September 9, 2024

Odia Express

Here, There and Everywhere

ଖାଦ୍ୟ ଓ ସ୍ୱାସ୍ଥ୍ୟ – ଏହି ୫ଟି ଖାଦ୍ୟ ଖାଇଲେ ଜୀବନରେ ଆସିବ ନାହିଁ ରୋଗ – ଅନେକ ସମସ୍ୟା ଦୂର ହେବ..

ଆମେ ବଞ୍ଚିବା ପାଇଁ ଖାଦ୍ୟ ଖାଉ ଓ ଖାଦ୍ୟ ଆମ ଶରୀରକୁ ସୁସ୍ଥ ସବଳ ରଖେ। ଆମେ ପ୍ରତିଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଉ କି? ନା, ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଖାଦ୍ୟ ଖାଉ।ପ୍ରତ୍ୟକ ଖାଦ୍ୟରେ କିଛିନା କିଛି ଭିଟାମିନ ଥାଏ। ଏହି ଭିଟାମିନ ଆମ ଶରୀରକୁ ଗଠନ କରିବାରେ ସାହାଯ୍ୟ କରେ,ଆମ ଶରୀର କୁ ଶକ୍ତି ପ୍ରଦାନ କରେ ଓ ଆମ ଶରୀରକୁ ରୋଗ ମୁକ୍ତ କରିଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢାଏ।କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ପ୍ରତ୍ୟକ ମଣିଷ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଦରକାର। ଆମରି ହାତରେ ଆମରି ସ୍ୱାସ୍ଥ୍ୟ।ଆମେ ଆମ ସ୍ୱାସ୍ଥ୍ୟ କୁ ଠିକ ରଖିବାକୁ ହେଲେ ପ୍ରଥମେ ଖାଦ୍ୟ ଖାଇବା ଜରୁରୀ।ଯେଉଁ ଖାଦ୍ୟ ଆମ ଶରୀର ପାଇଁ ଉପଯୋଗୀ ଆମେ ସେହି ପ୍ରକାର ଖାଦ୍ୟ ଖାଇବା ଦରକାର। ଅର୍ଥାତ ଆମକୁ ଜଙ୍କ ଫୂଡ଼ ଓ ଫାଷ୍ଟ ଫୂଡ଼ ଛାଡି ସୁଷମ ଖାଦ୍ୟ ଓ ଫଳ ପନିପରିବା ଖାଇବା ଆବଶ୍ୟକ।

କାର୍ଯ୍ୟ ର ବ୍ୟସ୍ତତା କାରଣ ରୁ ଆମେ ଅନେକ ସମୟରେ ଖାଦ୍ୟ ଖାଇନଥାଉ ଯାହା ଫଳରେ ଆମ ପାକସ୍ଥଳୀ ରୁ ହଜମ ରସ ନିର୍ଗତ ହୋଇଥାଏ ଯାହା ଫଳରେ ପାକସ୍ଥଳୀ ରେ କଣା ହୋଇଯାଇଥାଏ। ଖାଦ୍ୟକୁ ନେଇ ଆମ ଶରୀର ଗଢ଼ା। ଖାଦ୍ୟ ଆମ ଶରୀରରେ ଥିବା ଅପକାରୀ ଜୀବାଣୁ ଭୁତାଣୁ ମାନଙ୍କୁ ନାଶ କରିଥାଏ ଓ ଆମ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ରୋଗମୁକ୍ତ ହେବାପାଇଁ ଆମେ ଔଷଧ ସହ ଡାକ୍ତର ଙ୍କ ପରାମର୍ଶ ଅନୁସାରେ କିଛି ନିର୍ଦ୍ଧିଷ୍ଟ ଖାଦ୍ୟ ମଧ୍ୟ ଖାଇଥାନ୍ତି।

