September 10, 2024

Odia Express

Here, There and Everywhere

ବାସ୍ତବରେ କଣ ପାଇଁ କୃଷ୍ଣ ରାଧାଙ୍କ ସହ ବିବାହ କରିନଥିଲେ କଣ ଅଟେ ଏହାର କାରଣ – ଆସନ୍ତୁ ଜାଣିବା ଏହା ପଛର ଘଟଣା

ନମସ୍କାର ବନ୍ଧୁଗଣ,ଯେବେବି ଭଗବାନ ଶ୍ରୀକୃଷ୍ଣଙ୍କ ନାମ ନିଆଯାଏ ତାଙ୍କ ସାଙ୍ଗରେ ରାଧାଙ୍କର ନାମ ମଧ୍ୟ ନିଆଯାଏ।ରାଧା ଓ କୃଷ୍ଣଙ୍କର ପ୍ରେମକାହାଣୀ ତ ଅମର।ଏବଂ ଆଜି ମଧ୍ୟ ତାଙ୍କ ପ୍ରେମର ଉଦାହରଣ ଦିଆଯାଉଛି।ଏହି ପ୍ରେମ କାରଣରୁ ରାଧାଙ୍କର ନାମ ଶ୍ରୀକୃଷ୍ଣଙ୍କ ପୂର୍ବରୁ ନିଆଯାଏ।କିନ୍ତୁ ଏହା ସତ୍ତ୍ୱେ ଶ୍ରୀକୃଷ୍ଣ ରାଧାଙ୍କ ସହ ବିବାହ କରିନଥିଲେ।କିନ୍ତୁ କଣ ଆପଣ ଏହାର କାରଣ ଜାଣିଛନ୍ତି? ଆସନ୍ତୁ ଜାଣିବା।

ପୁରାଣ ଅନୁସାରେ ଶ୍ରୀକୃଷ୍ଣ ଜଣେ ବହୁତ ଭଲ କୂଟନୀତିଜ୍ଞ ଥିଲେ କିନ୍ତୁ ରାଧା ତ ସେହି ଦିୱାନି ଥିଲେ ଯାହାଙ୍କୁ କେବଳ ପ୍ରେମର ଭାଷା ବୁଝାପଡୁଥିଲା।ଏମାନଙ୍କର ପ୍ରେମ କାହାଣୀ ପିଲାଦିନରୁ ହିଁ ଆରମ୍ଭ ହୋଇଯାଇଥିଲା।ଏବଂ ରାଧା ବୟସରେ ଶ୍ରୀକୃଷ୍ଣଙ୍କ ଠାରୁ ବଡ ଥିଲେ।କିନ୍ତୁ ତଥାପି ତାଙ୍କ ମନରେ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରେମ ଆସିଗଲା।ରାଧାଙ୍କୁ ମଧ୍ୟ ମା ଲକ୍ଷ୍ମୀଙ୍କର ଅବତାର କୁହାଯାଏ।ଏବଂ ସେ ସବୁ ଅବତାରରେ ବିଷ୍ଣୁଙ୍କର ସ୍ତ୍ରୀ ରୂପରେ ଅବର୍ତ୍ତିତ ହୋଇଥାନ୍ତି।

ଶ୍ରୀକୃଷ୍ଣଙ୍କ ଲୀଳାର ବର୍ଣ୍ଣନା ହୋଇଥିବା ଗର୍ଗ ସଂହିତାରେ ଶ୍ରୀକୃଷ୍ଣ ଯେବେ ଖେଳୁଥିଲେ ତାଙ୍କୁ ଏକ ଅଦ୍ଭୁତ ଶକ୍ତିର ଆଭାସ ହେଲା ଏବଂ ତାହା ରାଧାଙ୍କ ପାଇଁ ଥିଲା।ଏବଂ ସେ ତୁରନ୍ତ ନିଜ ବାଳ ଅବସ୍ଥାକୁ ଛାଡି ଯୁବକ ଅବସ୍ଥାକୁ ଆସିଗଲେ ଏବଂ ତାପରେ ବ୍ରହ୍ମଦେବ ରାଧା ଓ କୃଷ୍ଣଙ୍କର ବିବାହ କରାଇ ଦେଇଥିଲେ।ଏବଂ ଏହାପରେ ସବୁକିଛି ସାମାନ୍ୟ ହୋଇଗଲା।ଏବଂ ରାଧା ଓ କୃଷ୍ଣ ଦୁହେଁ ଅଦୃଶ୍ୟ ହୋଇଗଲେ।ଏବଂ ଶ୍ରୀକୃଷ୍ଣ ପୁନଃ ନିଜ ବାଳ ଅବସ୍ଥାକୁ ଫେରି ଆସିଲେ।

