September 9, 2024

Odia Express

Here, There and Everywhere

ଏକ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଯକୃତ ସୁସ୍ଥ ରହିବ ଏହି ଉପାୟର ପ୍ରୟୋଗ କରିବା ପରେ କିପରି ସଫା ରଖିବେ ନିଜର ଯକୃତକୁ

ନମସ୍କାର ବନ୍ଧୁଗଣ,ଆଜି ଆମେ ଜାଣିବା ଘରେ ହିଁ ଅତି ସହଜରେ ଯକୃତ ପାଇଁ ଔଷଧ ଓ ଏହାକୁ କିପରି ସଫା ରଖିବା ଏହାର ଉପାୟ।ଯାହାର କେବଳ ଗୋଟିଏ ଥରର ବ୍ୟବହାରରେ ହିଁ ଯକୃତ ପୂର୍ବ ଭଳି ସଫା ଓ ସବଳ କରିଦେବ।ଏହି ଉପଚାର ଯକୃତ ସହ ଜଡିତ ସମସ୍ତ ପ୍ରକାର ସମସ୍ୟାକୁ ଦୂର କରିପାରିବ।ଯକୃତର ଖରାପ ହେବା ଦ୍ଵାରା ଏହା ଆମ ଶରୀରର ଅନେକ କ୍ଷତି ହୁଏ।ଏହା ଖରାପ ହେଲେ ଖାଦ୍ୟ ହଜମ ହେବ ନାହିଁ ,ଭୋଜନର ପୋଷାକ ତତ୍ତ୍ୱ ରକ୍ତରେ ପରିଣତ ହେବ ନାହିଁ।ଏବଂ ସ୍ୱାସ୍ଥ୍ୟ ଲଗାତାର ଖରାପ ହେବାକୁ ଲାଗିବ, କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ।ଯଦି ଅଧିକ ଦିନ ପର୍ଯ୍ୟନ୍ତ ଏହି ଭଳି ସ୍ଥିତି ରହିବ ତେବେ ଜଣ୍ଡିସ, ହେପୋଟାଇଟିସ ବି ଓ ସି ଭଳି ଭୟାନକ ରୋଗ ଜନ୍ମ ନେଇ ପାରେ।ସବୁବେଳ ପାଇଁ ଯକୃତକୁ ସୁସ୍ଥ ରଖିବାକୁ ହେଲେ କିଛି ତ ଉପଚାର କରିବାକୁ ହେବ।

ଯଦି ଆମେ କୌଣସି ରୋଗର ସୃଷ୍ଟି ହେବାର କାରଣ ଜାଣିବା ତେବେ ଯାଇ ଏହାର ଉପଚାର କରିପାରିବା ଏମିତି କଲେ ଆମେ ଯେଉଁ ଔଷଧର ବ୍ୟବହାର କରିବା ତାହା ଦୁଇଗୁଣ ଅଧିକ ପ୍ରଭାବଶାଳୀ ହୋଇ ଯିବ।ଯକୃତରେ ହେଉ ଥିବା ସମସ୍ୟାର କାରଣ ପ୍ରଥମେ ଜାଣିବା।ଆମେ ଏପରି କେଉଁ ଜିନିଷର ସେବନ କରୁ ଯାହା ଫଳରେ ଏପରି ସମସ୍ୟା ହୋଇଥାଏ।ଏହାର କାରଣ ହେଉଛି, ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା, ଅଧିକ ମଦ ପିଇବା, ଜଙ୍କ ଖାଦ୍ୟ ଖାଇବା, ଇତ୍ୟାଦି।ଯେବେ ଏହା ଖରାପ ହୁଏ ତେବେ ଆମ ଶରୀରରେ କଣ ସବୁ ପରିବର୍ତ୍ତନ ହୁଏ ତାହା କେହି ଜାଣନ୍ତି ନାହିଁ।

