ଫାଟିଥିବା ଗୋଇଠିର ଉପଚାର – ନିଶ୍ଚୟ ଏହି ବଡ ଉପାୟ ଜାଣିରଖନ୍ତୁ – ଜୀବନରେ ଆଉ କେବେ ଗୋଡ ଫାଟିବା ନାହିଁ ଆପଣଙ୍କର..

ଏକ ସୁସ୍ଥ ଜୀବନ ବଞ୍ଚିବାର ବୀଜ ସୁସ୍ଥ ସ୍ୱାସ୍ଥ୍ୟ ମଧ୍ୟରେ ନିହିତ ଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ଏକ ସୁସ୍ଥ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି।ପାଣିପାଗ, ଜଳବାୟୁ,ଋତୁ ଇତ୍ୟାଦି ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ।ତେଣୁ ଅନେକାଂଶରେ ସ୍ୱାସ୍ଥ୍ୟର ତ୍ରୁଟି ଦେଖାଯାଏ।ସେହିପରି ଶୀତଦିନ ଅନେକ ଲୋକଙ୍କର ପ୍ରିୟ ହେଲେ ମଧ୍ୟ ଓ ଉପକାରୀ ହେଲେ ମଧ୍ୟ ଗୋଇଠି ଫାଟିବା ଏହି ଋତୁର ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଉନ୍ମୋଚିତ ହୋଇଥାଏ।ଏହା ବହୁତ ଲୋକଙ୍କର ଚିନ୍ତାର ବିଷୟବସ୍ତୁ ଅଟେ।ଓ ଏହା ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ।
ତେଣୁ ପ୍ରତ୍ୟେକ ବ୍ୟକ୍ତି ଏଥିରୁ ଉପଶମ ପାଇବାକୁ ଚାହାନ୍ତି।ନିମ୍ନରେ ଏଥିରୁ ଉପଶମ ପାଇବାର ଘରୋଇ ଉପାୟ ବର୍ଣ୍ଣନା କରାଯାଇଛି।ବଜାରରେ ଉପଲବ୍ଧ ଅତ୍ୟାଧୁନିକ ସାମଗ୍ରୀ ଠାରୁ ଘରୋଇ ଉପଚାର ବହୁତ ଗୁଣରେ ଭଲ ଓ ଫଳପ୍ରଦ ହୋଇଯାଏ।ଏକ ପାତ୍ରରେ ଏକ ଚାମଚ ସୋରିଷ ତେଲ ନେବା ଓ ଏଥିରେ ବରୋପଲସ କିମ୍ବା ପେଟ୍ରୋଲିୟମ ଜେଲି ମିଶାଇବା।ଓ ଅଳ୍ପ ଉଷୁମ କରି ନିଜ ପାଦରେ ମାଲିସ କରିବା।ଏହା ଶୀଘ୍ର ଉପଶମ ଦେଇଥାଏ।
ଏଥି ସହିତ କାଷ୍ଟର ତୈଳ ବଜାରରୁ ଆଣିବ।ଓ ଏହାକୁ ଉଷୁମ କରି ପାଦରେ ମାଲିସ କରିବ।ଏହା ମଧ୍ୟ ଶୀଘ୍ର ଉପଶମ ପ୍ରଦାନ କରିଥାଏ।
ଆମ ପାଦ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ।ଏହା ଆମ ଶରୀରର ସମସ୍ତ ଓଜନ ବହନ କରିଥାଏ।ତେଣୁ ଏହାର ଯତ୍ନ ନେବା ବହୁତ ଆବଶ୍ୟକ ଅଟେ।ଏହାର ସୁନ୍ଦରତା ପ୍ରତି ଦୃଷ୍ଟି କେନ୍ଦ୍ରୀଭୂତ କରିବା ମଧ୍ୟ ବହୁତ ଆବଶ୍ୟକ ଅଟେ।ଏହା ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ।ଉପରୋକ୍ତ ଘରୋଇ ଉପଚାର ଅବଲମ୍ବନ କଲେ ଶୀତଦିନରେ ଗୋଇଠି ଫାଟିବାର ଯନ୍ତ୍ରଣାରୁ ଉପଶମ ମିଳିଥାଏ।ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ଓ ଫଳପ୍ରଦ ହେବ।
ଇଂରାଜୀରେ କୁହାଯାଇଛିକି “ସ୍ୱାସ୍ଥ୍ୟ ହିଁ ସମ୍ପଦ”।ଏକ ସୁସ୍ଥ ସ୍ୱାସ୍ଥ୍ୟ ବଞ୍ଚିବାର ଏକ ଅନନ୍ୟ ଆଶ୍ରା ଅଟେ।ଏହା ମନୁଷ୍ୟର ପ୍ରତିଯୋଗୀତତ୍ମକ ଭାବନାକୁ ଦ୍ବିଗୁଣିତ କରିବା ସହିତ ମନୁଷ୍ୟକୁ ଆନନ୍ଦରେ ରଖିଥାଏ।ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ।
ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।
ଅନେକ ସମୟରେ ପାଦ, ଗୋଡ ଆଦିର ଦରଜ ମନୁଷ୍ୟ ଶରୀରକୁ କରିଦିଏ ବ୍ୟସ୍ତ ଓ ବିବ୍ରତ।ଅଧିକ ସମୟ ଚାଲିବା ଦ୍ୱାରା କିମ୍ବା ଅଧିକ ସମୟ ଠିଆ ହେବା ଦ୍ୱାରା ପାଦ ଓ ଗୋଡ ଆଦି ବହୁତ ଦରଜ ହୋଇଥାଏ।ଓ ବହୁତ ଯନ୍ତ୍ରଣା ଦାୟକ ମଧ୍ୟ ହୋଇଥାଏ।ଏହା ସାଧାରଣତଃ ମହିଳା ମାନଙ୍କ କ୍ଷେତ୍ରରେ ବହୁତ ହୋଇଥାଏ।ତେଣୁ ଏହାର ଏକ ସରଳ ଉପଚାର ନିମ୍ନରେ ଦିଆଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହେବ