October 8, 2024

Odia Express

Here, There and Everywhere

ନଟରାଜ ଅବତାର ରହସ୍ୟ – କାହିଁକି ନଟରାଜ ଅବତାର ନେଇଥିଲେ ମହାଦେବ – ଏବେ ଜାଣିରଖନ୍ତୁ..

କଣ ଆପଣ ଯାଇନିଛନ୍ତି ଭଗବାନ ଶଙ୍କରଙ୍କ ନଟରାଜ ଅବତାରଙ୍କ ପାଦତଳେ କେଉଁ ଦାନବ ଅଛି?ଆମେ ସମସ୍ତେ ଭଗବାନ ଶିବଙ୍କ ନଟରାଜ ଅବତାରକୁ ବହୁତ ଥର ଦେଖିଛୁ।କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି ଭଗବାନଶିବଙ୍କ ଅବତାର ତଳେ ଏକ ଦାନବବି ଥାଏ?ସାଧାରଣ ଭାବରେ ଦେଖିଲେ ନଜର ଏହି ଦାନବ ଆଡକୁ ଯାଇନଥାଏ।କିନ୍ତୁ ନଟରାଜ ଅବତାରଙ୍କ ଡାହାଣ ଗୋଡ ତଳେ ଆପଣ ଏହାକୁ ଦେଖିପାରିବେ।କଣ ଆପଣ ଜାଣିଛନ୍ତି ବାସ୍ତବରେ ସେହି ଦାନବ କିଏ?ଆସନ୍ତୁ ଆଜି ଆମେ ସେହି ରାହସ୍ୟମୟୀ ଦାନବ ବିଷୟରେ ଜାଣିବା।

ସର୍ବପ୍ରଥମେ ଆପଣଙ୍କୁ ଏହା ଜଣାଇବୁଯେ ଭଗବାନ ଶଙ୍କରଙ୍କ ନଟରାଜ ମୂର୍ତି ତଳେ ଯେଉଁ ଦାନବ ଥାଏ ତାହାର ନାମ ହେଉଛି ଅପ୍ସମାର।ତାହାର ଅନ୍ୟ ଏକ ନାମ ମୁୟଲକ।ଅପ୍ସମାର ଏକ ବାମନ ରାକ୍ଷସ ଯାହାକୁ ଅଜ୍ଞାନତା ଏବଂ ବିସ୍ମୁର୍ତି ମାନେ ଭୁଲିବାର ଜନକ କୁହାଯାଏ।ଏହାକୁ ମିର୍ଗୀ ରୋଗର ପ୍ରତିନିଧି ମଧ୍ୟ ମନା ଯାଇଥାଏ।ଆଜିବି ମିର୍ଗୀ ରୋଗକୁ ସଂସ୍କୃତ ରେ ଅପ୍ସମାର କୁହାଯାଏ।ଯୋଗରେ ନଟରାଜ ଆସନ ନାମରେ ଏକ ଯୋଗ ଅଛି ଯାହାକୁ କରିବା ଦ୍ୱାରା ମିର୍ଗୀ ରୋଗରୁ ସୁନିଶ୍ଚିତ ଉପସମ ମିମିଥାଏ।ଦେବାଧିଦେବ ମହାଦେବଙ୍କ ନଟରାଜ ଅବତାରକୁ ନେଇ ଆମ ପୁରାଣରେ ବହୁତ କଥା ଅଛି।ଆପଣଙ୍କୁ ପ୍ରଥମେ ଏହି କଥା ଶୁଣାଇବୁ ଯେଉଁଠାରେ ଅପ୍ସମାର କଥା ବର୍ଣିତ ହୋଇଛି।ଏହି କଥା ସ୍କନ୍ଧ ପୁରାଣରୁ ନିଆଯାଇଛି।

