September 10, 2024

Odia Express

Here, There and Everywhere

ହଳଦିଆ ଦାନ୍ତ କୁ ସଫା କରି ମୋତି ଭଳି ଚମକାଇବା ଓ ଦାନ୍ତ କୁ ସଡ଼ିବାରୁ ବଞ୍ଚାଇବା ର ସହଜ ଘରୋଇ ଉପଚାର

ଏହି ଉପଚାର ରୁ ୩ ଟି ଫାଇଦା ମିଳିବ।୧: ଅପଣଙ୍କ ଅପରିଷ୍କାର ହଳଦିଆ ଦାନ୍ତ କୁ ସଫା ଓ ଚମକଦାର ବନେଇବା,୨:ଅପଣଙ୍କ ଦାନ୍ତ କୁ ସଡ଼ିବାରୁ ବଞ୍ଚାଇବ,ଦାନ୍ତ ରେ ହେଉଥିବା ଛେଦ ରୁ ବଞ୍ଚାଇବା।୩:ଦାନ୍ତ ରେ ଥିବା ପୋକ କୁ ମାରିବା ରେ ଏହି ଉପଚାର ସାହଯ୍ୟ କରିଥାଏ। ଆମ ଚାରିପାଖରେ ଏପରି ପ୍ରାକୃତିକ ଜିନିଷ ରହିଥାଏ ଯାହା ମଧ୍ୟରେ ଦିବ୍ୟଗୁଣ ରହିଥାଏ ଯଦି ଏହାକୁ ଆମେ ଜାଣି ଏହାର ବ୍ୟବହାର କରି ଆମ ଦାନ୍ତ କୁ ଚମକଦାର ବନେଇପାରିବା।ଏହି ଉପଚାର ଆମର ବହୁତ କାମରେ ଆସିବ।

ଯେଉଁ ଲୋକର ଦାନ୍ତ ସଫା ଦିଶୁଥାଏ ତାଙ୍କ ହସ ବହୁତ ମଧୁର ଓ ସୁନ୍ଦର ଲଗିଥାଏ।ଆପଣଙ୍କ ମୁହଁ ଯେତେ ବି ସୁନ୍ଦର ହେଇଥାଉନା କାହିଁକି ଯଦି ଦାନ୍ତ ଅସୁନ୍ଦର ଓ ହଳଦିଆ ଦିଶୁଥାଏ ବହୁତ ଅସୁବିଧା ହୋଇଥାଏ ହସିବାରେ।ବହୁତ ଲୋକ ଖୋଲିକରି ହସିପାରିନଥାନ୍ତି।ଏହି ଉପଚାର ଦାନ୍ତ ର ମଇଳା କୁ ସଫା କରିବାରେ ସାହାଯ୍ୟ କରିବ।ଯେବେ ଆପଣ ଏହାକୁ ପ୍ରଥମେ ବ୍ୟବହାର କରିବେ ପ୍ରଥମ ଦିନରୁ ଏହାର ପ୍ରଭାବ ଅପଣଙ୍କ ଦାନ୍ତ ରେ ଦେଖାଯିବ।

