ସ୍ୱାମୀ ଙ୍କ ପୂର୍ବରୁ ଭୋଜନ କରୁଥିବା ସ୍ତ୍ରୀ ମାନଙ୍କ ପାଇଁ ଶ୍ରୀକୃଷ୍ଣ ଙ୍କ ବାଣୀ – ମହିଳା ମାନେ ନିଶ୍ଚୟ ଜାଣିରଖନ୍ତୁ..
ଏହି ସଂସାରରେ ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ସବୁଠୁ ମଜବୁତ ସମ୍ପର୍କ ହେଇଥାଏ।ତା ସହ ସବୁଠୁ କମଜୋର ସମ୍ପର୍କ ବି ଏହାହିଁ ହେଇଥାଏ।ଯଦି ପତି ପତ୍ନୀ ଙ୍କ ବିଚାର, କର୍ମ, ସଂସ୍କାର,ମନ, ବଚନ ଦୁଇଜଣଙ୍କର ସମାନ ହେଇଯାଏ ତେବେ ଏହି ସମ୍ପର୍କ ବହୁତ ଶାନ୍ତି ଆଉ ମଜବୁତ ହୋଇଥାଏ।ଏହାର ବିପରୀତ ଯଦି କୌଣସି ଗୁଣ ନ ମିଳେ ଜୀବନ କ୍ଳେଶ ରେ ଭରାହେଇଥାଏ।
ପତି ଓ ପତ୍ନୀ ଙ୍କୁ ନିଜ ବୈବାହିକ ଜୀବନର ସବୁ ଧର୍ମ, ବଚନ ଓ କର୍ତବ୍ୟର ପାଳନ ପୁରା ମନରେ କରିବା ଉଚିତ।ଦାମ୍ପତ୍ୟ ଜୀବନରେ କେବେ କେବେ କିଛି କାରଣ ରୁ ମତଭେଦ ହୋଇଯାଏ।ଜାହାଦ୍ୱାର ପତି ଓ ପତ୍ନୀ ଙ୍କୁ ନିଜ ଭିତରେ ହିଁ ସମାଧାନ କରିନେବା ଉଚିତ।କୌଣସି ନିଜ ଲୋକଙ୍କୁ ଏହି ମାମଲାରେ ଆଣିବା ଉଚିତ ନୁହେଁ।ଏହାଦ୍ୱାରା କଥା ଥମିବା ଅପେକ୍ଷା ଆହୁରି ବଢିଯାଏ।କାରଣ ଆପଣ ସାତ ଜନ୍ମ ର ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ଓ ଆପଣ ଜଣେ ଦୁଇ ଜଣଙ୍କୁ ଆପଣେଇ ନେଇଛନ୍ତି।ସେଥିପାଇଁ ଆପଣ ଜଣେ ଦୁଇ ଜଣଙ୍କ ଆଦତ ଓ କମି କୁ ଆପଣେଇ ବାକୁ ହେବ।
ପତି ଓ ପତ୍ନୀ ମଧ୍ୟରେ ମିତ୍ର ଭଳି ସମ୍ପର୍କ ରହିବା ଜରୁରୀ।ଯେପରିକି ଦୁଇ ଜଣ ମିତ୍ର ଝଗଡା କଲେ ମତାନ୍ତର ହେଲେ ମଧ୍ୟ ଦୁଇ ଜଣ ମାନିବି ଯାଇଥାନ୍ତି।କିନ୍ତୁ କୌଣସି ବି କଥାରେ ଅଲଗା ହେଇନଥାନ୍ତି।ଜଣେ ଅନ୍ୟଜଣକୁ ତାର ଭଲ ଓ ମନ୍ଦରେ ସ୍ୱୀକାର କରିନେଇଥାଏ।ସେହିପରି ପତି ଓ ପତ୍ନୀ ଙ୍କୁ ନିଜଭିତରେ ସାଙ୍ଗହୋଇ ରହିବା ଉଚିତ।