ଦ୍ୱିତୀୟ ଉଲ୍ଲେଖରେ କୁହାଯାଇଛି, ଶ୍ରୀକୃଷ୍ଣ ନିଜର ବଂଶୀର ମଧୁର ଧ୍ଵନି ସହ ସମସ୍ତ ଗୋପୀ ମାନଙ୍କର ହୃଦୟ ଜିତି ନେଇଥିଲେ।କିନ୍ତୁ ସବୁଠାରୁ ଅଧିକ ତାଙ୍କ ବଂଶୀରେ କେହି ମୁଗ୍ଧ ଥିଲେ ତେବେ ସେ ଥିଲେ ରାଧା।ଏହା ମଧ୍ୟ ସତ୍ୟ ଅଟେ କି ରାଧାଙ୍କ ଠାରୁ ଶ୍ରୀକୃଷ୍ଣ ତାଙ୍କୁ ଭଲ ପାଉଥିଲେ।

ରାଧା ରେପଲି ଗାଁରେ ରହୁଥିଲେ,କିନ୍ତୁ ଶ୍ରୀକୃଷ୍ଣଙ୍କର ମଧୁର ବଂଶୀ ଧ୍ଵନି ଶୁଣିବାକୁ ସେ ପାଖକୁ ଚାଲି ଆସୁଥିଲେ।ଏବଂ ସେହି ସମୟ ନିକଟକୁ ଆସୁଥିଲା ଯେବେ ଶ୍ରୀକୃଷ୍ଣଙ୍କୁ ବୃନ୍ଦାବନ ଛାଡି ମଥୁରାକୁ ଯିବେ।ବୃନ୍ଦାବନରେ ଶୋକର ଅବସ୍ଥା ହୋଇ ଯାଇଥିଲା।ଶ୍ରୀକୃଷ୍ଣ ଓ ବଳରାମଙ୍କୁ ନେବା ପାଇଁ ଏକ ରଥ ଆସିଥିଲା।ଯାହା ଚାରିପଟେ ଗୋପୀମାନେ ଓ ଗ୍ରାମବାସୀ ମାନେ ଘେରା ବନେଇ ଦେଇ ଥିଲେ।ଏହା ଭାବିକରି କି ଶ୍ରୀକୃଷ୍ଣଙ୍କୁ ସେଠାରୁ ଯିବାକୁ ଦେବେ ନାହିଁ।ଏବଂ ସେପଟେ ଶ୍ରୀକୃଷ୍ଣଙ୍କୁ ରାଧାଙ୍କ ଚିନ୍ତା ହେଉଥିଲା।ଓ ସେ ଭାବୁଥିଲେ କି ସେ ଯିବା ପୂର୍ବରୁ ଥରେ ରାଧାଙ୍କ ସହ ଦେଖା କରିଦେବେ।ଏବଂ ସୁଯୋଗ ପାଇ ସେ ସେଠାରୁ ସମସ୍ତଙ୍କ ଆଖିରୁ ଲୁଚି ସେଠାରୁ ପଳାଇଲେ।ଏବଂ ରାଧାଙ୍କ ପାଖରେ ପହଞ୍ଚିଗଲେ।

ଯାହାଙ୍କୁ ଦେଖି ସେ କିଛି କହି ପାରିଲେ ନାହିଁ।ଶ୍ରୀକୃଷ୍ଣ ଓ ରାଧାଙ୍କର ଏହି କାହାଣୀ ବହୁତ ଅଦ୍ଭୁତ ଥିଲା।କେହି କିଛି କହୁ ନଥିଲେ ଓ ନା କିଛି ଅନୁଭବ କରୁଥିଲେ।ଦୁହେଁ କେବଳ ନିରବ ଥିଲେ।ରାଧା ଶ୍ରୀକୃଷ୍ଣଙ୍କର ମନ ଓ ମୁଣ୍ଡକୁ ବୁଝୁଥିଲେ।ବୃନ୍ଦାବନ ଶ୍ରୀକୃଷ୍ଣଙ୍କ ଯିବା ପରେ ଶୂନ୍ୟ ଭଳି ଲାଗୁଥିଲା।ବହୁତ ସମୟ ପରେ ମାତା ପିତାଙ୍କ କଥାରେ ରାଜି ହୋଇ ବିବାହ କରିବାକୁ ପଡିଲା।ଏବଂ ଜୀବନ ନିଜ ସଂସାର ପ୍ରତି ଦେଇଦେଲେ।ବହୁତ ବର୍ଷ ପରେ ସେ ବୃଦ୍ଧା ହେବା ପରେ ଥରେ ରାଧା ନିଜ ଘରୁ ବାହାରି ଶ୍ରୀକୃଷ୍ଣଙ୍କ ଦ୍ୱାରକା ପହଁଚିଲେ।ଏବଂ ରାଧାଙ୍କୁ ଦେଖି ତାଙ୍କ ଖୁସିର ଠିକଣା ନଥିଲା।ଏବଂ ସେବେବି ଦୁହିଁଙ୍କ ମଧ୍ୟରେ କିଛି କଥା ହୋଇନଥିଲା।ସେବେବି ରାଧା ତାଙ୍କ ମନକଥା ବୁଝିପାରୁଥିଲେ।

Leave a Reply

Your email address will not be published. Required fields are marked *