ଏହି ପୁରାଣ ଅନୁସାରେ ଅପ୍ସମାର ଏକ ବାମାନ ରାକ୍ଷସ ଥିଲା ଯିଏ ନିଜକୁ ସର୍ବଶକ୍ତିଶାଳୀ ଏବଂ ଅନ୍ୟମାନଙ୍କୁ ହୀନ ବୋଲି ଭାବୁଥିଲା।ପୁରାଣରେ ତାହାକୁ ଆମର କୁହାଯାଇଛି।ତାହାକୁ ବରଦାନ ପ୍ରାପ୍ତ ଥିଲା କି ସେ ନିଜ ଶକ୍ତି ଦ୍ୱାରା କାହାରବି ଚେତନାର ହରଣ କରିପାରିବ।ତାକୁ ଅବହେଳା ଆଉ ମିର୍ଗୀ ରୋଗର ପ୍ରତିନିଧି ମଧ୍ୟ କୁହାଯାଇଛି।ନିଜର ଏହି ଶକ୍ତି ବଳରେ ଅପ୍ସମାର ସମସ୍ତିଙ୍କୁ ଦୁଃଖ ପହଞ୍ଚାଉଥିଲା।ତାହାର ସେହି ପ୍ରବାହ କାରଣରୁ ବ୍ୟକ୍ତି ମିର୍ଗୀ ରୋଗରେ ପୀଡିତ ହେଉଥିଲେ ଏବଂ ବହୁତ କଷ୍ଟଭୋଗୁଥିଲେ।ନିଜର ଏହି ଶକ୍ତି ଆଉ ଅମରତା କାରଣରୁ ତାକୁ ଗର୍ବ ହୋଇଯାଇଥିଲାକି ତାକୁ କେହି ପରାସ୍ତ କରିପାରିବେନି।

ଗୋଟେ ଥର କିଛି ଋଷିଗଣ ନିଜ ନିଜ ପତ୍ନୀଙ୍କ ସହ ଯଜ୍ଞ ଏବଂ ସାଧନା କରୁଥିଲେ।ପ୍ରଭୁଙ୍କ ମାୟାରୁ ତାଙ୍କୁ ସେମାନଙ୍କ ତ୍ୟାଗ ଆଉ ସିଦ୍ଧି ଉପରେ ଅଭିମାନ ଆସିଯାଇଥିଲା।ତାଙ୍କୁ ଲାଗୁଥିଲାକି ତାଙ୍କର ସେହି ସିଦ୍ଧି ଆଉ ତ୍ୟାଗଦ୍ୱାରା ଦୁନିଆ ତିଷ୍ଠିରହିଛି।ଏଥିରୁ ଭଗବାନଶଙ୍କର ଏବଂ ମାତାପାର୍ବତୀ ଭିକାରି ରୂପରେ ସେଠାରେ ପ୍ରକଟ ହେଲେ ଏହା କାରଣରୁ ସବୁ ପତ୍ନୀ ମନେ ତାଙ୍କୁ ପ୍ରଣାମ କରିବାପାଇଁ ଯଜ୍ଞ ଛାଡିକି ଉଠିଗଲେ।ଏଥିପାଇଁ ଋଷିମାନଙ୍କୁ ପ୍ରବଳ କ୍ରୋଧ ହେଲା।ଓ ସେମାନେ ତାଙ୍କର ସିଦ୍ଧି ଦ୍ୱାରା ବହୁତ ବିଷଧର ସାପଙ୍କୁ ଜନ୍ମ ଦେଲେ ଓ ଭିକାରି ବନିଥିବା ମହାଦେବଙ୍କ ଉପରେ ଆକ୍ରମଣ କରିବାକୁ କହିଲେ।କିନ୍ତୁ ଭଗବାନ ଶଙ୍କର ସବୁ ସାପ ମାନଙ୍କ ଦଲନ କରିଦେଲେ।