ବହୁତ ବାର ଦେଖାଯାଇଛି ଯେ ଘରେ କିମ୍ବା ସାମାଜିକ ସ୍ଥାନରେ ପତି ପତ୍ନୀ ଝଗଡା ଲାଗିଥାନ୍ତି।ଜଣେ ଅନ୍ୟକୁ ଭଲ ଖରାପ କହିଦେଇଥାଏ।ଯେବେକି ପତି ପତ୍ନୀ ଙ୍କୁ ସମସ୍ତଙ୍କ ସାମ୍ନାରେ ଜଣେ ଅନ୍ୟର ସନମାନ ର ଧ୍ୟାନ ରଖିବା ଉଚିତ।ଜଣ ଙ୍କ ର ଅନ୍ୟ ଜଣଙ୍କ ପ୍ରତି ଯେତେ ବି କଟୁତତା ଥିଲେ ମଧ୍ୟ କାହା ଆଗରେ ଦେଖାଇବା ଉଚିତ ନୁହେଁ।
ମହିଳାମାନଙ୍କୁ ନିଜ ପତିଙ୍କ ସହ କିମ୍ବା ତାଙ୍କ ପରେ ଭୋଜନ କରିବା ଉଚିତ।ସ୍ୱାମୀଙ୍କ ପୂର୍ବରୁ ଭୋଜନ କରୁଥିବା ସ୍ତ୍ରୀଙ୍କ ପତିବ୍ରତା ଧର୍ମ ନାଶ ହେଇଯାଇଥାଏ।ଯାହା କାରଣରୁ ଘରେ ନକରାତ୍ମକ ବଢ଼ିଥାଏ ଓ ଘରୁ ସୁଖ ଶାନ୍ତି ପଳାଇଥାଏ।ସେଥିପାଇଁ ମହାଲକ୍ଷ୍ମୀଙ୍କ କୃପାରୁ ପତି ଓ ପତ୍ନୀ ଦୁଇଜଣଙ୍କୁ ଜଣେ ଅନ୍ୟଜଣଙ୍କ ସନମାନ କରିବା ଦରକାର।ଯେଉଁ ପତ୍ନୀ ମାନେ ନିଜ ସ୍ୱାମୀଙ୍କ ଭୋଜନ ପରେ ଭୋଜନ କରିଥାନ୍ତି ତାଙ୍କ ଉପରେ ମାଆ ଅର୍ଣ୍ଣପୁର୍ଣ ଙ୍କ ଆଶୀର୍ବାଦ ରହିଥାଏ।
ଜଣେ ଅନ୍ୟଉପରେ ନଜର ରଖିବା ଓ ଜଣେ ଅନ୍ୟର କ୍ରିୟାକଳାପ ଉପରେ ଧ୍ୟାନ ରଖିବା ଦୁଇଜଣଙ୍କ ପାଇଁ ଆବଶ୍ୟକ ଅଟେ।କିନ୍ତୁ କେହିକାହାକୁ ସମୟ ନଦେବା ଜଣେ ଅନ୍ୟ ପଛରେ ପଡିବା ଅଶୁଭ ହୋଇଥାଏ।ପତି ଓ ପତ୍ନୀ ଦୁଇଜଣଙ୍କୁ କେବେ ସଂଶୟ କରିବା ଉଚିତ ନୁହେଁ।ଯାହାଦ୍ୱାରା ପରିବାର ଉଜୁଡିଯାଇଥାଏ।
ଯେଉଁ ମହିଳା ତାଙ୍କ ପତି ଙ୍କ ପିଠି ପଛରେ ତାଙ୍କ ବିଷୟରେ ଖରାପ କଥା କହିଥାନ୍ତି କିମ୍ବା ତାଙ୍କୁ ଅପଶବ୍ଦ କହିଥାଏ ଏହାଦ୍ୱାରା ଲକ୍ଷ୍ମୀ ଘରୁ ପଳାଇଥାନ୍ତି।ସେଥିପାଇଁ ମହିଳାଙ୍କୁ ଏହି ଖାସ କଥା ଧ୍ୟାନ ରଖିବାକୁ ହେବ।ପତି ଓ ପତ୍ନୀ ଙ୍କୁ ଜଣେ ଅନ୍ୟ ଜଣଙ୍କ ପ୍ରତି ନିଷ୍ଠାବାନ ରହିବା ଉଚିତ।ଚରିତ୍ର ଓ ବିଶ୍ୱାସ ଏକ କାଚର ଟୁକଡା ହେଇଥାଏ।ତାଙ୍କୁ ସେତିକି ଯତ୍ନରେ ରଖିବାକୁ ହେବ।ଯେତିକି ଆମେ କାଚକୁ ରଖିଥାନ୍ତି।