March 22, 2025

Odia Express

Here, There and Everywhere

ପ୍ରତିଦିନ ସକାଳୁ ଉଠି ଏହି ୨ ଟି ମନ୍ତ୍ର ଜପ କଲେ ଦାରିଦ୍ର୍ୟତା ନାଶ ହେଇଥାଏ – ମହାଦେବ ଙ୍କ ମନ୍ତ୍ର

ଆମ ଜୀବନରେ ଆମେ ପ୍ରତିଦିନ କେବେ ଖୁସି ତ କେବେ ଦୁଃଖ ଅନୁଭବ କରିଥାନ୍ତି।ଆମର କୌଣସି ଦିନ ଏକ ସମାନ ହେଇନଥାଏ।କେବେ ଆମ ଜୀବନ ବଡ ସୁଖମୟ ହେଇଥାଏ ତ କେବେ ବହୁତ ଖରାପ ବି ହେଇଥାଏ।ଏହା କାହିଁକି ହେଇଥାଏ ଆଉ ଆମେ କଣ କରିବା ଯେ ଆମର ପ୍ରତିଦିନ ଭଲରେ ବ୍ୟତୀତ ହେଉ ଓ ଆମର ସବୁ କାମ ସଫଳ ହେଉ।ସୁଖ ଓ ଦୁଃଖ ଆମ ଜୀବନର ଅଭିନ୍ନ ଅଙ୍ଗ ଅଟେ। ନା ତ ଆମେ ସୁଖ ପାଇଁ ଦୁଖଠୁ ମୁଁହ ମୋଡି ପରିବା ଆଉ ନା କେବେ ଦୁଖରୁ ଛୁଟକାରା ପାଇପାରିବା।କିନ୍ତୁ ଆମେ ଆମ ଦୁଃଖ କମ କରିପାରିବା।କିଛି କରିବାକୁ ପଡିଥାଏ ଯାହା ପୁରାତନ କାଳ ରୁ ଲୋକମାନେ କରିଆସୁଛନ୍ତି।

ଆମ ହିନ୍ଦୁ ଧର୍ମ ରେ କେତେ ମହାନ ଗ୍ରନ୍ଥ ଅଛି ଆଉ ଏଥିରେ ଲିଖିତ କିଛି କଥା ଅଛି ଏହାର ଯଦି ଆମେ ପାଳନ କରିବା ଏହା ଆମ ଜୀବନରେ କିଛି ନୂଆ ଆଲୋକ ଆଣିବାରେ ସାହାଯ୍ୟ କରିଥାଏ।ଆଉ ଆମ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିଦେଇଥାଏ।ଆମର ମନ୍ତ୍ର ଓ ଶ୍ଳୋକ ଆଜିବି ସେତିକି ପ୍ରାସଙ୍ଗିକ ଓ ପ୍ରଭାବଶାଳୀ ଅଟେ ଯେ ଆମର ସମ୍ପୂର୍ଣ ଜୀବନକୁ ସାମର୍ଥ୍ୟ ଶୀଳ ରଖିବାରେ ସାହାଯ୍ୟ କରିଥାନ୍ତି।ଏହି ମନ୍ତ୍ର ର ଉଚ୍ଚାରଣ ଠିକ ସମୟ ଠିକ ଦିଗ ଓ ଠିକ ଧ୍ୱନି ରେ କରିବା ଉଚିତ ତେବେ ଏହି ମନ୍ତ୍ର ର ପ୍ରଭାବ ଆମ ଶରୀର ଉପରେ ପଡିଥାଏ।

