September 13, 2024

Odia Express

Here, There and Everywhere

ମିଛ କହିବା ଭଲ ନା ଖରାପ – ନିଶ୍ଚୟ ଭଗବାନ ଙ୍କ ଏହି କଥା କୁ ଜାଣିରଖନ୍ତୁ..

ସବୁ ଶବ୍ଦ ଆପଣଙ୍କ ଭିତରେ ଏତେ ଶକ୍ତିଶାଳୀ ହୋଇଥାଏ ଯଦି ଆପଣ ଚାହିଁଲେ ସେହି ଶବ୍ଦ ଦ୍ୱାରା ସୃଜନ କରିପାରିବେ ଆଉ ଚାହିଁଲେ ନାଶ ବି।ସୃଜନ ଆଉ ନାଶ ଆପଣ ଚାହିଁଲେ ନୂଆ ସମ୍ବନ୍ଧ ରେ କିମ୍ବା ନୂଆ ଯୁଗରେ କରିପାରିବେ।ଆଜିକାଲି ସର୍ବତ୍ର ସହନଶୀଳତା ର କମି ରହିଛି।କଥା କଥାରେ ଲୋକ ଝଗଡ଼ି ପଡନ୍ତି ବିବାଦ କରନ୍ତି କାରଣ ଶବ୍ଦ ର ଆଉ ବଚନର ଉଚିତ ପ୍ରୟୋଗ କରିବା ଶିଖନ୍ତୁ ଆପଣଙ୍କ ଅଧା ସମସ୍ୟା ସେଇଠି ସମାଧାନ ହୋଇଯିବ।ଶବ୍ଦ ଆମର ସବୁଠୁ ମୂଲ୍ୟବାନ ପୁଞ୍ଜି ଏହାକୁ ଭାବିଚିନ୍ତି ପ୍ରୟୋଗ କରିବା ହିଁ ବୁଦ୍ଧି ର କାର୍ଯ୍ୟ।ଯିଏ ଶବ୍ଦର ଶକ୍ତି କୁ ବୁଝିଗଲା ସେ ସୃଷ୍ଟିର ଅନନ୍ଦକୁ ବି ବୁଝିଗଲା।

ଆମେ ଆମ ଜୀବନରେ ଏମିତି ବହୁତ ପରିସ୍ଥିତି ର ସାମ୍ନା କରିଛନ୍ତି ଯେ ଏପରି ପରିସ୍ଥିତି ରେ ଆମେ ମିଛ କହିବା ନା ସତ।ଏମିତି ଦୁନିଆରେ କେହି ନାହାନ୍ତି ଯିଏ ସତ କହି ନିଜକୁ ବର୍ବାଦ କରିଥିବ।ଆଉ ଏପରି କିଏ ବି ନାହିଁ ଯିଏ ମିଛ କହି ଭଲଭାବେ ବଞ୍ଚିଛି।

ପ୍ରଥମେ ଆମକୁ ମିଛ ଆଉ ସତକୁ ପରିଭାସିତ କରିବା ଉଚିତ।ସତ୍ୟ କହିବା ଦ୍ୱାରା ଜୀବନ ର ପୋଷଣ ହୋଇଥାଏ।ମିଛ ଜୀବନକୁ ତଳକୁ ଟାଣିଥାଏ।ସତ୍ୟର ଅର୍ଥ ହେଉଛି ଯାହା ବର୍ତ୍ତମାନ ଆଉ ଏଠାରେ ଅଛି।କୌଣସି ଲୋକ ଜୀବନ ଓ ମରଣ ସହିତ ଜଡିତ ପରିସ୍ଥିତି ରେ ମିଛ କହିବାକୁ ବାଧ୍ୟ ହୋଇଥାଏ।ଏହାଦ୍ୱାରା ତାର କାମ ହେଇଯାଇଥାଏ।ଯଦି ମିଛକୁ ନିଜର ଆଦତ ବନେଇନେବେ ଏହାର ମୂଲ୍ୟ ସୁଝିବାକୁ ପଡିଥାଏ।ଅସତ୍ୟ ଉପରେ ଭରସା କରି ଜୀବନ କୁ ବଞ୍ଚି ହୁଏନାହିଁ।ଏହା କୌଣସି କାମରେ ଆସିନଥାଏ।ଯଦି ଆପଣ ଲଗାତାର ମିଛ କହୁଛନ୍ତି ଏହା ଆପଣଙ୍କ ମନକୁ ପୁରାପୁରି ଭ୍ରମିତ କରିଦେବ।

