June 15, 2025

Odia Express

Here, There and Everywhere

ଘରୋଇ ଉପଚାର କରି ରୂପି ଜନିତ ସମସ୍ୟାରୁ ମୁକ୍ତି ପାଆନ୍ତୁ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା.

1 min read

ରୋଷେଇଘର ଏପରି ଏକ ସ୍ଥାନ ଯେଉଁଠାରେ ମହିଳାମାନଙ୍କ ଅଧିକାଂଶ ସମୟ ବିତିଥାଏ।ସେଠାରେ ଆମ କାମର ଅନେକ ଜିନିଷ ମଧ୍ୟ ରହିଥାଏ।ଆଜି ଆମେ କଥା ହେବା ଶୀତଦିନେ ହେଉଥିବା ରୂପିଜନିତ ସମସ୍ୟା ସମ୍ପର୍କରେ।ଆମେ ଆପଣଙ୍କୁ ଏପରି କିଛି ଘରୋଇଉପଚାର ସମ୍ପର୍କରେ କହିବୁ ଯାହାର ପ୍ରୟୋଗଦ୍ୱାରା ଆପଣଙ୍କର ରୂପି ସମ୍ପୂର୍ଣ୍ଣ ରୂପେ ଭଲ ହେଇଯିବ।ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ।ଯାହାଦ୍ୱାରା ଆପଣଙ୍କର ସମସ୍ତ ସମ୍ୟସା ଦୁର ହେଇଯିବ।

ଅଁଳା-ଭିଟାମିନ୍ ସି ଯୁକ୍ତ ଅଁଳା ମସ୍ତିଷ୍କର ଶୁଷ୍କତା ଦୂରକରି ରୂପି ସମସ୍ୟାରୁ ମୁକ୍ତି ଦେଇଥାଏ।ଅଁଳାର ହେୟାର ପ୍ୟାକ କରିବାପାଇଁ ପ୍ରଥମେ ଅଁଳା ପାଉଡରକୁ ପାଣିରେ ମିସେଇଦିଅନ୍ତୁ।ଏହା ସହ ୮-୧୦ ଟି ତୁଳସୀ ପତ୍ର ଏଥିରେ ପକେଇଦିଅନ୍ତୁ।ଏହାର ଏକ ପେଷ୍ଟ ତିଆରି କରି ଏହାକୁ କେଶରେ ଲାଗେଇଦିଅନ୍ତୁ।ଏହାର ଅଧଘଣ୍ଟା ପରେ ନିଜ କେଶକୁ ଧୋଇ ଶାମ୍ପୂ ଲଗେଇ ପୁଣିଥରେ ସଫାକରି ଦିଅନ୍ତୁ।

ଦହି-ରୂପିଜନିତ ସମସ୍ୟାପାଇଁ ଦହି ଅତ୍ୟନ୍ତ ଉପାଦେୟ ଅଟେ।ଗୋଟିଏ କପ୍ ଦହିରେ ଗୋଟିଏ ଚାମଚ ବେକିଂ ସୋଡ଼ା ମିଷେଇଦିଅନ୍ତୁ।ଏହାକୁ କେଶର ମୂଳରେ ଲଗାନ୍ତୁ।ଏହାର କିଛି ସମୟପରେହିଁ ଏହାର ପ୍ରଭାବ ଆପଣଙ୍କୁ ଦେଖିବାକୁ ମିଳିବ।ଏହାଦ୍ୱାରା ଆପଣଙ୍କର କେଶକୁ ପୋଷଣ ମଧ୍ୟ ମିଳିଥାଏ।

ମଟର ଡାଲି-ଏହି ଡାଲିକୁ ରାତିସାରା ପାଣିରେ ଭିଯାଇ ରଖିଦିଅନ୍ତୁ।ସକାଳେ ଏହାକୁ ବାହାରକରି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।ଏହାକୁ କେଶର ମୂଳରେ ଲଗାନ୍ତୁ।ଏହାପରେ କେଶକୁ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ।ଏହାପରେ କେଶକୁ ଧୋଇଦିଆନ୍ତୁ।ଆପଣଙ୍କର ରୂପି ଜନିତ ସମସ୍ୟା ସମ୍ପୂର୍ଣ୍ଣଭାବେ ଦୁର ହେଇଯିବ।