୫ଟି ଏପରି ଖାଦ୍ୟ ଯାହା ଆମ ମୁହଁ ଓ ଚୁଟି ର ସମସ୍ୟାକୁ ଦୂର କରିବା ସହିତ ଆମ ଆଖି ର ଦୃଷ୍ଟିଶକ୍ତି ବଢ଼ାଇଥାଏ,ହାଡ଼ କୁ ମଜବୁତ କରିଥାଏ,ମସ୍ତିଷ୍କ ର ବୃଦ୍ଧି ଓ ଓଜନ ବଢିବା ଓ କମିବା ରେ ସାହାଯ୍ୟ କରିଥାଏ।

ମିଠା ଆଳୁ= ଏହା ଦେଖିବାକୁ ଆଳୁ ପରି କିନ୍ତୁ ଏହା ପାଟିକୁ ମିଠା ଲାଗିଥାଏ ଓ କ୍ୟାଲୋରୀ ବି କମ ରହିଥାଏ। ଆଳୁ ଅନୁସାରେ ଏଥିରେ ଅଧିକ ଫାଇଦା ହେଇଥାଏ। ଏଥିରେ ଶ୍ୱେତସାର ଅଧିକ ପରିମାଣ ରେ ରହିଥିବାରୁ କସରତ କରୁଥିବା ଲୋକ ମାନେ ଏହାକୁ କସରତ କରିବା ପୂର୍ବରୁ ଖାଇଥାନ୍ତି କାହିଁକି ନା ଏହା ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ ଯାହା କସରତ କରିବାରେ ସହଜ ହୋଇଥାଏ। ମିଠା ଆଳୁ ରେ ଫାଇବର ରହିଥାଏ ଯାହା ହଜମ କ୍ରିୟା କୁ ବଢ଼ାଇଥାଏ ଓ ପେଟରେ ଭଲ ଜୀବାଣୁ ଙ୍କ ସଂଖ୍ୟା ବଢିବାରେ ସାହାଯ୍ୟ କରିଥାଏ। ଏହା ଛଡା ଏଥିରେ ଗୋଟେ ଖାସ ଜିନିଷ ରହିଥାଏ ତାହା ହେଉଛି ବିଟା କ୍ୟାରୋଟିନ(ଭିଟାମିନ ଏ)।ଏଥିରେ ଏତେ ଅଧିକ ଭିଟାମିନ ଏ ରହିଥାଏ ଯେ ଏହାର କେବଳ୧୦୦ ଗ୍ରାମ ବ୍ୟବହାର ରେ ଆମ ଶରୀର ର ମୋଟାମୋଟି ୩ ଗୁଣା ଅଧିକ ଭିଟାମିନ ଯୋଗାଇଥାଏ। ଏହା ହେଉଛି ଏହାର କାରଣ ଏହାକୁ ଭିଟାମିନ ଏ ର ଗୋଟେ ବଢିଆ ଉପଯୋଗୀ ମାନିଥାଉ। ଭିଟାମିନ ଏ ଆଖିର ଦୃଷ୍ଟିଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ ତା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ିବାରେ , ଚର୍ମ ଓ ଚୁଟି ର ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ମିଠା ଆଳୁ ରେ କିଛି ପ୍ରତିଉପଚାୟକ ରହିଥାଏ ଯାହା ମସ୍ତିଷ୍କ କୁ କାର୍ଯ୍ୟଶୀଳ କରିଥାଏ, କର୍କଟ ରୋଗ କୁ ମଧ୍ୟ ଭଲକରିବାରେ ସାହାଯ୍ୟ କରିଥାଏ। ଏହାକୁ ଯେକୌଣସି ଲୋକ ବ୍ୟବହାର କରିପାରିବେ। ଏହାକୁ ଓଜନ ବଢ଼ିବାରେ ଓ କମିବାରେ ବ୍ୟବହାର କରିପାରିବେ।ଏହାକୁ ପାଣିରେ ସିଝାଇ ଖାଇପାରିବେ। ସାଧାରଣତଃ ଏହାକୁ କସରତ କରିବା ପୂର୍ବରୁ ଖିଆଯାଏ।

