ମହିଳାଙ୍କ ଦାନ୍ତର ଦୂରତାରୁ ଜାଣନ୍ତୁ କିଛି ଖାସ କଥା – ଏପରି ଲୋକଙ୍କ ବିଷୟରେ ଏହି ବଡ କଥା ଜାଣିରଖନ୍ତୁ..
1 min readଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ଅଭିନ୍ନ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ।ଏହାର ଦୃଷ୍ଟିଭଙ୍ଗୀ ଅସାଧାରଣ ଅଟେ।ଏହା ସାମାନ୍ୟ ମଧ୍ୟରେ ଅସାମାନ୍ୟର ଚିତ୍ରଲେଖକୁ ଇଙ୍ଗିତ କରିଥାଏ।ଏହାଦ୍ଵାରା ମନୁଷ୍ୟକୁ ନିଜ ଭାଗ୍ୟ ଓ ନିଜ ସମ୍ପର୍କରେ ବହୁତ ତଥ୍ୟ ମିଳିଥାଏ।ଏହା ମନୁଷ୍ୟ ଜୀବନକୁ ନୂତନ କରି ଗଢିତୋଳିଥାଏ। ଏହା ମଧ୍ୟ ଅନେକ ସମୟରେ ମନୁଷ୍ୟ ମନରେ ଥିବା ସଂକୀର୍ଣ୍ଣତା ଓ ଅବସାଦକୁ ମୋଚନ କରିଥାଏ।
ସମସ୍ତ ମନୁଷ୍ୟ ଈଶ୍ବରଙ୍କ ହାତରେ ଗଢା ହୋଇଛନ୍ତି।ଭଗବାନ ସମସ୍ତଙ୍କୁ ଭିନ୍ନ ଭିନ୍ନ ଶାରୀରିକ ରୂପ ପ୍ରଦାନ କରିଛନ୍ତି।ଜ୍ୟୋତିଷ ଶାସ୍ତ୍ର ମତରେ ଭଗବାନ ଗଢିଥିବା ଏହି ଭିନ୍ନ ଗଠନ କିଛିନାକିଛି ରହସ୍ୟକୁ ପରିବହନ କରିଥାଏ।ମନୁଷ୍ୟ ଶରୀରରେ ବିଭିନ୍ନ ଚିନ୍ହ ଯଥା କଳାଯାଇ, ଆଖିର ଆକୃତି,ପାଦର ଆକୃତି, ହାତର ରେଖା ଆଦିରୁ ତାର ସ୍ଵଭାଵ ଓ ଭବିଷ୍ୟତ ସମ୍ପର୍କରେ ସମ୍ୟକ ସୂଚନା ମିଳିଥାଏ। ସେହିପରି ଦାନ୍ତ ମଧ୍ୟ କିଛି ପରିମାଣରେ ଏସବୁକୁ ବହନ କରିଥାଏ।
ଦାନ୍ତ ଆମ ମୁଖର ସୌନ୍ଦର୍ଯ୍ୟକୁ ପରିବର୍ଦ୍ଧିତ କରିଥାଏ।ହସିବା ସମୟରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ହଜମ ପ୍ରକ୍ରିୟା ରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ହେଲେ କେତେକ କ୍ଷେତ୍ରରେ ମହିଳା ମାନଙ୍କର ଦାନ୍ତ ମଝିରେ ଦୂରତା ଦେଖିବାକୁ ମିଳେ। ଏମାନ ହସିବା ସମୟରେ ବହୁତ ଲାଜ କରନ୍ତି ଏଥିପାଇଁ।ଏଥିପାଇଁ ସେମାନଙ୍କ ମନରେ ଏକ ସଂକୋଚ ଭାବନା ଥାଏ।ସୁନ୍ଦରତାର ପଛରେ ଏମାନେ ରହିଥାନ୍ତି।
