September 10, 2024

Odia Express

Here, There and Everywhere

ବିବେକାନନ୍ଦଙ୍କ ଉପଦେଶ – ଆପଣଙ୍କ ଜୀବନ ବଦଳେଇଦେବା ଏହି କଥା ଗୁଡିକ..

ମନୁଷ୍ୟକୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ଗ୍ରନ୍ଥ ପୁରାଣରେ ବର୍ଣ୍ଣିତ ହୋଇଛି।ମନୁଷ୍ୟ ସେସବୁକୁ ଅନୁସରଣ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ ଓ ସତ ମାର୍ଗରେ ପରିଚାଳିତ ହୋଇଥାଏ।ସେହିପରି ଦେବିଗ୍ରନ୍ଥ ପୁରାଣରେ ମଧ୍ୟ ଏସବୁ ବର୍ଣ୍ଣିତ ହୋଇଛି।ଏହି ଲବନ୍ୟମୟୀ ସୃଷ୍ଟିରେ ମନୁଷ୍ୟର ଜନ୍ମ ହେଉଛି ଦୁର୍ଲ୍ଲଭ ତଥା ଅନନ୍ୟ।ଦୈବିକ ଆଶୀର୍ବାଦ ମନୁଷ୍ୟ ଜୀବନକୁ ସୁନ୍ଦର ଓ ମଧୁମୟ କରିଥାଏ।

ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ମାନବ ଜୀବନରେ କେବେ ସୁଖର ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।ଦେବୀ ମା’ ବିପଦ ସମୟରେ ମନୁଷ୍ୟକୁ ସାହାଯ୍ୟ କରିଥାନ୍ତି।ବୁଡ଼ି ଯାଉଥିବା ଭେଳାକୁ ଉଦ୍ଧାର କରନ୍ତି।

ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଜଣେ ଯୋଗଜନ୍ମ।ଅଖଣ୍ଡ ଭାରତ ଧୂଳିମୁଣ୍ଡରେ ତାଙ୍କର ଜନ୍ମ ହେଉଛି ଅନିର୍ବାଚନୀୟ।ସମଗ୍ର ଭାରତ ତାଙ୍କୁ ନେଇ ଧନ୍ୟ ତଥା ଗର୍ବିତ।ତାଙ୍କରି ଆଦର୍ଶ ସମଗ୍ର ବିଶ୍ୱରେ ଅନୁସରଣ ଯୋଗ୍ୟ।ସେ ଜଣେ ଯୁଗାନ୍ତକାରୀ ମହାପୁରୁଷ।ଓ ସୁଗୁଣର ଅଧିକାରୀ।ଭାରତୀୟ ସଂସ୍କୃତିକୁ ତାଙ୍କ ଅବଦାନ ଅତୁଳନୀୟ।ଯାହାକି ଭାରତୀୟ ସଂସ୍କୃତିକୁ କରିଛି ପରିପୃଷ୍ଟ।ନିମ୍ନରେ ତାଙ୍କର କେତେକ ଅମୃତମୟ ଉପଦେଶ ବର୍ଣ୍ଣିତ ହୋଇଛି।

ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ପ୍ରେରଣାର ଉତ୍ସ।ଓ ଯୁବଶକ୍ତିର ଆଧାର।ସାତସମୁଦ୍ର ଅତିକ୍ରମ କରି ସେ ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧର୍ମର ଧ୍ବଜା ଉତ୍ତୋଳନ କରିଥିଲେ।ସେ କହୁଥିଲେ ସବୁବେଳେ ନିଜ ଲକ୍ଷ୍ୟ ଉପରେ ନିଜର ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ।ଯାହା ଫଳରେ ଅବଶ୍ୟ ସଫଳତା ପ୍ରାପ୍ତି ହେବ।

