March 22, 2025

Odia Express

Here, There and Everywhere

ଲୋକମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ – ବିଦୂର ନୀତି ନିଶ୍ଚିନ୍ତ ପଢନ୍ତୁ ଓ ବୁଦ୍ଧିମାନ ନିଶ୍ଚୟ ହେଇଯିବେ ଆପଣ..

ବିଦୂର ମହାଭାରତରେ ପ୍ରମୁଖ ପାତ୍ର ମଧ୍ୟରୁ ଏକ ଅଟନ୍ତି।ସେ ଏକ ଦାସୀ ପୁତ୍ର ହୋଇଥିବାରୁ ତାଙ୍କୁ ରାଜା ହେବାର ଅଧିକାର ନଥିଲା।କିନ୍ତୁ ନିଜର ଜ୍ଞାନ ବଳରେ ସେ ହସ୍ତିନାପୁରର ରାଜା ହେଲେ।ସେ ସବୁବେଳେ ଧର୍ମର ସପକ୍ଷରେ ରହିଥାନ୍ତି ତେଣୁ ତାଙ୍କୁ ଧର୍ମରାଜା କୁହାଯାଏ।ଆମେ ଏଠାରେ କହିବାକୁ ଯାଉଥିବା ବିଦୂର ନୀତି ଆପଣଙ୍କ ଜୀବନରେ ବହୁତ ଉପଯୋଗ କରିବ।

ନୀତି ୧:ଆମେ ଯେଉଁ ବସ୍ତୁ ବିଷୟରେ ସଦାସର୍ବଦା ଭାବି ଥାଉ ତାହା ଆମକୁ ଆକର୍ଷିତ କରିଥାଏ।ତେଣୁ ଆମକୁ ସବୁବେଳେ ଭଲ ଚିନ୍ତା କରିବା ଦରକାର।ଯେପରି ଯଦି ଆପଣ କୌଣସି ଅସୁବିଧାକୁ ନେଇ ସବୁବେଳେ ଚିନ୍ତିତ ରହିବେ ତେବେ ତାହା କମ ହେବା ବଦଳରେ ଆହୁରି ବେଶି ବଢିଯିବ।ତେଣୁ ଆପଣ ସେହି ଆସୁବିଧା ଠିକ ହେବାର ଉପାୟ ଖୋଜି ଅସୁବିଧାଟିକୁ ଜଲ୍ଦି ଠିକ କରନ୍ତୁ।

ନୀତି ୨:ଯିଏ ଅଧିକ ଶୁଣେ ଏବଂ କମ କୁହେ ତାକୁ ବୁଦ୍ଧିମାନ ମଣିଷ କୁହାଯାଏ। ଆପଣ ଦେଖିବେ ସବୁ ସଫଳତା ମଣିଷ ବହୁତ କମ କଥା ହୋଇଥାନ୍ତି ଏବଂ ଶୁଣିବାରେ ଅଧିକ ମନ ଦେଇଥାନ୍ତି।କାହିଁକିନା ସଫଳତା ମଣିଷ ସବୁବେଳେ ନୂଆ ଜିନିଷ ଶିଖିବାରେ ମନ ଦେଇଥାନ୍ତି।

ନୀତି ୩:ଖରାପ ଲୋକଙ୍କ ସହିତ ରହିଲେ ନିରୀହ ଲୋକ ବି ସାମାନ ଦଣ୍ଡ ପାଇଥାନ୍ତି।ଯେପରି କି ଶୁଖିଲା କାଠ ସହିତ ବି ଓଦା କାଠ ମଧ୍ୟ ଜଳିଯାଏ।ଏଥିପାଇଁ ଖରାପ ଲୋକଙ୍କ ସହ ମିତ୍ରତା କରିବା କଥା ନୁହେଁ।

ନୀତି ୪:ଯେଉଁ କାମ କରି ଶେଷ ସମୟରେ ଏକୁଟିଆ ବସି ଅନୁତାପ କରିବାକୁ ପଡେ ସେପରି କାମ ଆରମ୍ଭ କରିବା କଥା ନୁହେଁ।ତେଣୁ ଆପଣ ଯେଉଁ କାମ କରୁଛନ୍ତି ଆଗ ସେହି କାମ ଉପରେ ଆଗ ଜ୍ଞାନ ଆହରଣ କରନ୍ତୁ ପରେ ସେହି କାମ କରନ୍ତୁ।