କିନ୍ତୁ ଜ୍ୟୋତିଷ ଶାସ୍ତ୍ର କୁହେକି ଯେଉଁ ମହିଳାଙ୍କର ଦାନ୍ତ ମଝିରେ ଏପରି ଦୂରତ୍ୱ ଥାଏ, ଏମାନେ ସିନା ସୁନ୍ଦରତା କ୍ଷେତ୍ରରେ ପଛରେ ରୁହନ୍ତି।ହେଲେ ଏମାନେ ବହୁତ ଭାଗ୍ୟଶାଳି ଓ ଧନବାନ ହୋଇଥାନ୍ତି।ଏମାନଙ୍କ ଭାଗ୍ୟ ବହୁତ ଶକ୍ତିଶାଳୀ ହୋଇଥାଏ।ଏମାନେ ନିଜ ଜୀବନ ଯାତ୍ରାରେ ସଫଳ ହୋଇଥାନ୍ତି।ଏମାନେ ଜୀବନରେ ବହୁତ ପଇସା କମାନ୍ତି ଓ ଖର୍ଚ୍ଚ କରିଥାନ୍ତି। ଯେଉଁ ପୁରୁଷ ଏପରି ନାରୀଙ୍କୁ ବିବାହ କରିଥାନ୍ତି ସେମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି। ଏମାନେ ନିଜ ସ୍ୱାମୀଙ୍କୁ କେବେ ଛାଡିକି ଯାଆନ୍ତିନି।
ଏମାନେ ସବୁବେଳେ ସୁନ୍ଦର କଥା କହିଥାନ୍ତି।ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଦାନ୍ତରେ ଦୂରତା ଥିବା ମହିଳା ମାନେ ରଚନାତ୍ମକ କଳାରେ ପାରଙ୍ଗମ ହୋଇଥାନ୍ତି। ଦାନ୍ତ ମଝିରେ ଦୂରତ୍ୱ ଏମାନଙ୍କ ବୁଦ୍ଧିମତାର ପରିଚୟ ଦେଇଥାଏ। ବୁଦ୍ଧିରେ ଏମାନେ ପ୍ରଖର ତଥା ତେଜିୟାନ ହୋଇଥାନ୍ତି।
ଏମାନେ ଖାଦ୍ୟ ପେୟରେ ବହୁତ ସୌଖିନ ହୋଇଥାନ୍ତି। ଏମାନଙ୍କ ହୃଦୟ ବହୁତ ଖୋଲା ହୋଇଥାଏ।ଏମାନେ ବିଚାରବନ୍ତ ଅଟନ୍ତି।ଏମାନେ ନିଜ ପରିବାରକୁ ବହୁତ ଭଲପାଆନ୍ତି। ଏମାନେ ନିଜ ସ୍ୱାମୀଙ୍କୁ ଅନ୍ୟ ସ୍ତ୍ରୀ ସହିତ ଦେଖିଲେ ବହୁତ ରାଗିଯାନ୍ତି।ଓ ଏମାନେ ନିଜ ସ୍ୱାମୀଙ୍କୁ ବହୁତ ପ୍ରେମ କରିଥାନ୍ତି। ଏମାନେ ବହୁତ ସୁନ୍ଦର ହୃଦୟର ହୋଇଥାନ୍ତି।
ଆଶା କରୁଛି ଏହା ଆପଣଙ୍କ ବହୁତ ପସନ୍ଦ ଆସିବ ଓ ଆପଣମାନେ ମଧ୍ୟ ନିଜ ବିଷୟରେ ସଠିକ ତଥ୍ୟ ଜାଣିବାକୁ ସମର୍ଥ ହେବେ।ତେଣୁ ଆମେ ଜାଣିଲେ ଜ୍ୟୋତିଷ ଶାସ୍ତ୍ର ଆମକୁ ଗଭୀର ତତ୍ତ୍ୱର ସନ୍ଧାନ ଦେଇଥାଏ। ଏହା ସାଧାରଣରେ ଅସାଧାରଣକୁ ପ୍ରତିଭାତ କରାଇଥାଏ। ଅନ୍ୟମାନେ ହେୟ ଓ ନୀଚ ମନେ କରୁଥିବା ଜିନିଷ ମଧ୍ୟରେ ଦୁର୍ଲ୍ଲଭର ଅନୁସନ୍ଧାନ କରେ। ଏହା ଜୀବନ ପ୍ରତି ବହୁତ ଉପକାରୀ ଅଟେ।ଏହା ଅନେକ ସମୟରେ ଭାଗ୍ୟରେ ଥିବା ବିପଦର ସମାଧାନ କରିଥାଏ।ଏବଂ ବିଭିନ୍ନ କ୍ଷେତ୍ରରେ ଏହା ଏକ ଅବିଛେଦ୍ୟ ଅଙ୍ଗ ରୂପେ ରହି ଆସିଛି।