୪ – ଅଖୋରଟ= ଅଖୋରଟ ରେ ଏ ଏଲ ଏ (ଓମେଗା୩ ) ରହିଥାଏ ଯାହା ହୃତପିଣ୍ଡ ଓ ମସ୍ତିଷ୍କ ପାଇଁ ଅଧିକ ଦରକାରୀ ହେଇଥାଏ। ଏହା ମସ୍ତିଷ୍କ ର ଶକ୍ତି ବୃଦ୍ଧି କରିଥାଏ ଓ ଶରୀର ରେ କୋଲେଷ୍ଟେସ୍ରୋଲେ ଯାହାଫଳରେ ହୃଦୟ ଜନିତ ରୋଗ କମ ହେଇଥାଏ ତା ସହ ଚର୍ମ ଓ ଚୁଟି ର ସମସ୍ୟା ଦୂର କରିବା ସହିତ ଟାଇପ ୨ ମଧୁମେହ ଓ ରକ୍ତଚାପ କୁ କମ କରିବାରେ ସାହାଯ୍ୟ କରିଥାଏ। ଅଖୋରଟ ରେ ଭିଟାମିନ ଇ, ପଲିଫିନୋଲ ଓ ମେଲାଟୋନିଣ୍ଣ ଭଳି ପ୍ରତିଉପଚାୟକ ରହିଥାଏ ଯାହା ପ୍ରତିକର୍କଟ ଭଳି କାମ କରିଥାଏ। ରାତିରେ ୨/୩ ଟା ଅଖୋରଟ କୁ ପାଣିରେ ଭିଜାଇ ଦିଅନ୍ତୁ ଓ ସକାଳୁ ଏହାକୁ ଖାଲି ପେଟରେ ସେବନ କରନ୍ତୁ।

୩ – କିନୋୟା= କିନୋୟା ଚାଉଳ ଓ ଗହମ ଭଳି ଗୋଟେ ଶସ୍ୟ ଯାହା କିଛି କିଛି ସୋରିଷ ଦାନା ଭଳି ଦେଖାଯାଏ। ଏହି ଖାଦ୍ୟ ଭାରତୀୟ ଖାଦ୍ୟ ନୁହଁ ତେଣୁ ଏହାକୁ ଇଂରାଜୀ ରେ କିନୋୟା ହି କୁହାଯାଏ। ଏଥିରେ ବହୁତ ପ୍ରକାର ଭିଟାମିନ ରହିଥାଏ କିନ୍ତୁ ସବୁଠୁ ଜରୁରୀ ଏଥିରେ ଫାଇବର ଆଉ ପୃଷ୍ଟିସାର ରହିଥାଏ। ଏଥିରେ ଫାଇବର ର ମାତ୍ରା ଚାଉଳ ଅପେକ୍ଷା ୩ ଗୁଣା ଅଧିକା ରହିଥାଏ ସେଥିପାଇଁ ଏହାକୁ ଓଜନ କମାଇବାରେ ବ୍ୟବହାର କରାଯାଇଥାଏ ତା ସହ ଏହା ପାଚନ କ୍ରିୟା ବଢାଇବାରେ ସାହାଯ୍ୟ କରିଥାଏ। ଅନେକ ଖାଦ୍ୟ ରେ ପୁର୍ଣ ଭାବେ ପୃଷ୍ଟିସାର ନଥାଏ ଆମୀନୋ ଅମ୍ଳ ମିଶିକରୀ ରହିଥାଏ କିନ୍ତୁ କିନୋୟା ଏକ ପୁର୍ଣ ପୃଷ୍ଟିସାର ଜାତୀୟ ଖାଦ୍ୟ ଭିତରେ ଆସିଥାଏ କାରଣ ଏଥିରେ ୯ ଟି ଯାକ ଦରକାରୀ ଆମିନୋ ଅମ୍ଳ ରହିଥାଏ ତେଣୁ ଏହାକୁ ଉଭୟ ଓଜନ ବଢାଇବା ଓ କମାଇବା ରେ ବ୍ୟବହାର କରାଯାଇପାରିବ। ଏହାକୁ ଆପଣ ଭାତ ଭଳି ବନାଇ ଖାଇପାରିବେ।