ସେହି ଋଷିମାନେ ସେଠାରେ ଉପସ୍ଥିତ ଥିବା ଅପ୍ସମାରକୁ ତାଙ୍କୁ ଆକ୍ରମଣ କରିବାକୁ କହିଲେ।ପୁରାଣ ଅନୁସାରେ ସେହି ସାଧୁମାନେ ନିଜ ସିଦ୍ଧିଦ୍ୱାରା ଅପ୍ସମାର ର ସଜନ କରିଥିଲେ।ଅପ୍ସମାର ଆସି ତାଙ୍କ ଉପରେ ଆକ୍ରମଣକଲା।ଓ ନିଜ ଶକ୍ତିଦ୍ୱାରା ମାତା ପାର୍ବତୀଙ୍କୁ ଭ୍ରମିତ କରିଦେଲା ଓ ଚେତାହୀନ କରିଦେଲା।ଏହା ଦେଖି ଭଗବାନ ଶଙ୍କର ବହୁତ କ୍ରୋଧିତହେଲେ।ଏବଂ ସେ ୧୪ଥର ନିଜର ଡମ୍ବରୁର ନାଦ କଲେ।ଏହି ନାଦକୁ ଅପ୍ସମାର ସହ୍ୟ ନ କରିପାରି ପୃଥିବୀରେ ପଡିଗଲା।ଏହାପରେ ଭଗବାନ ଶଙ୍କର ନିଜକୁ ଏକ ଅଲୋକୀକ ନଟରାଜ ରୂପରେ ଧାରଣ କଲେ ଏବଂ ଅପ୍ସମାରକୁ ନିଜ ପାଦ ତଳେ ରଖି ନାଚିବା ଆରମ୍ଭ କଲେ।

ଭଗବାନ ଶିବ ନଟରାଜ ରୂପରେ ଅପ୍ସମାର ଉପରେ ରହି ଗୋଟେ ପାଦ ତଳେ ଏବଂ ଅନ୍ୟଏକ ପାଦ ତଳେ ରଖି ତାହାର ସବୁ ଶକ୍ତିର ନାଶ କରିଦେଲେ।ଏବଂ ନିଜେ ସନ୍ତୁଳିତ ହୋଇ ସ୍ଥିର ହୋଇଗଲେ।ଶିବଙ୍କର ଏହି ମୁଦ୍ରା ଅଞ୍ଜଳି ମୁଦ୍ରା ଭାବରେ ପରିଚିତ ହେଲା।ଶିବ ତାହାର ବଧ କଲେ ପ୍ରଥମତଃ ତାକୁ ଅମର ହେବାର ଭୁଲ ବିଚାର ଥିଲା ଏବଂ ସେ ମରିବାପରେ ସଂସାରରୁ ଅପେକ୍ଷାର ନାଶ ହୋଇଥାନ୍ତା।

ଯାହାପାଇଁ କିଛିଭି ବିଦ୍ୟାକୁ ପାଇବା ସରଳ ହୋଇଯାଇଥାନ୍ତା।ଓ ଏଥିପାଇଁ ବିଦ୍ୟାଥିଙ୍କ ବିଦ୍ୟା ପାଇଁ ଥିବା ଇଚ୍ଛାର ନାଶ ହୋଇଯାଇଥାନ୍ତା।ଯେବେ ସାଧୁମାନେ ଭଗବାନ ଶଙ୍କରଙ୍କର ସେହି ରୂପ ଦେଖିଲେ ତାଙ୍କର ଅଭିମାନ ଚୁର ଚୁର ହୋଇଗଲା।ଓ ସେ ବାରମ୍ବାର ତାହାର ସ୍ତୁତି କରିବାକୁ ଲାଗିଲେ।ଏବଂ ଅପ୍ସମାରର ଶକ୍ତିକୁ ନିଷ୍କ୍ରିୟ ରଖିବାର ପ୍ରାଥନା କଲେ।

ଏହିପ୍ରକାର ଅପ୍ସମାରକୁ ନିଜ ପାଦତଳେ ରଖି ଅଭୟ ମୁଦ୍ରାରେ ଭଗବାନ ଶଙ୍କରଙ୍କ ନାଟରାଜ ରୂପ ଆମକୁ ଏହି ଶିକ୍ଷା ଦିଏକି ଯଦି ଆମେ ଚାହିଁବୁ ତେବେ ଆମେ ନିଜର ଯେକୌଣସି ଦୋଷକୁ ଜାଣିକି ତାହାକୁ ନିଜେ ନାଶ କରିପାରିବୁ।ମହାଦେବଙ୍କ ନାଟରାଜ ରୂପ ପାପଦଳନର ପ୍ରତୀକ ଥିବା ସଙ୍ଗେସଙ୍ଗେ ଆତ୍ମସଜନ ଏବଂ ଇଚ୍ଛା ଶକ୍ତିର ପ୍ରତୀକ ମଧ୍ୟ।

Leave a Reply

Your email address will not be published. Required fields are marked *