ଦିନେ ବିବେକାନନ୍ଦ ଆମେରିକାରେ ଭ୍ରମଣ କରୁଥିଲେ।ସେ ଦେଖିଲେ ଏକ ନଦୀପଠାରେ କିଛି ଯୁବକ ଶିକାର କରୁଥିଲେ।ହେଲେ କେହି ଜଣେ ମଧ୍ୟ ଯେତେ ଚେଷ୍ଟା କଲେବି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରୁନଥିଲେ।ହେଲେ ଅନ୍ୟ ଏକ ଯୁବକ ଗୋଟିଏ ଥରରେ ଲକ୍ଷ୍ୟଭେଦ କରିପାରୁଥିଲା।ଏହା ଦେଖି ଯୁବକ ମାନେ ବିବେକାନନ୍ଦଙ୍କୁ ପଚାରିଲେ ସ୍ୱାମୀଜୀ ସେ କିପରି ଗୋଟିଏ ଥରରେ ଲକ୍ଷ୍ୟ ଭେଦ କରିପାରୁଛି।ସ୍ଵାମୀଜୀ ଉତ୍ତର ଦେଇଥିଲେ ତୁମେମାନେ ମଧ୍ୟ ଏହାକୁ ଅତିସହଜରେ କରିପାରିବ।ତୁମେ ନିଜର ସମସ୍ତ ଧ୍ୟାନ କେବଳ ଲକ୍ଷ୍ୟ ଭେଦ ଉପରେ କେନ୍ଦ୍ରୀଭୂତ କର।ଅବଶ୍ୟ ସଫଳ ହେବ।ଫଳତଃ ତାହାହିଁ ହେଇଥିଲା।

ତେଣୁ ପ୍ରତ୍ୟେକ କାର୍ଯ୍ୟ ମନଲଗାଇ କରିବା ଉଚିତ।ତେଣୁ ସଫଳତା ମିଳିଥାଏ।ଆଶା କରୁଛି ଏହି ଶିକ୍ଷା ଆପଣଙ୍କ ପାଇଁ ପ୍ରେରଣାତ୍ମକ ହେବ।ଓ ଆପଣମାନଙ୍କୁ ଭଲ ଲାଗିବ।ଯେଉଁ ପୁରୁଷ କାମନା ଶୂନ୍ୟ ହୋଇଥାଏ ଅର୍ଥାତ କ୍ରୋଧ ରହିତ, ଅହଂକାର ରହିତ, ଓ ଲାଳସା ରହିତ ହୋଇଥାଏ ସେ ମୋକ୍ଷ ପ୍ରାପ୍ତି ହୋଇଥାଏ।ଏବଂ ଅତି ନିକଟରୁ ଭଗବାନଙ୍କ ସତ୍ତା ଅନୁଭବ କରିଥାଏ।ଯେଉଁ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତିକୁ ସମାନ ମନେ କରିଥାଏ; ସୁଖ ଦୁଃଖ, ହାନି ଲାଭ ଆଦିରେ ବିଚଳିତ ହୁଏନାହିଁ ସେ ପ୍ରକୃତ ଜ୍ଞାନୀ ଅଟେ। ମୋକ୍ଷର ଦ୍ୱାର ଦେଶ ତା ପାଇଁ ଉନ୍ମୁକ୍ତ ହୋଇଥାଏ।

ଯେଉଁ ବ୍ୟକ୍ତି କାହାକୁ ଶତ୍ରୁ ମନେ କରେନାହିଁ କି କାହା ଠାରୁ କିଛି ଆଶା ରଖେ ନାହିଁ ସେ ପରମାନନ୍ଦ ପ୍ରାପ୍ତି ହୋଇଥାଏ।ରାଗ ଦ୍ୱେଷ ରହିତ ମନୁଷ୍ୟ ପ୍ରକୃତ ଜ୍ଞାନୀ ଅଟେ।ଯେଉଁ ବ୍ୟକ୍ତି ପ୍ରଣୀ ମାନଙ୍କ ସହ ହିଂସା କରେ ନାସ୍ତିକ ଲୋକର ଘରେ ରୁହେ ଭୁଲ ମାର୍ଗରେ ଯାଏ, ସେ ନିଶ୍ଚୟ ନର୍କ ପ୍ରାପ୍ତି ହୋଇଥାଏ। ଏସବୁରୁ ଦୂରରେ ରହିଥିବା ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *