ସବୁଦିନ ଗୋଟେ ମାସ ପର୍ଯ୍ୟନ୍ତ ୧୨ଟି ବାଦାମ ଖାଇବାର ଫାଇଦା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…
ନମସ୍କାର ବନ୍ଧୁଗଣ,ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଯଦି ଆପଣ ଲଗାତାର ଭାବରେ ପୁରା ଏକ ମାସ ପର୍ଯ୍ୟନ୍ତ ୧୨ଟି ଲେଖାଏଁ ବାଦାମ ଖାଇବେ ତେବେ ତାହା ଆପଣଙ୍କୁ କଣ କଣ ଅଦ୍ଭୁତ ଫାଇଦା ଦେବ ଆପଣ ଯଦି ଚାହିଁବେ ତେବେ ଆପଣ ବାଦାମକୁ ଶୁଖିଲା ଭାବେ ଖାଇ ପାରିବେ।କିମ୍ବା ଏହାକୁ ଭିଜେଇ ଖାଇ ପାରିବେ।କିନ୍ତୁ ଭିଜି ଥିବା ବାଦାମ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ଗରମ ହେବ ନାହିଁ ଏବଂ ଏହା ସହିତ ଆପଣଙ୍କୁ ଏହାର ଅଧିକ ଲାଭ ମିଳିବ।ଏଥିପାଇଁ ଆପଣ ରାତିକୁ ଶୋଇବା ବେଳେ ୧୨ଟି ଲେଖାଏଁ ବାଦାମ ପାଣିରେ ଭିଜାଇ କରି ସକାଳୁ ସକାଳୁ ଉଠି ଏହାର ଚୋପାକୁ ଛଡାଇ ବାଦାମକୁ ଖାଇ ପାରିବେ।
ଏହା ଦ୍ଵାରା ଆପଣଙ୍କୁ ଅଦ୍ଭୁତ ଫାଇଦା ମିଳିବ।ସେମିତିରେ ତ ଏହି ବାଦାମରେ ଅତ୍ୟଧିକ ମାତ୍ରାରେ ପ୍ରୋଟିନ, ଜ଼ିଙ୍କ, କ୍ୟାଲସିୟମ ,ଭିଟାମିନ ଇ,ମିନେରଲସ ଏବଂ କିଛି ମାତ୍ରାରେ ଜରୁରୀ ଅମିନୋ ଏସିଡ ମଧ୍ୟ ମିଳି ଥାଏ।ଯାହା ଆପଣଙ୍କ ଶରୀରକୁ ବହୁତ ସୁନ୍ଦର ଓ ଏହା ସହିତ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାର୍ଯ୍ୟ କରିବ।ତେବେ ଆସନ୍ତୁ ଜାଣିବା ଓ ବିସ୍ତାରରେ ଆଲୋଚନା କରିବା କି ଲଗାତାର ଭାବରେ ପ୍ରତିଦିନ ବାର ଗୋଟି ବାଦାମ ଏକ ମାସ ପର୍ଯ୍ୟନ୍ତ ଖାଇଲେ ଆପଣଙ୍କୁ କେଉଁ କେଉଁ ଫାଇଦା ମିଳିବ।
ଲଗାତାର ବାଦାମକୁ ଖାଇବା ଦ୍ଵାରା ଆପଣଙ୍କ ହାଡ଼ ଓ ଗଣ୍ଠି ଦୃଢ ହେବ।ଯଦି ଆପଣ ମଧ୍ୟ ଦିନ ସାରା କାମ କରି ସାରିବା ପରେ ଥକି ଯାଇ ଆପଣଙ୍କ ସମ୍ପୂର୍ଣ୍ଣ ଶରୀରରେ ଦରଜ ଓ ଥକ୍କାପଣ ଅନୁଭବ କରୁଛନ୍ତି।ଆପଣଙ୍କ କାନ୍ଧ,ଆପଣଙ୍କ ଆଣ୍ଠୁ,ଆପଣଙ୍କ କହୁଣୀ, ଏତିକି ନୁହେଁ ବରଂ ଆପଣଙ୍କ ସମ୍ପୂର୍ଣ୍ଣ ଶରୀରର ଗଣ୍ଠିରେ ଦରଜ ହୁଏ ଯାହା ଫଳରେ ଆପଣଙ୍କ ହାଡ ବହୁତ ଅଧିକ ଦରଜ ହେବାକୁ ଲାଗେ, ଏବଂ ଆପଣ ନ ଚାହିଁକରି ମଧ୍ୟ ବିଭିନ୍ନ ଔଷଧର ସେବନ କରନ୍ତି।
ଏହା ସହିତ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତି।ଆପଣ ଏସବୁ ଏଥିପାଇଁ କରନ୍ତି କାରଣ ଆପଣ ଚାହାନ୍ତି କି ଏହି କଷ୍ଟ ଆପଣଙ୍କୁ ଆଉ ନ ହେଉ।କିନ୍ତୁ କଣ ଆପଣ ଜାଣିଛନ୍ତି ଏସବୁ କରିବା ଛଡା ଆପଣ ଯଦି ପ୍ରତିଦିନ ବାରଟି ଲେଖାଏଁ ବାଦାମ ଖାଆନ୍ତୁ।କାରଣ ବାଦାମରେ ବହୁତ ଅଧିକ ମାତ୍ରାରେ କ୍ୟାଲସିୟମ ଓ ଫସଫରସ ତତ୍ଵ ମିଳି ଥାଏ।ଯାହାକି ଦୃଢ ହାଡ ପାଇଁ ବହୁତ ଲାଭଦାୟକ ଅଟେ।ଯାହା ଦ୍ଵାରା ଆପଣଙ୍କୁ ଏହି ପ୍ରକାରର କଷ୍ଟରୁ ମୁକ୍ତି ମିଳିବ।
ଦ୍ୱିତୀୟ ମୁଖ୍ୟ ଫାଇଦା ଯାହା କି ବାଦାମ ଖାଇଲେ ଆପଣଙ୍କ ଶରୀରକୁ ହେବ ତାହା ହେଉଛି, ଯଦି ଆପଣ ଦିନକୁ ବାରଟି ବାଦାମ ପ୍ରତିଦିନ ଖାଇବେ ତେବେ ଏହା ଫଳରେ ଆପଣଙ୍କ ଚୁଟି ହେବ ଲମ୍ବା, ମଜବୁତ ଓ ଘନ।କାରଣ ବାଦାମ ମଧ୍ୟରେ ଭିଟାମିନ ଇ ଏବଂ ସେ ସବୁ ପ୍ରକାରର ତତ୍ଵ ଉପଲବ୍ଧ ଅଛି ଯାହା ଆପଣଙ୍କ ଚୁଟି ପାଇଁ ଜରୁରୀ ଅଟେ।ତାହା ବହୁତ ଅଧିକ ମାତ୍ରାରେ ମିଳିଥାଏ।ଏବଂ ସମୟ ସହିତ ଚୁଟିର ଝଡ଼ିବା ଓ ଏହାର ଚମକ ଧୀରେ ଧୀରେ ଯିବା ଆରମ୍ଭ ହୋଇଯାଏ।ତେବେ ଏଥିପାଇଁ ଚୁଟିକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ପ୍ରତିଦିନ ବାଦାମ ନିଶ୍ଚିତ ଭାବରେ ଖାଆନ୍ତୁ।
ଯଦି ଆପଣଙ୍କର କିମ୍ବା ଆପଣଙ୍କ ପରିବାର ଓ ବନ୍ଧୁଜନ ମଧ୍ୟରେ କାହାର ମଧ୍ୟ କୋଲେଷ୍ଟ୍ରଲ ମାତ୍ରା ଅଧିକ ଅଛି ତେବେ ଲଗାତାର ବାଦାମ ଖାଇଲେ ଆପଣଙ୍କ କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରଣରେ ରହିବ।ଏହା ହ୍ରାସ ହେବ।ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ବାଦାମ ଲାଭଦାୟକ ଅଟେ।