September 10, 2024

Odia Express

Here, There and Everywhere

ମୟୂର ପଙ୍ଖ ସହିତ ଜଡିତ ୨୦ଟି ବିଶେଷ କଥା – ସମସ୍ତେ ନିଶ୍ଚୟ ଏହି କଥା ଗୁଡିକ ଜାଣିବା ଦରକାର..

1 min read

ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।

ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।

ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ମୟୂର ପଙ୍ଖ ଦୁନିଆର ବହୁତ ସୁନ୍ଦର ଓ ମୂଲ୍ୟବାନ ବସ୍ତୁ ଅଟେ।ଏହା ସହ ଜଡ଼ିତ କେତେକ ବିଶେଷ କଥା ନିମ୍ନରେ ବର୍ଣ୍ଣନା କରାଯାଇଛି।

ମୟୂର ପର ଭଗବାନ ଶ୍ରୀକୃଷ୍ଣଙ୍କର ବହୁତ ପ୍ରିୟ ଅଟେ।ସେ ସବୁବେଳେ ଏହାକୁ ମସ୍ତକରେ ଧାରଣ କରିଥାନ୍ତି।ମୟୂର ପର ସମ୍ପର୍କରେ ଅନେକ ମହତ୍ତ୍ୱ ପୂର୍ଣ୍ଣ କଥା ନିହିତ ଅଛି।ଦେବରାଜ ଇନ୍ଦ୍ର ସର୍ବଦା ମୟୂର ପର ସିଂହାସନରେ ବସୁଥିଲେ।ବୈଦିକ ଯୁଗରୁ ସମସ୍ତ ମୁନି ଋଷି ଏହାକୁ ଲେଖନୀ ଭାବେ ବ୍ୟବହାର କରୁଥିଲେ।ବାସ୍ତୁ ଦୃଷ୍ଟିରୁ ଏହା ଗୃହ ପାଇଁ ମଙ୍ଗଳମୟ ହୋଇଥାଏ।ଗୃହରେ ଦୁଇଟି ମୟୂର ପର ରଖିବା ଦ୍ୱାରା ଗୃହରେ ଏକତା ଆସିଥାଏ।ଓ ଶାନ୍ତି ବିରାଜମାନ କରେ।ଓ ଗୃହରୁ ନକରାତ୍ମକ ଶକ୍ତି ଦୂରୀଭୂତ ହୁଏ।ଯେଉଁ ବ୍ୟକ୍ତି ସର୍ବଦା ମୟୂର ପର ନିଜ ପାଖେ ରଖେ ତାର କେବେ ଅମଙ୍ଗଳ ହୁଏନାହିଁ।

ଯଦି ଆପଣଙ୍କ ସନ୍ତାନ ଭଲ ପଢୁ ନାହିଁ ତେବେ ତାର ବ୍ୟାଗରେ ମୟୂର ପର ରଖିବା ଦ୍ୱାରା ତାର ଭଲ ପାଠ ହୋଇଥାଏ।dairyରେ ମୟୁର ପର ରଖିବା ଦ୍ୱାରା ରାହୁ ଦୋଷରୁ ମୁକ୍ତି ମିଳିଥାଏ।ଏହାକୁ ଶିରରେ ଧାରଣ କରିବା ଦ୍ୱାରା ଭଲ ବିଦ୍ୟା ପ୍ରାପ୍ତ ହୋଇଥାଏ।ଏହାକୁ ସର୍ବଦା ନିଜ ପାଖେ ରଖିଲେ ସାପର ଭୟ ରୁହେନାହିଁ।

ମୟୁର ପର ରଖିବା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୁଦୃଢ ହୋଇଥାଏ।ଏହା ଗୃହରେ ଧନ ଲାଭ କରିବା ସହିତ ସମସ୍ତ ବିପଦ ଓ ଅସଫଳତାରୁ ରକ୍ଷା କରେ।କେହି ଅଜାଣତରେ ମୟୂର ପର ଦେବା ବହୁତ ଶୁଭ ସଂକେତ ହୋଇଥାଏ ଓ ଆପଣଙ୍କ ପାଇଁ ସଫଳତାର ଦ୍ୱାର ଉନ୍ମୁକ୍ତ ହୋଇଥାଏ।

ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଚକ୍ର ୧୨ଟି ରାଶି ମଧ୍ୟରୁ ଗୋଟିଏ ସହ ଜଡିତ ହୋଇଛି। ସେହି ରାଶିଫଳ ଅନୁଯାୟୀ ସେମାନଙ୍କ ଜୀବନରେ ସମାନ ଘଟଣା ଘଟିଥାଏ।ଏହା ମଧ୍ୟ ଲୋକମାନଙ୍କ ଦ୍ବାରା ବହୁତ ବିଶ୍ଵସନୀୟ ହୋଇଥାଏ।ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ତଥା ଚଳନ ଉପରେ ଏହା ପର୍ଯ୍ୟବେସିତ ହୋଇଥାଏ।

Leave a Reply

Your email address will not be published. Required fields are marked *