March 22, 2025

Odia Express

Here, There and Everywhere

କାନରେ କେବଳ ଦୁଇ ବୁନ୍ଦା ପକାଇବା ଦ୍ଵାରା କାନରେ ଜମି ରହିଥିବା ଅଳିଆ ବାହାରିଯିବ…

ଆପଣମାନେ ଏହା ଜାଣିଛନ୍ତି କି କାନ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ।ଏହି କାନ ଆମ ମସ୍ତିସ୍କ ସହିତ ସିଧସଳଖ ସଂଯୋଗ ହୋଇ ରହିଥାଏ।ତେବେ ଟିକେ ଟିକେ ହୋଇ ଯେଉଁ ଅଳିଆ ଆମ କାନ ଭିତରେ ଯାଇ ଜମା ହୋଇଯାଏ ତାହା କାନ ଭିତରେ ବହୁତ୍ ସମୟ ପର୍ଯ୍ୟନ୍ତ ରହି କାନ ଉପରେ ଖରାପ ପ୍ରଭାବ ପକାଇ ଥାଏ।ବଜାରରେ ଯେଉଁ କାମ ସଫା କରିବା ପାଇଁ ମେସିନ ମିଳୁଛି ତାହା ଦ୍ଵାରା ଆପଣଙ୍କ କାନ ଭଲ ଭାବରେ ସଫା ହୋଇନଥାଏ।ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଜିନିଷ ବିଷୟରେ କହିବୁ ଯାହାର କେବଳ ଦୁଇ ବୁନ୍ଦାକୁ କାନରେ ପକାଇବା ଦ୍ଵାରା ଆପଣଙ୍କ କାନ ରେ ଜମି ରହିଥିବା ସମସ୍ତ ମଇଳା ବାହାରିଯିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟକୁ କିପରି ଅବଲମ୍ବନ କରିବେ।

ଏହି ଉପାୟଟି ପାଇଁ ଆପଣଙ୍କୁ ଦରକାର ହେବ ସୋରିଷ ତେଲ।ଏହି ତେଲ ସାଧାରଣତଃ ସମସ୍ତଙ୍କ ଘରେ ଅତି ସହଜ ରେ ମିଳିଯିବ ,ଯଦି ଏହି ତେଲ ଆପଣଙ୍କ ଘରେ ନାହିଁ ତାହେଲେ ଆପଣଙ୍କ ବଜାରରୁ ମଧ୍ୟ ଏହାକୁ ଆଣି ପାରିବେ।ଏହି ସୋରିଷ ତେଲ ର ୨ ରୁ ୪ ବୁନ୍ଦା ବ୍ୟବହାର କରାଯିବ କିନ୍ତୁ ଆପଣଙ୍କୁ କେବଳ ମାତ୍ର ଏହି ତେଲର ହିଁ ବ୍ୟବହରକାର କରିବାକୁ ପଡ଼ିବ।ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଏହା ପରେ ସେଥିରେ ଗୋଟେ ରୁ ଦେଢ଼ ଚାମଚ୍ ପର୍ଯ୍ୟନ୍ତ ଏହି ତେଲ କୁ ପକାଇ ଦିଅନ୍ତୁ।ଏହାପରେ ଆପଣ ସେହି ପାତ୍ରରେ ନେଇଥିବା ତେଲକୁ ହାଲକା ଭାବରେ ଗରମ କରି ଦିଅନ୍ତୁ।ଏହାପରେ ଯେତେବେଳେ ଏହି ତେଲ ଭଲ ଭାବରେ ଥଣ୍ଡା ହୋଇଯିବ ସେତେବେଳେ ଆପଣ ଏହି ତେଲକୁ ବ୍ୟବହାର କରନ୍ତୁ।ଏହାକୁ ଆପଣ ଶୋଇବାର କିଛି ସମୟ ଆଗରୁ ନିଜର କାନରେ ପକାଇ ଦିଅନ୍ତୁ।ଏହା ପରେ ଆପଣ ଯେଉଁ କାନ ରେ ତେଲକୁ ପକାଇ ଥିବେ ସେହି ଆଡ଼କୁ ନିଜ କାନକୁ କରି ଶୋଇପଦନ୍ତୁ ।

ଆପଣଙ୍କୁ ସେହି ତେଲକୁ ନିଜ କାନରେ ରଖିବାକୁ ଦିଅନ୍ତୁ ସେ ତାର କାମ କରିଦେବ ଏବଂ ଆପଣ ସୋଇପଡ଼ାନ୍ତୁ । ଏହା ପରେ ଆପଣ ସକାଳୁ ଉଠି କାନ ଦାଗ କରାଯାଉଥିବା ତୁଳା କାଠି ଦ୍ଵାରା ନିଜର କାନ କୁ ସଫା କରିଦିଅନ୍ତୁ । ଏହାପରେ ଯଦି ଆପଣ ଦୁଇଟି କାନ କୁ ସଫା କରିବାକୁ ଚାହୁଁଛନ୍ତି ତାହେଲେ ଏକା ଥରେ ଦୁଟି କାନ ରେ ତେଲ ପକାନ୍ତୁ ନାହିଁ ।ଗୋଟେ ଦିନ ଗୋଟେ କାନରେ ତେଲ ପକାଇ ସଫା କରିବା ପରେ ପର ଦିନ ଆଉ ଗୋଟେ କାନରେ ତେଲ ପକାଇ ସଫା କରି ଦିଅନ୍ତୁ ।

ଆଉ ଯଦି ଆପଣ ଏହା ଥରେ ଦୁଇଟି କାନରେ ତେଲ ପକାଇ ସଫା କରିବାକୁ ଚାହୁଁଛନ୍ତି ତାହେଲେ ସେପରି କରନ୍ତୁ ନାହିଁ କାହିଁକି ନା ତାହା କାମ କରିନଥାଏ। ଯଦି ଆପଣ ନିଜର କାନକୁ ସଫା ରଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ଦୁଇ ମାସକୁ ଥରେ ଏପରି କରି ବ୍ୟବହାର କରନ୍ତୁ । ରାତିରେ ଶୋଇବା ଆଗରୁ ତେଲକୁ ପକାଇ ସୋଇ ପଡନ୍ତୁ ଏବଂ ସକାଳୁ ଉଠି ତୁଳା ଥିବା କାଠି ସାହାଯ୍ୟ ରେ କାନ କୁ ଭଲ ଭାବରେ ସଫା କରି ଦିଅନ୍ତୁ ଯାହା ଦ୍ଵାରା ଆପଣଙ୍କ କାନରେ ଜମା ହୋଇଥିବା ସମସ୍ତ ପ୍ରକାରର ଅଳିଆ ବାହାରକୁ ବାହାରି ଆସିବ ଆପଣଙ୍କ କାନ ସଫା ହୋଇଯିବ ।

Leave a Reply

Your email address will not be published. Required fields are marked *