ସବୁଦିନ ଘରର ପୂଜା ସମୟ ବଦଳାଇବା ଦ୍ଵାରା ହେବ ସମସ୍ତ ପୂଜା ସ୍ୱୀକାର, ଜାଣନ୍ତୁ କେବେ କରିବେ ପୂଜା..
1 min readନମସ୍କାର ବନ୍ଧୁଗଣ, ପ୍ରାୟତଃ ପୂଜା ସମସ୍ତେ କରିଥାନ୍ତି,ଆପଣ କୌଣସି ଲୋକର ଘରକୁ ଯାଆନ୍ତୁ ସମସ୍ତଙ୍କ ଘରେ କେହି ନା କେହି ନିୟମିତ ଭାବରେ ଭାଗବନଙ୍କର ପୂଜା କରିଥାନ୍ତି।କିନ୍ତୁ କଣ ସମସ୍ତଙ୍କୁ ପୂଜାର ଫଳ ମିଳିଥାଏ? କଣ ସମସ୍ତଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ?,ନା।ଏଥିପାଇଁ କେହି ବହୁତ ଧନୀ ଓ ସଫଳ ହୋଇଥାଏ ଏବଂ ସୁଖୀ ଅଛି ,ଓ କେହି ନିର୍ଧନୀ,ଋଣଯୁକ୍ତ, ଅସଫଳ,ବେରୋଜଗାର,ଓ ନିଜ ଜୀବନରେ ଦୁଃଖୀ ଅଛି।ଏପରି କାହିଁକି ହୋଇଥାଏ ଆଜି ଆମେ ଜାଣିବା।କଣ ଆମ ଦ୍ଵାରା କରାଯାଉଥିବା ପୂଜା ଭଗବାନ ସ୍ୱୀକାର କରନ୍ତି।ଯଦି ଭଗବାନ ଆପଣଙ୍କ ପୂଜା ସ୍ୱୀକାର କରିଥିବେ ସେ ଆପଣଙ୍କ ମନସ୍କାମନା ପୂର୍ଣ୍ଣ କରିବେ।କିନ୍ତୁ ଆମେ କେମିତି ଜାଣିବା କି ଆମ ପୂଜା ସ୍ୱୀକାର ହୋଇଛି।
ଆମର କିଛି ବହୁତ ଛୋଟ ଭୁଲ ଦ୍ଵାରା ଆମର ପୂଜା ସ୍ୱୀକାର ହୋଇନଥାଏ।ଏଥିପାଇଁ ଆପଣ ଭଗବାନଙ୍କୁ ଦୋଷ ଦେଇ ପାରିବାନାହିଁ।ଆସନ୍ତୁ ଜାଣିବା ସେହି ସବୁ ଭୁଲ ବିଷୟରେ।ଆପଣଙ୍କୁ ଲାଗୁଥିବ କି ଭଗବାନ ତ ସମସ୍ତଙ୍କ ପୂଜା ସ୍ୱୀକାର କରନ୍ତି ସେ କାହିଁକି କାହାର ପୂଜା ସ୍ୱୀକାର କରିବେନି।
ଦିନରେ କିଛି ଏପରି ସମୟ ଥାଏ ଯେବେ ଭଗବାନ ଆପଣଙ୍କ ପୂଜା ସ୍ୱୀକାର କରନ୍ତି ନାହିଁ।ଯେଉଁ ବ୍ୟକ୍ତି ଏହି ସମୟର ଧ୍ୟାନ ରଖି ଭଗବାନଙ୍କର ପୂଜା କରିଥାଏ ଭଗବାନ ନିଶ୍ଚିତ ତାର ପୂଜା ସ୍ବୀକାର କରନ୍ତି।ଏବଂ ତାର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।ଆପଣଙ୍କୁ କେବଳ ନିଜର ନିୟମିତ ପୂଜା କରିବାର ସମୟରେ ପରିବର୍ତ୍ତନ କରିବାକୁ ପଡିବ।ଏହା ବହୁତ ହିଁ ଛୋଟ ଭୁଲ ଅଟେ।