ଯଦି ଆମେ ଜାଣିଶୁଣି ମିଛ କହିବା କାହାକୁ ସେତେବେଳେ ଆମେ ଆଜି ଗୋଟେ କଥା କହିବା ଆଉ କାଲି ଆଉ ଗୋଟେ ଆଉ ତୃତୀୟ ଦିନ ଆଉ ଏକ କଥା କହିବା।ଆଉ ଏମିତି ବି ହେଇପାରେ କାହାକୁ କଣ କଣ କହିଥିଲୁ।

ମିଛ କହିବାଦ୍ୱାର ଆମେ ନିଜ ଭିତରେ ହିଁ ଅସ୍ତବ୍ୟସ୍ତ ଆଉ ଅବ୍ୟବସ୍ତିତ ହୋଇପଡନ୍ତି।ଆପଣ ଯାହା ବି ଦେଖିଲେ ସେପରି କହିବା ପାଇଁ କୌଣସି ଚେଷ୍ଟା ହେଇନଥାଏ,ବହୁତ ଭାବିବାକୁ ମଧ୍ୟ ପଡିନଥାଏ।କିନ୍ତୁ ଗୋଟେ ଛୋଟ ମିଛ କହିବା ବି ଏକ ଅନାବଶ୍ୟକ ପ୍ରକ୍ରିୟା ହୋଇଯାଇଥାଏ।ଯାହା ବେକାର ଆଉ ଭ୍ରମକ ହେଇଥାଏ।ଯଦି ଆପଣ ସବୁବେଳେ ମିଛ କହୁଛନ୍ତି ଆପଣ କୌଣସି ଆୟତରେ ଥିବା ସମସ୍ୟା କୁ ସମାଧାନ କରିବାର ଗୁଣ ହରେଇଦେବେ।ଯଦି ଆପଣ ମିଛ କୁ ନିଜର ଜୀବନଶୈଳୀ ବନେଇନେଇଛନ୍ତି ନିଶ୍ଚିତ ଭାବରେ ଆପଣ ଏହାର ମୂଲ୍ୟ ସୁଝେଇବେ।

ସମସ୍ତଙ୍କ ଜୀବନରେ ଏପରି ସମୟ ଆସିଥାଏ ଯେ ସତ୍ୟ କହିବାର ନିଶ୍ଚିତ ହୃଦୟରେ ଥାଏ କିନ୍ତୁ ମୁଁହରୁ ସତ୍ୟ ବହାରିନଥାଏ।କୌଣସି ଭୟ ମନକୁ ଘେରିନେଇଥାଏ।କୌଣସି ଘଟଣା କିମ୍ବା ପ୍ରସଙ୍ଗ ଉପରେ କଥା ହେବା କିମ୍ବା ନିଯଦ୍ୱାର କିଛି ଭୁଲ ହେଇଥାଏ ତା ବିଷୟରେ କିଛି କହିବା ଏହା ସତ୍ୟ ହେଇନଥାଏ।ଏହା କେବଳ ତଥ୍ୟ ହେଇଥାଏ।କିନ୍ତୁ କେବେକେବେ ଏହି ତଥ୍ୟ କୁ କହିବାକୁ ବି ଭୟ ଲଗିଥାଏ।କଦଚିତ ଅନ୍ୟର ଭାବନା ଆସିଥାଏ ମନରେ।ଅନ୍ୟର ଦୁଃଖ ଆଉ ଭୟ ବି ମନରେ ଆସିଥାଏ।

Leave a Reply

Your email address will not be published. Required fields are marked *