ନୀତି ୫:ଦୁନିଆରେ ସଫଳତା ପାଇବାକୁ ଇଚ୍ଛା ରଖି ଥିବା ଲୋକଙ୍କୁ ନିଦ,ଭୟ, ନିଦ୍ରା,କ୍ରୋଧ, ଆଳସ୍ୟା ଏହି ୬ଟି ଖରାପ ଅଭ୍ୟାସକୁ ସବୁଦିନ ପାଇଁ ଛାଡି ଦେବାକୁ ପଡିବ।ଏହା ସବୁ ଛାଡିବା ପରେ ସେହି ବ୍ୟକ୍ତି ଖୁବ ଶୀଘ୍ର ସଫଳତା ପାଇପାରିବ।

ନୀତି ୬:ଯିଏ ବିଶ୍ୱାସର ପାତ୍ର ହୋଇନଥାଏ ତାକୁ ତ କେବେ ବିଶ୍ୱାସ କରିବା କଥା ନୁହେଁ।ଏବଂ ଯିଏ ବିଶ୍ୱାସର ଯୋଗ୍ୟ ହୋଇଥାଏ ତା ଉପରେ ବି ଅଧିକ ବିଶ୍ୱାସ କରିବା କଥା ନୁହେଁ।କାହିଁକିନା ଯେବେ ବିଶ୍ୱାସ ଭାଙ୍ଗିଥାଏ ସେତେବେଳେ ବହୁତ କଷ୍ଟ ହୋଇଥାଏ।

ନୀତି ୭:ସଂସାରରେ ୫ଟି ସୁଖ ପ୍ରମୁଖ ଅଟେ ତାହା ହେଉଛି,ଧନ ପ୍ରାପ୍ତି, ସବୁବେଳେ ସୁସ୍ଥ ରହିବା, ଆଜ୍ଞାଧୀନ ସନ୍ତାନ,ପ୍ରିୟ ପତ୍ନୀ, ଏବଂ ମନ କଥା ପୂରା କରିପାରୁଥିବା ବିଦ୍ୟା।ଏହା ସବୁ ମିଳିବା ଦ୍ୱାରା ମଣିଷ ସଦାସର୍ବଦା ସୁଖୀ ରହିଥାଏ।

ନୀତି ୮:ଯେଉଁ ବ୍ୟକ୍ତି କୌଣସି ବି କାର୍ଯ୍ୟକୁ ନିଶ୍ଚିତ ହୋଇ ଆରମ୍ଭ କରିଥାଏ, ତାକୁ ମଝିରେ ଅଟକାଏ ନାହିଁ, ସମୟକୁ ନଷ୍ଟ କରେ ନାହିଁ ଓ ନିଜ ମନକୁ ନିୟନ୍ତ୍ରଣରେ ରଖିଥାଏ ସେହି ବ୍ୟକ୍ତି ଜ୍ଞାନୀ ଅଟେ।

ନୀତି ୯:ଯେଉଁ ବ୍ୟକ୍ତି ନିଜ ସାଙ୍ଗମାନଙ୍କୁ ତ୍ୟାଗ କରି ନିଜ ଶତ୍ରୁକୁ ନିଜର କରିଥାଏ ଏବଂ ଯିଏ ନିଜଠାରୁ ଶକ୍ତିଶାଳୀ ଲୋକ ସାଙ୍ଗରେ ଶତ୍ରୁତା ରଖିଥାଏ ସେହି ବ୍ୟକ୍ତି ମହାମୁର୍ଖ ଅଟେ।

ନୀତି ୧୦:ଯଦି କେହି ଅପରାଧ କରି ଦୂରକୁ ଚାଲିଯାଏ ତେବେ ସେ ଶାନ୍ତିରେ ରହିପାରେ ନାହିଁ।କାହିଁକିନା ସମୟ ଆସିବା ପରେ ତାକୁ ଏହାର ପ୍ରତିଶୋଧ ନେବାକୁ ପଡିଥାଏ।ଯଦି ଆପଣ କିଛି ବି ଖରାପ କରିଥିବେ ତେବେ ସେହି କାମ ଆପଣଙ୍କୁ ଶାନ୍ତିରେ ରହିବାକୁ ଦେବ ନାହିଁ।ଏବଂ ଆପଣଙ୍କର ସୁଖ ଶାନ୍ତି ସବୁ ଛଡେଇନେଇଥାଏ।

Leave a Reply

Your email address will not be published. Required fields are marked *