ଏହା ଏତେ ଛୋଟ କଥା କି କାହା ମନରେ ଏହା ଆସିନଥାଏ।ଏବଂ ଏଥିପାଇଁ ଏପର୍ଯ୍ୟନ୍ତ କୋୖଣସି ପଣ୍ଡିତ କିମ୍ବା ଜ୍ୟୋତିଷ ଏହା ବିଷୟରେ କୁହନ୍ତି ନାହିଁ।ଦିନର ୨୪ଘଣ୍ଟାରେ କିଛି ଏପରି ସମୟ କାଳ ଥାଏ ଯାହାକୁ ଆମେ ରାହୁକାଳ କିମ୍ବା କେତୁକାଳ କହିଥାଉ।ସାଧାରଣ ଭାଷାରେ ଏମାନଙ୍କୁ ରାହୁକାଳମ କିମ୍ବା କେତୁକାଳମ ମଧ୍ୟ କୁହାଯାଏ।ରାହୁ ଓ କେତୁଙ୍କ ବିଷୟରେ ତ ଆପଣ ଜାଣିଥିବେ।ଏହା କାଳ୍ପନିକ ଗ୍ରହ ଅଟେ।ସପ୍ତାହର ଅଲଗା ଅଲଗା ସମୟରେ ରାହୁକାଳ ଓ କେତୁକାଳର ସମୟ ହୋଇଥାଏ।ଏହି ଦୁଇଟି ସମୟରେ କରାଯାଉଥିବା କୌଣସି ପୂଜା ସଫଳ ହୁଏ ନାହିଁ।ଏବଂ ଭଗବାନ ତାକୁ ସ୍ୱୀକାର କରନ୍ତି ନାହିଁ।
ସୋମବାର ଦିନ ସକାଳ ୭:୩୦-୯ଟା ରାହୁକାଳ,ଦ୍ୱିପ୍ରହର ୧:୩୦-୩ଟା କେତୁକାଳ।
ମଙ୍ଗଳବାର ଦ୍ୱିପ୍ରହର ୩-୪:୩୦ ରାହୁକାଳ, ଦ୍ୱିପ୍ରହର ୧୨-୧:୩୦ କେତୁକାଳ।
ବୁଧବାର ଦ୍ୱିପ୍ରହର ୧୨-୧:୩୦ ରାହୁକାଳ, ସକାଳ ୧୦:୩୦-ଦ୍ୱିପ୍ରହର ୧୨ଟା କେତୁକାଳ।
ଗୁରୁବାର ଦ୍ୱିପ୍ରହର ୧:୩୦-୩ ରାହୁକାଳ,୯:୩୦-୧୦:୩୦ କେତୁକାଳ।
ଶୁକ୍ରବାର ୧୦:୩୦-୧୨ ରାହୁକାଳ,୭:୩୦-୯ କେତୁକାଳ।
ଶନିବାର ୯-୧୦:୩୦ ରାହୁକାଳ,୬-୭:୩୦ କେତୁକାଳ।
ରବିବାର ୪:୩୦-୬ରାହୁକାଳ,ଦ୍ୱିପ୍ରହର ୩-୪:୩୦ କେତୁକାଳ।
ଏହି ସମୟରେ କୌଣସି ପୂଜା କରନ୍ତୁ ନାହିଁ।ଏହି ସବୁ ସମୟ ଅନୁସାରେ ନିଜ ଘରର ପୂଜା କରିବାର ସମୟ ବଦଳାନ୍ତୁ।ସେହି ସମୟରେ ପୂଜା କରନ୍ତୁ।କୌଣସି ଅଜଣା ସ୍ଥାନକୁ କେତୁ କାଳରେ ଯିବା ବହୁତ ହିଁ ଖରାପ ହୋଇଥାଏ।ରାହୁକାଳରେ ଆରମ୍ଭ କରାଯାଇଥିବା କୌଣସି କାର୍ଯ୍ୟ ସଫଳ ହୋଇନଥାଏ।ତେଣୁ କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଏହା ଧ୍ୟାନରେ ରଖନ୍ତୁ କି ରାହୁକାଳରେ ଏହା କରନ୍ତୁ ନାହିଁ।ଏସବୁ କଥାକୁ ଧ୍ୟାନରେ ରଖି ନିଜ ଘରେ ପୂଜା କରନ୍ତୁ।