ଏହି ମନ୍ତ୍ରରୁ ବାହାରୁଥିବା ତରଙ୍ଗ ଆଖ ପାଖ ର ବାତାବରଣ କୁ ସକାରାତ୍ମକ ବନାଇଥାଏ।ଏହାର ପ୍ରଭାବ ଆମ ଜୀବନ ଉପରେ ପଡିଲେ ଏହାଦ୍ୱାରା ଆମ ଜୀବନରେ ନକରାତ୍ମକ ସମାପ୍ତ ହେଇଯାଇଥାଏ।ଆମ ଜୀବନରେ କେତେ ସାରା ଅବସର ପ୍ରାପ୍ତ ହେଇଥାଏ।ଯାହା ଆମ ଜୀବନରୁ ଗରିବତା ଓ ଦୁଃଖ, କ୍ଳେଶ ନାଶ କରିଥାଏ।ପ୍ରାଚୀନ ବେଦ ଆଉ ପୁରାଣ ରେ ଏମିତି କେତେ ରହସ୍ୟମୟ ମନ୍ତ୍ର ଆଜିବି ରହିଛି ଯାହା କିଛି ଲୋକଙ୍କୁ ଜଣାନାହିଁ।ଆଉ କିଛି ଲୋକଙ୍କୁ ଏହି ମନ୍ତ୍ର ଜଣା ବି ଅଛି।କିନ୍ତୁ ସେ ତାର ଉଚ୍ଚାରଣ ଠିକ ଭାବେ କରିନଥାନ୍ତି।

ପ୍ରଥମ ମନ୍ତ୍ର: ଓଁ ନମଃ ଶିବାୟ– ଏହି ମନ୍ତ୍ର କୁ ଆପଣ ପ୍ରାୟତଃ ଶୁଣିଥିବେ।ଆଉ ଏହାକୁ ଉଚ୍ଚାରଣ କରିଥିବେ କିନ୍ତୁ କଣ ଏହାର ଅର୍ଥ କୁ ବୁଝିବା କୁ ଚେଷ୍ଟା କରିଛନ୍ତି।ଓଁ ଶବ୍ଦରେ ହିଁ ସମ୍ପୂର୍ଣ ବ୍ରହ୍ମାଣ୍ଡ ଲୁଚି ରହିଛି।ଓଁ ଶବ୍ଦ ୩ ଟି ଶବ୍ଦରେ ଅ, ଉ ତଥା ମ ସହ ମିଶି ହେଇଚି।ଯାହା ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଙ୍କ ନାମକରଣ ର ସଂକ୍ଷିତ ରୂପ ଅଟେ।ବ୍ରହ୍ମା ଙ୍କୁ ସୃଷ୍ଟି ର ନିର୍ମାତା କୁହାଯାଇଛି।ବିଷ୍ଣୁ ଙ୍କୁ ସୃଷ୍ଟିର ପାଳନ କର୍ତା କୁହାଯାଇଛି।ମହେଶ୍ୱର ସୃଷ୍ଟିର ସଂରକ୍ଷକ ଅଟନ୍ତି।ସେଥିପାଇଁ ଓଁ ଶବ୍ଦ ନିଜ ଭିତରେ ହିଁ ପରିପୂର୍ଣ ଅଟେ।ଏହାର ଉଚ୍ଚାରଣ ରେ ହି ତ୍ରିଦେବଙ୍କୁ ଓ ସମ୍ପୂର୍ଣ୍ଣ ସୃଷ୍ଟି କୁ ପ୍ରଣାମ ହେଇଥାଏ।

ଦ୍ୱିତୀୟ ମନ୍ତ୍ର:ଓଁ ଜୁଙ୍ଗ ସହ– ମହାଦେବଙ୍କ ଏହି ମନ୍ତ୍ର ମହାଶକ୍ତିଶାଳୀ ଓ ବହୁତ ପ୍ରଭାବୀ ଅଟେ।ଚିନ୍ତା, ଦୁଃଖ, ନିରାଶ, ଦୁର୍ଘଟଣା, ହାନି, ମାନସିକ ଓ ଶାରୀରିକ କଷ୍ଟ ଇତ୍ୟାଦି ରୁ ବଂଚିବା ପାଇଁ ନିୟମିତ ଭାବେ ଏହାର ଉଚ୍ଚାରଣ କରିବା ଉଚିତ।

Leave a Reply

Your email address will not be published. Required fields are marked *