March 22, 2025

Odia Express

Here, There and Everywhere

ସବୁବେଳେ ଖୁସିରେ ରହିବାର ରହସ୍ୟ କଣ ଅଟେ ? ନିଶ୍ଚୟ ଏହି କଥାକୁ ଜାଣିରଖନ୍ତୁ

ଭଗବାନ ଶ୍ରୀକୃଷ୍ଣ ଉପରେ ଅନେକ ପ୍ରକାରର ଗ୍ରନ୍ଥ ଲେଖାଯାଇଛି, ଯେଉଁଥିରେ ଶ୍ରୀକୃଷ୍ଣଙ୍କୁ ନେଇ ବହୁତ କିଛି କଥା ବର୍ଣ୍ଣନା କରାଯାଇଛି। ଆଜି ଆମେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଯୋଡ଼ି ହୋଇଥିବା ଏକ ରୋଚକ ତଥ୍ୟ ବିଷୟରେ ଜଣାଇବାକୁ ଯାଉଛୁ,ଯାହାଦ୍ୱାର ଆମେ ଜାଣିପାରିବା ଜୀବନରେ ସର୍ବଦା ଖୁସିରେ ରହିବାର ରହସ୍ୟ କଣ ଅଟେ ? ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଅନେକ ଲୋକ ନିଜର ସମସ୍ୟା ଓ କଷ୍ଟ ଦୂର କରିବାପାଇଁ ଆସିଥାନ୍ତି।

ଏକଦା ଭଗବାନ ଶ୍ରୀକୃଷ୍ଣଙ୍କର ଜଣେ ସାଥୀ ତାଙ୍କ ନିକଟକୁ ଆସିଲା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲା ହେ ଦେବକୀ ନନ୍ଦନ ଜୀବନରେ ସର୍ବଦା ଖୁସି ରହିବାର ରହସ୍ୟ କଣ ଅଟେ ? ଶ୍ରୀକୃଷ୍ଣ ତାଙ୍କ ସାଥୀଙ୍କର ଏହି ପ୍ରଶ୍ନ ଶୁଣିବା ପରେ ତାଙ୍କ ସାଥିଙ୍କୁ କହିଲେ ମୋ ସହ ଜଙ୍ଗଲକୁ ଚାଲ, ମୁଁ ତୁମକୁ ଜୀବନରେ ସର୍ବଦା ଖୁସି ରହିବାର ରହସ୍ୟ ସେହିଠାରେ ଜଣାଇବି। ଏହା କହି ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କ ସାଥୀ ଉଭୟ ଜଙ୍ଗଲ ଆଡକୁ ଚାଲିଗଲେ।

ଜଙ୍ଗଲକୁ ଯିବା ବାଟରେ ଭଗବାନ ଶ୍ରୀକୃଷ୍ଣ ଏକ ପଥରକୁ ଦେଖି ତାଙ୍କ ସାଥିଙ୍କୁ କହିଲେ ଏହି ପଥରକୁ ସାଥିରେ ନେଇ ମୋ ସହ ଚାଲ। ଏହା କହିବା ପରେ ଶ୍ରୀକୃଷ୍ଣଙ୍କର ସାଥୀ ସେହି ପଥରଟିକୁ ନେଇ ତାଙ୍କ ସହିତ ଜଙ୍ଗଲକୁ ଚାଲିଲେ। କିଛି ବାଟ ପଥରକୁ ନେଇ ଚାଲିବା ପରେ ଶ୍ରୀକୃଷ୍ଣଙ୍କର ସାଥୀଙ୍କ ହାତରେ ବହୁତ ଯନ୍ତ୍ରଣା ହେଲା ତଥାପି ସେ କିଛି ନକହି ଆଗକୁ ଚାଲିଲେ।