କମଳା-କଂଳାରେ ବହୁଳମାତ୍ରାରେ ଭିଟାମିନ୍ ସି ରହିଥାଏ।ଏହି କମଳାର ଚୋପାରେ ଏପରି ଏକ ତତ୍ୱ ରହିଥାଏ ଯାହା କେଶରେ ଥିବା ଅଧିକ ତେଲକୁ କମ୍ କରିଥାଏ।କମଳା ଚୋପା ଏବଂ ଲେମ୍ବୁକୁ ଭଲଭାବେ ପେଷି ଦିଅନ୍ତୁ।ଏହାକୁ କେଶରେ ଲଗାନ୍ତୁ।ଏହାର ଅଧଘଣ୍ଟା ପରେ କେଶକୁ ଧୋଇଦିଅନ୍ତୁ।ରୂପିଜନିତ ସମସ୍ୟାରୁ ଅତିଶୀଘ୍ର ଉପଶମ ପାଇବେ।

ଏଲୋଭେରା-ଶୀତଦିନେ ରୂପୀଜନିତ ସମସ୍ୟାରୁ ରକ୍ଷାପାଇବା ପାଇଁ ଏଲୋଭେରା ଗଛର ପତ୍ରର ରସରେ କେଶକୁ ଭଲଭାବେ ମାଲିସ କରିଦିଅନ୍ତୁ।ଏହାର ଅଧଘଣ୍ଟା ପରେ କେଶକୁ ଧୋଇଦିଅନ୍ତୁ।ରୂପିଜନିତ ସମସ୍ୟା ବହୁତ ଶୀଘ୍ର ଭଲ ହେଇଯିବ।

ନଡିଆ-ନଡ଼ିଆ ତେଲରେ କର୍ପୂର ମିଶେଇ ଏକ ଡ଼ବାରେ ରଖିଦିଅନ୍ତୁ।ପ୍ରତ୍ୟେକଦିନ ଗାଧୋଇବା ପୂର୍ବରୁ ଏହାକୁ ନିଜ କେଶରେ ଭଲଭାବେ ମାଲିସ କରନ୍ତୁ।ଆପଣ ଦେଖିବେ ଯେ ରୂପିଜନିତ ସମସ୍ୟା ଖୁବଶୀଘ୍ର ଭଲହେଇଯିବ।

ଟ୍ରି-ଟ୍ରି ତେଲ-ଏହି ତେଲରେ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଭାଇରଲ ଗୁଣ ଅଧିକ ମାତ୍ରାରେ ରହିଥାଏ।ରୂପିଜନିତ ସମସ୍ୟା ଦୂରକରିବା ପାଇଁ ଶାମ୍ପୂରେ କିଛି ଠୋପା ଏହି ତେଲ ମିଶେଇ ଚୁଟିଧୋଇଦିଅନ୍ତୁ।ଦେଖିବେ ଆପଣଙ୍କର ଏହି ସମସ୍ୟା ଦୂର ଏହିଯିବ।

ନିମ୍ବ-ନିମ୍ବ ଗଛର ପତ୍ରର ଏକ ପେଷ୍ଟ ତିଆରି କରି ଏହାକୁ କେଶରେ ଲଗେଇଦିଅନ୍ତୁ।୧୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ।ଏହାପରେ ଶାମ୍ପୂ ଲଗେଇ ଏହାକୁ ସଫା କରିଦିଅନ୍ତୁ।ଆପଣଙ୍କର ଏହି ରୂପି ସମସ୍ୟା ଦୂର ହେଇଯିବ।

ନଡିଆ ତେଲ ଏବଂ ଲେମ୍ବ-ରୂପିଜନିତ ସମସ୍ୟାରୁ ଶୀଘ୍ର ମୁକ୍ତି ପାଇବାପାଇଁ ନଡିଆତେଲରେ ଲେମ୍ବ ଚିପୁଡି ସେହି ତେଲକୁ କେଶର ମୂଳରେ ଲଗେଇ ତାହାକୁ ଭଲଭାବେ ମାଲିସ କରିଦିଅନ୍ତୁ।ଏହାର କିଛି ସମୟପରେ ଶାମ୍ପୂରେ ଧୋଇଦିଅନ୍ତୁ।

ବେଶନ-ପାଣିରେ ବେଶନ ପାଉଡର ମିଶେଇ ଏହାର ଏକ ପେଷ୍ଟ ତିଆରି କରନ୍ତୁ।ଏହାକୁ କେଶରେ ଲଗାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ଛାଡିଦିଅନ୍ତୁ।ଏହାପରେ ଏହାକୁ ଧୋଇ ଦିଅନ୍ତୁ।ରୂପିଜନିତ ସମସ୍ୟାରୁ ରକ୍ଷାପାଇବାପାଇଁ ଏହା ଏକ ସର୍ବୋତ୍କୃଷ୍ଟ ଉପାୟ।

Leave a Reply

Your email address will not be published. Required fields are marked *