୨ – ଚଣା= ଚଣା କୁ ଆମେ ସିଝାଇ, ଭାଜି ଓ ଅଙ୍କୁରିତ କରି ଖାଇପାରିବା। ଚଣା ରେ ସମାନତା ରେ ଶ୍ୱେତସାର, ପୁଷ୍ଟିସାର ଓ ଫାଇବର ରହିଥାଏ ଯାହା ରକ୍ତରେ ଚିନି ର ପରିମାଣ ଠିକ ଭାବେ ରଖିବାରେ ଓ ପାଚନ କ୍ରିୟା କୁ ବଢ଼ାଇ ବାରେ ସାହାଯ୍ୟ କରିଥାଏ। ଏଥିରେ ଶ୍ୱେତସାର ଓ ପୁଷ୍ଟିସାର ଉଭୟ ରହିଥିବା ରୁ ଏହାକୁ ଓଜନ ବଢାଇବା ଓ କମାଇବାରେ ବ୍ୟବହାର କରିପାରିବା।

୧ – କଖାରୁ ମଞ୍ଜି=ଅନେକତର ଲୋକ କଖାରୁ ତ ଖାଆନ୍ତି କିନ୍ତୁ ଏହାର ମଞ୍ଜି ରୁ ମିଳୁଥିବା ଲାଭ ବିଷୟର ଅଜଣା ରହିଥାନ୍ତି। କଖାରୁ ମଞ୍ଜି ରେ ଭିଟାମିନ ଇ ଓ ବିଭିନ୍ନ ପ୍ରକାର ପ୍ରତିଉପଚାୟକ ରହିଥାଏ ଯାହା ଶରୀର ର ଦାହ କୁ କମ କରିଥାଏ ଓ ମୁକ୍ତମୁଳକ ସହ ଲଢ଼ି ବୟସ ବଢ଼ିବା ପ୍ରକ୍ରିୟା କୁ କମ କରିଥାଏ।ଏଥିରେ ମଗ୍ନେସ୍ସୀଉମ, କପର, ଫସଫରସ,ଲୌହ, ପୁଷ୍ଟିସାର ରହିଥାଏ ଯାହା ଶରୀର କୁ ବିଭିନ୍ନ ପ୍ରକାର ଫାଇଦା ଦେଇଥାଏ। ଏଥିରେ ଏକ ଖାସ ଜିନିଷ ରହିଥାଏ ତାହା ହେଉଛି ଜିଙ୍କ ଯାହା ବ୍ରଣ କୁ କମାଇଥାଏ,ମୁହଁ ର ରଙ୍ଗ କୁ ବଢ଼ାଇଥାଏ,ଚୁଟି କୁ ମଜବୁତ ବନାଇ ଥାଏ ,ପୁରୁଷ ଙ୍କ ଶୁକ୍ରାଣୁ ର ପରିମାଣ ବଢ଼ାଇଥାଏ। ବହୁତ ପ୍ରକାର ଖାଦ୍ୟ ରେ ଜିଙ୍କ ମିଳିନଥାଏ କିନ୍ତୁ କଖାରୁ ମଞ୍ଜି ଏପରି ଏକ ଖାଦ୍ୟ ଯେଉଁଥିରେ ଜିଙ୍କ ର ମାତ୍ରା ଅଧିକ ରହିଥାଏ।ଏହାକୁ ରାତିରେ ପାଣିରେ ଭିଜାଇ ରଖିଦେବେ ସକାଳୁ ଉଠି ଖାଇବେ।

Leave a Reply

Your email address will not be published. Required fields are marked *