ଯେତେବେଳେ ଅନେକ ବାଟ ପଥରକୁ ଧରି ଚାଲିବା ପରେ ଶ୍ରୀକୃଷ୍ଣଙ୍କ ସାଥିଙ୍କ ଯନ୍ତ୍ରଣା ଅସହୟ ହୋଇଗଲା ସେ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେକି ବହୁତ ଯନ୍ତ୍ରଣା ହେଉଛି ସେଥିପାଇଁ ଆଉ ଏହି ପଥରକୁ ନେଇ ଚାଲିବା କଷ୍ଟ ହେଉଛି। ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ ହଉ ଠିକ୍ ଅଛି ଏବେ ସେହି ପଥରକୁ ତଳେ ରଖିଦିଅ। ପଥରକୁ ତଳେ ରଖିବା ପରେ ଶ୍ରୀକୃଷ୍ଣଙ୍କର ସାଥୀ ଟିକେ ଆରାମ ଅନୁଭବ କରିଲେ। ଭଗବାନ ଶ୍ରୀକୃଷ୍ଣ କହିଲେ ଏହା ହେଉଛି ଜୀବନରେ ସର୍ବଦା ଖୁସି ରହିବାର ରହସ୍ୟ।

ଏହା ଶୁଣି ଭଗବାନ ଶ୍ରୀକୃଷ୍ଣଙ୍କର ସାଥୀ କହିଲେ ହେ ପ୍ରଭୁ ମୁଁ କିଛି ବୁଝିପାରିଲି ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଲେ ଯେପରି ତୁମେ ଏକ ପଥରକୁ ଏକ ମିନିଟ୍ ପାଇଁ ଉଠାଇ ଚାଲିବା ପରେ ତୁମକୁ ଅଳ୍ପ ଯନ୍ତ୍ରଣା ହେଲା ପରେ ତୁମେ ଏକ ଘଣ୍ଟା ପାଇଁ ପଥର ଉଠାଇ ଚାଲିଲେ ଆଉ ଅଧିକ ଯନ୍ତ୍ରଣା ହେଲା ଏବଂ ଏମିତି ବହୁତ ସମୟ ପର୍ଯ୍ୟନ୍ତ ପଥର ଉଠାଇ ଚାଲିଲେ ଅସହୟ ଯନ୍ତ୍ରଣା ହେଲା, ଠିକ୍ ସେହିପରି ଯଦି ତୁମେ ଜୀବନରେ ଦୁଃଖ ଓ କଷ୍ଟର ବୋଝକୁ ଅଧିକ ସମୟ ପର୍ଯ୍ୟନ୍ତ ମୁଣ୍ଡେଇ ରଖିବ ତେବେ ତାହା ତୁମକୁ ଅନେକ ଯନ୍ତ୍ରଣା ଦେବ।

ଯଦି ତୁମେ ଜୀବନରେ ଖୁସିରେ ରହିବା ପାଇଁ ଚାହୁଁଛ ତେବେ ଏହି ପରି ଦୁଃଖ ରୂପକ ପଥରକୁ କେବେ ମଧ୍ଯ ନିଜ ଉପରେ ବୋଝ କରି ରଖ ନାହିଁ। ଯଦି ବି ଭୁଲରେ ହେଉ ବା ଭୁଲ୍ ବୁଝାବଣାରେ ହେଉ ଦୁଃଖକୁ ନିଜ ଉପରେ ବୋଝ କରିଛ ତେବେ ଯେତେ ଶୀଘ୍ର ସମ୍ଭବ ସେହି ବୋଝକୁ ନିଜ ଉପରୁ ଓହ୍ଲାଇଦିଅ। ତେବେ ତୁମେ ଜୀବନରେ ସର୍ବଦା ଖୁସିରେ ରହିପାରିବ। ଏହା ହେଉଛି ଜୀବନରେ ସର୍ବଦା ଖୁସି ରହିବାର ରହସ୍ୟ।ଆଉ ଏହି ପରି ଆପଣ ନିଜ ଜୀବନରେ ବହୁତ ସୁଖରେ ଓ ଶାନ୍ତିରେ ଜୀବନ ଯାପନ କରି ପାରିବେ।

Leave a Reply

Your email address will not be published. Required fields are marked *