଏବଂ ଗଛର ପତ୍ର ଯଦି କରଲୀ ହେବ ତାହେଲେ କଣ କରିବା ଜଣାଯାଇଛି।

ସବୁଠୁ ପ୍ରଥମ କାମ ହେଉଛି ଗଛର ମାଟିକୁ କିଛି ଖୋଳିବା କାରଣ ଯଦି ପାଣି ଜମି ରହୁଛି ତାହେଲେ ତାହା ଗଛ ପାଇଁ ହାନିକାରକ ହୋଇପାରେ।ତାହାପରେ ଆମେ ଏହା ମାଟିରେ କିଛି ଅର୍ଗାନିକ ଫାର୍ଟିଲାଇଜର ମିସେଇବା ଯାହାର ନାମ ହଉଛି ବର୍ମୀ କମ୍ପୋଜ କାରଣ ଏହା ତୁଳସୀ ଗଛ ପାଇଁ ସବୁଠୁ ଭଲ ଅଟେ ଏବଂ ଏହା ଆପଣ ପ୍ରତି ପଚିଶ ଦିନରେ ଥରେ ପକେଇବେ ଯାହାଦ୍ୱାରା ଏହା ଆବଶ୍ୟକ ନ୍ୟୁଟ୍ରିସନ ପାଇବ।ଦ୍ୱିତୀୟ ପଦାର୍ଥ ହେଉଛି ଏପସଂ ସଲଟ। ଯଦି ଆପଣଙ୍କ ଗଛର ପତ୍ର କରଲୀ ହେଉଛି କିମ୍ବା ପତ୍ର ହଳଦିଆ ପଡୁଛି ଅଥବା ଗଛ ଯଦି ବଢ଼ୁନୀ ତାହେଲେ ଏହି ସଲଟ ଗଛ ପାଇଁ ବହୁତ ଭଲ ଅଟେ।

ଏବେ ଆମେ କଥା ହେବା ଏପସଂ ସଲଟ କିପରି ବ୍ୟବହାର କରିବା।ପ୍ରଥମେ ଆପଣ ଗୋଟେ ଲିଟର କିଂବା ଅଧା ଲିଟର ପାଣି ନେବେ ତାପରେ ସେଥିରେ ଅଧା ଚାମଚ ସଲଟ ମିସେଇବେ ଏବଂ ଏହାକୁ ଭଲସେ ମିସେଇଦେବେ।ଏହା ଗଛରେ ଥିବା ମଗ୍ନେସିୟମ ସଲଫେଟର କମିକୁ ପୂରଣ କରେ ଏବଂ ପ୍ଲାଣ୍ଟର ବୃଦ୍ଧି ପାଇଁ ବହୁତ ଆବଶ୍ୟକ ଅଟେ।ଯଦି ଆପଣ ଏହାକୁ ସ୍ପ୍ରେ ଜରିଆରେ ଗଛରେ ଦେବେ ତାହେଲେ ଆପଣଙ୍କ ଗଛ ବହୁତ ଜଲଦି ବଢ଼ିବାରେ ଲାଗିବ। ଯଦି ଆପଣ ଚାହିଁବେ ତାହେଲେ ଏହାକୁ ମାଟିରେ ମଧ୍ୟ କିଛି ଦେଇପାରିବେ ପ୍ରତି ପଚିଶ ଦିନରେ ଥରେ।

ସବୁଠୁ ଶେଷ ପର୍ଯ୍ୟାୟ ହେଉଛି ଗଛକୁ କେମିତି ବହଳିଆ ଏବଂ ଭଲ ଗ୍ରୋଥ ଦେବା।ତାହା ପାଇଁ ଆମେ ଗଛର ପିଂଚିଂ କରିବା ଅତି ଆବଶ୍ୟକ ଅଟେ।ଆପଣ ଦେଖିବେ ପିଂଚିଂ କରିବା ଦ୍ୱାରା ଗଛରେ ଅଧିକ ଏନରଜି ତଥା ଶକ୍ତି ଆସିବ ଏବଂ ଏହା ଭଲସେ ବଢିବ।ପିଂଚିଂ କରି ବାହାରୁଥିବା ପତ୍ରକୁ ନ ଫୋପାଡ଼ି ଖାଇଦେବା କାରଣ ଏହା ଦେହ ପାଇଁ ଭଲ ଅଟେ।ଏହାପରେ ଆପଣ ତିରିଶ ଦିନ ମଧ୍ୟରେ ପରିଣାମ ଦେଖିପାରିବେ କି ଏହା ବହୁତ ବହଳିଆ ଏବଂ ମୋଟା ହେଇଯାଇଛି।ଏହି ଉପାୟକୁ ବ୍ୟବହାର କରି ଆପଣ ତୁଳସୀ ଗଛକୁ ଆରମ ସେ ବଢ଼େଇପାରିବେ।ତେବେ ଏହାକୁ ନିଶ୍ଚିତ ଭାବରେ ଧ୍ୟାନ ଦେବେ।ଏହା ବହୁତ ଲାଭକାରୀ ପ୍ରକ୍ରିୟା ଅଟେ।

Leave a Reply

Your email address will not be published. Required fields are marked *