September 13, 2024

Odia Express

Here, There and Everywhere

ଶ୍ରୀକୃଷ୍ଣଙ୍କ ମତରେ ୩ଟା ରୁ ୫ଟା ମଧ୍ୟରେ ଶଯ୍ୟାତ୍ୟାଗ କରିବାର ମହିମା…

ଈଶ୍ବରଙ୍କ ବିରଚିତ ସୃଷ୍ଟିରେ ମନୁଷ୍ୟ ଦୁର୍ଲ୍ଲଭ ଅଟେ। ହେଲେ ସାଧାରଣ ମନୁଷ୍ୟ ମାନଙ୍କ ମଧ୍ୟରେ କେତେକ ମନୁଷ୍ୟ ଦେବତୁଲ୍ୟ ହୋଇଥାନ୍ତି। କାରଣ ସେମାନଙ୍କ ପାଖରେ ଲୁକ୍କାୟିତ କିଛି ଅସାଧାରଣ ପ୍ରତିଭା ଥାଏ।ସେମାନେ କେବଳ କୌଣସି ଜିନିଷକୁ ଅନୁଭବ ନୁହେଁ; ସ୍ୱୀକାର କରିଥାନ୍ତି।ତେଣୁ ସେମାନେ ଅସାଧାରଣ ଅଟନ୍ତି।କିଛି ଅଲଗା କରିବାର ପ୍ରୟାସ ମଣିଷକୁ ସାଧାରଣରୁ ଅସାଧାରଣ ରୂପେ ପ୍ରତିଭାତ କରିଥାଏ।ଶ୍ରୀକୃଷ୍ଣଙ୍କ ମତରେ ସକାଳ ୩ଟା ରୁ ୫ଟା ମଧ୍ୟରେ ସମୟକୁ ବ୍ରାମହ ମୁହୂର୍ତ୍ତ କୁହାଯାଏ।କାରଣ ବ୍ରମହା ଏହି ସମୟ ମଧ୍ୟରେ ସୃଷ୍ଟି ସର୍ଜନା କରିଥିଲେ।ତେଣୁ ଏହା ବ୍ରାମହ ମୁହୂର୍ତ୍ତ ଅଟେ।ଏହି ସମୟରେ ଶଯ୍ୟାତ୍ୟାଗ କରୁଥିବା ବ୍ୟକ୍ତି ସମସ୍ତଙ୍କ ଠାରୁ ଉଚ୍ଚକୋଟୀର ଅଟନ୍ତି ଓ ବହୁତ ଭାଗ୍ୟବାନ ଅଟନ୍ତି।ଓ ଜୀବନରେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ଓ ବହୁତ ଆଗକୁ ଯାଇଥାନ୍ତି।

ଜୀବନରେ ସମସ୍ତେ ଆଗକୁ ଯିବାକୁ ଚାହାନ୍ତି। କିଛି ଅଲଗା କରିବାକୁ ଚାହାନ୍ତି। ଫଳରେ ନିଜ ଭିତରେ ଥିବା ଖାସ ଗୁଣକୁ ସାରା ଦୁନିଆ ଜାଣି ପାରିବ।ହେଲେ ନିଜ ଭିତରେ ସେ ଖାସ ଗୁଣକୁ କିପରି ଆଣିବ???ଓ କିପରି ସଫଳତାର ନିକଟତର ହେବ ତାହା ବିଭିନ୍ନ କଥା ଉପରେ ନିର୍ଭର କରେ। ସବୁଠୁ ମଜାଦାୟକ କଥା ହେଉଛି ସକାଳୁ ଉଠିବା ଦ୍ୱାରା ଏହା ସମ୍ଭବ ହୋଇଥାଏ।

ସଫଳ ହେବାକୁ ଚେଷ୍ଟିତ ପ୍ରତ୍ୟେକ ବ୍ୟକ୍ତି କେବେ ନିଜ ସମୟକୁ ଅଯଥା ନଷ୍ଟ କରିବାକୁ ଚାହିଁବେନି।ଜୀବନରେ ସଫଳତା ପ୍ରାପ୍ତି କରିଥିବା ପ୍ରତ୍ୟେକ ବ୍ୟକ୍ତି ପ୍ରାତଃ ସକାଳରୁ ଉଠି ନିଜର ସମସ୍ତ କାର୍ଯ୍ୟ ସମାପ୍ତ କରୁଥିଲେ। ଏବଂ ସଠିକ କାମରେ ନିଜକୁ ନିୟୋଜିତ କରୁଥିଲେ।ସଫଳତା ହାସଲ କରିଥିବା ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସମୟକୁ ନିଜ ହାତରେ ରଖୁଥିଲେ।ଓ ସମୟର ସଦୁପଯୋଗ କରୁଥିଲେ। ନିଜର ବାସ୍ତବ ଲକ୍ଷ୍ୟ ଉପରେ ନିଜ ଦୃଷ୍ଟି କେନ୍ଦ୍ରୀଭୂତ କରୁଥିଲେ।

ଏହି ସମୟ ମଧ୍ୟରେ ଶଯ୍ୟାତ୍ୟାଗ କରୁଥିବା ବ୍ୟକ୍ତି ମଧ୍ୟ ସର୍ବଦା ସୁସ୍ଥ ରୁହନ୍ତି।ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।

ସମସ୍ତ କାର୍ଯ୍ୟ ମଧ୍ୟରୁ ଶୋଇବା ଏକ ଅଂଶ ଅଟେ।ଶୋଇବା ପ୍ରସଙ୍ଗ ଆସିଲେ ସମସ୍ତେ କୁହନ୍ତିକି ୬ରୁ ୮ ଘଣ୍ଟା ଶୋଇବା ଜରୁରୀ ଅଟେ।ତାହା ବି ଠିକ ଅଟେ। ଏକ ସୁସ୍ଥ ଶରୀର ନିମନ୍ତେ ସଠିକ ସମୟ ପର୍ଯ୍ୟନ୍ତ ନିଦ୍ରା ନିତାନ୍ତ ଆବଶ୍ୟକ। ହେଲେ ଯଦି ୬ ଘଣ୍ଟାରେ ସଠିକ ସମୟ ପର୍ଯ୍ୟନ୍ତ ନିଦ୍ରା ହେଇଯାଉଛି ତେବେ ଆଉ ଦୁଇ ଘଣ୍ଟା ଅଧିକ ଶୋଇବାର ଆବଶ୍ୟକତା କଣ!! ବଳକା ଦୁଇଘଣ୍ଟା ନିଜକୁ ଅଲଗା କିଛି କାର୍ଯ୍ୟରେ ନିୟୋଜିତ କରି ପାରିବ।ତେଣୁ ଏକ ସଫଳ ଜୀବନ ପାଇଁ ଏକ ଶୃଙ୍ଖଳିତ ନିୟମର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ଅଟେ।ଫଳରେ ଜୀବନ ହୋଇପାରିବ ସୁନ୍ଦର ଓ ମଧୁର।

Leave a Reply

Your email address will not be published. Required fields are marked *