March 22, 2025

Odia Express

Here, There and Everywhere

ଝିଅକୁ ଏପରି ଜିନିଷ ବିବାହ ସମୟରେ ଦେବା ଉଚିତ ନୁହେଁ – ଯାହାକି ଶଶୁର ଘରେ ଦରିଦ୍ରତାର କାରଣ ହୋଇଥାଏ…

1 min read

ପ୍ରତ୍ୟେକ ଝିଅ ମାନଙ୍କ ଜୀବନରେ କିଛି ନିଆରା ସ୍ବପ୍ନ ଥାଏ। ସେହି ସ୍ବପ୍ନ ମାନଙ୍କ ମଧ୍ୟରେ ବାହାଘର ସବୁଠୁ ନିଆରା ତଥା ସ୍ୱତନ୍ତ୍ର ହୋଇଥାଏ। ବାହାଘର କୁ ନେଇ ପ୍ରତ୍ୟେକ ଝିଅ ମାନଙ୍କ ମନରେ ଏକ ଅନନ୍ୟ ଆବେଗ ତଥା ଭୟ ରହିଥାଏ। ବୈଦିକ ଯୁଗ ରୁ ଏକ ପ୍ରବାଦ ରହି ଆସିଛି- ” ଦୁହିତା; ଦୁଇ କୁଳ କୁ ହିତା”।ଅର୍ଥାତ ଝିଅ ମାନଙ୍କ ଜନ୍ମ ଦୁଇ ପରିବାର ର ମଙ୍ଗଳ ନିମନ୍ତେ ହୋଇଥାଏ।ବାହାଘର ପୂର୍ବରୁ ପ୍ରତ୍ୟେକ ଝିଅ ନିଜ ଘରେ ବହୁତ ସ୍ନେହ ରେ ବଢିଥାନ୍ତି। ସେମାନଙ୍କୁ ଫୁଲ ସହ ତୁଳନା କରାଯାଏ। ବାହାଘର ସେମାନଙ୍କ ଜୀବନ ରେ ସବୁଠୁ ସ୍ବର୍ଗୀୟ ତଥା ସୁନ୍ଦର ମୁହୂର୍ତ୍ତ ହେଲେ ମଧ୍ୟ ଏହାକୁ ନେଇ ସେମାନଙ୍କ ମନରେ ଅଗଣିତ ଉତ୍କଣ୍ଠା ଏବଂ ପ୍ରଶ୍ନ ଉଙ୍କି ମାରେ। ବାହାଘର ପୂର୍ବରୁ ସବୁ ଝିଅ ମାନଙ୍କ ମନରେ ଏକ ଆଶଙ୍କା ଥାଏ କି ନିଜ ବାପା,ମାଆ ଏବଂ ପରିବାର ରୁ ପାଉଥିବା ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଶଶୁର ଘରୁ ପାଇବେ କି ନାହିଁ।

ଝିଅମାନେ ବାହାଘର ପରେ ନିଜ ଜୀବନ ସାଥି ଙ୍କ ଉପରେ ପ୍ରଗାଢ ବିଶ୍ୱାସ ରଖି ଏକ ନୂତନ ଜୀବନ ର ଅୟମାରମ୍ଭ କରିଥାନ୍ତି। ନିଜ ଜୀବନ ସାଥି ଙ୍କୁ ତାଙ୍କ ଆଶା ମୁତାବକ ଭଲପାଇବା ଦେବାକୁ ଚେଷ୍ଟା କରନ୍ତି। ନିଜ ଶଶୁର ଘରେ ସମସ୍ତଙ୍କୁ ନିଜର କରିବାକୁ ଚେଷ୍ଟା କରନ୍ତି। ନିଜ ଶ୍ବଶୁର ଘରେ ବୋହୁ ନୁହେଁ; ଝିଅ ପରି ରହିବାକୁ ଚାହାନ୍ତି।

ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।

ବିବାହ ସମୟରେ ଝିଅକୁ ଲକ୍ଷ୍ମୀଙ୍କ ମୂର୍ତ୍ତି ଦେବା ମଙ୍ଗଳ ପ୍ରଦାୟକ ହୋଇଥାଏ।ଏହା ଶ୍ବଶୁର ଘରେ ଧନ ବୃଦ୍ଧି କରେ।ଏହା ସହିତ ବାଲଗୋପାଳଙ୍କର ମୂର୍ତ୍ତି ଦେବା ମଧ୍ୟ ବହୁତ ଶୁଭ ହୋଇଥାଏ।କିନ୍ତୁ କେବେ ଗଣେଶଙ୍କ ପ୍ରତିମା ଦେବା ଉଚିତ ନୁହେଁ।ଓ ଏଥିସହିତ ଝାଡୁ କିମ୍ବା ଛୁରୀ ରେଂଚି ଭଳି ଜିନିଷ ଦେବା ଉଚିତ ନୁହେଁ।ଏହା ଅଶୁଭ ଅଟେ।ଏହାକୁ ପାଳନ କଲେ ମଙ୍ଗଳ ହୋଇଥାଏ।

ବିଭିନ୍ନ ପୁରାଣ ଓ ଗ୍ରନ୍ଥ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ରର ସ୍ଥାନ ଅନନ୍ୟ ଅଟେ।ବୈଦିକ ଯୁଗରୁ ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନକୁ ନିରନ୍ତର ସହାୟକ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନ ଶୈଳୀକୁ ଅନେକାଂଶରେ ସୁଗମ କରିଆସିଛି।ଏହାକୁ ମନୁଷ୍ୟ ଭାଗ୍ୟର ମୂଳଭିତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଏହା ମନୁଷ୍ୟ ଜୀବନର ଅବିଛେଦ୍ୟ ଅଙ୍ଗ ରୂପେ ପ୍ରତିବିଦିତ ଓ ଏହା ଜୀବନକୁ ବିଭିନ୍ନ କ୍ଷେତ୍ରରେ ସହାୟ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଉପରେ ପର୍ଯ୍ୟବେସିତ ହୋଇଥାଏ।ଏହା ଭବିଷ୍ୟତର ସମ୍ୟକ ସୂଚନା ଦେଇଥାଏ।ଭବିଷ୍ୟତରେ ଥିବା ବିପଦର ସମାଧାନରେ ବହୁତ ସାହାଯ୍ୟ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାଗ୍ୟଚକ୍ରକୁ ୧୨ଗୋଟି ରାଶିରେ ବିଭକ୍ତ କରାଯାଇଛି।ଏହି ରାଶିଫଳ ନିଜର ଭାଗ୍ୟରେଖା ସହିତ ଜଡିତ ହୋଇଛି।ଓ ଏହା ବହୁତ ପରିମାଣରେ ସତ ମଧ୍ୟ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଚକ୍ର ୧୨ଟି ରାଶି ମଧ୍ୟରୁ ଗୋଟିଏ ସହ ଜଡିତ ହୋଇଛି। ସେହି ରାଶିଫଳ ଅନୁଯାୟୀ ସେମାନଙ୍କ ଜୀବନରେ ସମାନ ଘଟଣା ଘଟିଥାଏ।ଏହା ମଧ୍ୟ ଲୋକମାନଙ୍କ ଦ୍ବାରା ବହୁତ ବିଶ୍ଵସନୀୟ ହୋଇଥାଏ।ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ତଥା ଚଳନ ଉପରେ ଏହା ପର୍ଯ୍ୟବେସିତ ହୋଇଥାଏ।

Leave a Reply

Your email address will not be published. Required fields are marked *