ଆମେ କିଛି ପରୀକ୍ଷା ବିଷୟରେ କହିବୁ ଯାହାଦ୍ଵାରା ଆପଣ ଏହା ବିଷୟରେ ଜାଣିପାରିବେ।ତାହା ହେଉଛି, ମୁହଁରୁ ଦୁର୍ଗନ୍ଧ, ଅତ୍ୟଧିକ ଥକ୍କାପଣ, ତ୍ୱଚା ଶୁଷ୍କ ହେବା, ଏବଂ ଆଖିର ଚାରିପଟେ କଳା ପଡିଯିବା।ବାଳ ସହ ଜଡିତ ସମସ୍ୟା ମଧ୍ୟ ଦେଖାଦିଏ।ମୂତ୍ରର ରଙ୍ଗ ବଦଳିଯାଏ।ପିଲିଆ ରୋଗ ହେଲେ,ଭୋକ ନକଲେ ଜାଣନ୍ତୁକି ଯକୃତ ଖରାପ ହୋଇ ଯାଉଛି।କିଛି ଲୋକଙ୍କ ଯକୃତ ଫୁଲିବା ଦ୍ଵାରା ପେଟ ମଧ୍ୟ ଫୁଲିଯାଏ।ତେବେ ଆସନ୍ତୁ ଜାଣିବା ଯକୃତକୁ ସଫା ଓ ସୁସ୍ଥ ରଖିବା ପାଇଁ କେଉଁ କେଉଁ ଔଷଧର ଆବଶ୍ୟକତା ପଡିବ।

ପ୍ରଥମ ଜିନିଷ ଯାହା ଆବଶ୍ୟକ ହେବ ତାହା ହେଉଛି ଭୂମିଅଁଳା।ଏହା ପରେ ହଳଦୀ,ଅଦା ଓ ଲୁଣ।ଆମେ ଏଥିରେ ଭୂମିଅଁଳାର ବ୍ୟବହାର କରିବା।ଏହାର ପତ୍ରରେ ପୋଟାସିୟମ ରହିଥାଏ।ଏହା ସବୁ ସ୍ଥାନରେ ମିଳିଥାଏ।ଏହାର ଫଳ ମଧ୍ୟ ଛୋଟ ଛୋଟ ହୋଇଥାଏ।ଏହା ଯକୃତକୁ ମଜବୁତ କରେ।ଏହାକୁ ପ୍ରସ୍ତୁତ କରିବା ପାଇଁ ଅଧା କିଲୋ ଭୂମିଅଁଳାର ଆବଶ୍ୟକତା ପଡିବ।ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ।

ଏହାକୁ କାଟି ଦିଅନ୍ତୁ ଓ ପ୍ରେସର କୁକରରେ ପକାଇଦିଅନ୍ତୁ।ଏହାକୁ ଚେର ସହିତ ହିଁ କାଟନ୍ତୁ।ଏହାକୁ ତିନି ଲିଟର ପାଣିରେ ପକାନ୍ତୁ, ଏଥିରେ ଏକ ଚାମଚ ହଳଦୀ ଏକ ଚାମଚ ଅଦା ଓ ସ୍ୱାଦ ଅନୁସାରେ ଟିକେ ଲୁଣ ପକାନ୍ତୁ।ଏହା ସିଝି ଗଲା ପରେ ଏହାକୁ କାଢି ଆଣନ୍ତୁ।ଏହାପରେ କିଛି ସମୟ ପର୍ଯ୍ୟନ୍ତ ରଖି ଥଣ୍ଡା କରନ୍ତୁ।ଏହି କାଢାକୁ ଛାଣି ଦିଅନ୍ତୁ ଓ ଏକ କାଚର ଗିଲାସରେ ରଖନ୍ତୁ।ଏବେ ପ୍ରସ୍ତୁତ ହୋଇଗଲା ଏହି ରସ।ଏହା ତିନି ସପ୍ତାହ ପର୍ଯ୍ୟନ୍ତ ଖରାପ ହେବ ନାହିଁ।ଏହାର ଅଧା କପ ନେଇସେତିକି ପାଣି ମିଶାଇ ଏହାକୁ ଦିନରେ ଦୁଇରୁ ତିନି ଥର ନିଅନ୍ତୁ।ଏହାର ପ୍ରଭାବ ବହୁତ ଜଲଦି ହେବ।

Leave a Reply

Your email address will not be published. Required fields are marked *