ପ୍ରଥମେ ଏକ ଚାମଚ ବେକିଂ ସୋଢା ନିଅନ୍ତୁ।ଏହା ଦାନ୍ତ ର ହଳଦିଆ ରଙ୍ଗ ଛାଡ଼ିବାରେ କାମ କରିଥାଏ।ଏହାପରେ କୋୖଣସି ବ୍ରାଣ୍ଡ ର ପେଷ୍ଟ ନିଅନ୍ତୁ।ଏହାପରେ ୨ ରୁ ୩ ବୁନ୍ଦା ଲେମ୍ବୁରସ ମିଶାନ୍ତୁ।ଲେମ୍ବୁ ଆମ ଦାନ୍ତ କୁ ମଜବୁତ କରିବା ସହ ଦାନ୍ତ ମୂଳରୁ ଜୀବାଣୁ ଓ ପୋକ କୁ ମାରିଦେଇଥାଏ ଏହା ମଧ୍ୟ ହଳଦିଆ ଦାନ୍ତ କୁ ଚମକାଇବାରେ ସାହାଯ୍ୟ କରିଥାଏ।ସମସ୍ତ ସାମଗ୍ରୀକୁ ମିଶାଇ ଏକ ଦାଂତମଞ୍ଜନ ପ୍ରସ୍ତୁତ କରନ୍ତୁ ଓ ଏହାକୁ ଦିନରେ ଦୁଇ ଥର ବ୍ୟବହାର କରନ୍ତୁ।ଦାନ୍ତ ମୋତି ଭଳି ଚମକିବ।ଦାନ୍ତ ରୁ ବାହାରୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ ଓ ଦାନ୍ତରେ ରହୁଥିବା ପୋକ ମଧ୍ୟ ମରିଯିବେ ।ଯେକୌଣସି ପ୍ରକାର ଦାନ୍ତ ସମ୍ବନ୍ଧୀୟ ଅସୁବିଧା ଥିଲେ ସବୁ ଦୂର ହୋଇଯିବ।

ଏହି ଉପଚାର ଆପଣ ସହଜ ଓ ସୁବିଧା ଓ ବିନା ମୂଲ୍ୟରେ ବନାଇପାରିବେ।ବଜାର ରେ ମିଳୁଥିବା ଦାଂତମଞ୍ଜନ ଅପେକ୍ଷା ଏହାର ଉପଯୋଗୀ ଗୁଣ ଅଧିକା ରହିଥାଏ।ବହୁତ ସମୟରେ ଖାଦ୍ୟ ଖାଇଲାବେଳେ ଆମ ଦାନ୍ତ ମଧ୍ୟ ରେ ଖାଦ୍ୟ ରହିଯାଇଥାଏ କିମ୍ବା ଅଧିକ ଚିନି ଜାତୀୟ ଖାଦ୍ୟ ଖାଇଲେ କିମ୍ବା ଆମ ଦାଂତମଞ୍ଜନ ରେ ଲୁଣ ର ପରିମାଣ କମ ଥିଲେ ଦାନ୍ତ ରୋଗ ହୋଇଥାଏ,ଦାନ୍ତରେ ମଇଳା ଜମିଥାଏ, ଦୁର୍ଗନ୍ଧ ବାହାରେ,ଦାନ୍ତ ହଳଦିଆ ଦିଶେ।ଏଥିପାଇଁ ସତର୍କ ହେବା ଆମ ଉପରେ ନିର୍ଭର କରେ।

ଦାନ୍ତ ସଫା ନରଖିଲେ ଦାନ୍ତ ମୂଳ ଫୁଲିବା, ଦାନ୍ତ ରେ ପୋକ ହେବା ଓ ଦାନ୍ତ ରେ କଣା ହେବା ଇତ୍ୟାଦି ଅସୁବିଧା ଦେଖାଯାଇଥାଏ।ଯାହାଫଳରେ ଆମେ କଷ୍ଟ ଅନୁଭବ କରିବା ସଙ୍ଗେ ସଙ୍ଗେ ଆମ ମୁଁହ ଅସୁନ୍ଦର ମଧ୍ୟ ଦେଖାଯାଏ।ଆମେ କାହା ଆଗରେ ଦାନ୍ତ ଦେଖାଇ ହସିପାରନ୍ତି ନାହିଁ ଲଜ୍ୟାରେ।ଅଧିକାଂଶ ବୁଢା ବୁଢ଼ୀ ମାନଙ୍କର ଦାନ୍ତ ନଥାଏ ସେମାନେ ମାଢି ଦ୍ୱାରା ଖାଦ୍ୟ କୁ ଚୋବାଇଥାନ୍ତି।ଏହି ଉପଚାର କଲେ ସେମାନଙ୍କ ମାଢି ମଜବୁତ ହୋଇଥାଏ ଓ ସେମାନେ ଖାଦ୍ୟ ଚୋବାଇଲା ବେଳେ କଷ୍ଟ ଅନୁଭବ କରିବେ ନାହିଁ।

Leave a Reply

Your email address will not be published. Required fields are marked *