October 10, 2024

Odia Express

Here, There and Everywhere

ଆଜିର ବୁଦ୍ଧିମାନ ପ୍ରଶ୍ନ ଉତ୍ତର – ଘଣ୍ଟା କଣ୍ଟା ଉପରେ ମିନିଟ କଣ୍ଟା,ଯେତିକି ବାଜିବାକୁ ଯାଉଅଛି ଆଉ ସେତିକି ମିନିଟ ବାକି ଅଛି।ଘଣ୍ଟାରେ କେତେଟା ବାଜିଛି ? ବୁଦ୍ଧିମାନ ହେଇଥିଲେ ଉତ୍ତର କୁହନ୍ତୁ

1 min read

ଆଜି ଏଠାରେ ଆମେ ଓଡ଼ିଆ ଢଗଢ଼ମାଳି ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଭିତ୍ତିକ ୧୦ ଟି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଗୁଡିକ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରନ୍ତୁ ଓ ସେମାନଙ୍କ ଜ୍ଞାନ କେତେ ସେଇଟା ମଧ୍ୟ ଆପଣ ଜାଣିରଖନ୍ତୁ |ତେବେ ଏଭଳି ସବୁଦିନ ନୂଆ ନୂଆ କଥା ଜାଣିବା ପାଇଁ ଆମ ପେଜ କୁ ଲାଇକ କରିବେ ଓ ସବୁଦିନ ଆମେ ଆପଣଙ୍କ ପାଇଁ ନୂଆ ନୂଆ ଜିନିଷ ନେଇ ଆସିବୁ

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-କଞ୍ଚା ବେଳେ ପରିବା ଓ ପାଚିଗଲେ ଏହାକୁ ଫଳ ବୋଲି ଆମେ କହି ଥାଉ ବା ବ୍ୟବହାର କରିଥାଉ।ତାହେଲେ ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଦଳୀ।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-କଳା କଳା ତନ୍ତୁ ଗୁଡିଏ,ତା ମୂଳରେ ଜନ୍ତୁ କୋଡିଏ,ସେ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୁଣ୍ଡରେ ବାଳ ଓ ଉକୁଣୀ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-ତାଟିଆ ଭିତରେ ତାଟିଆ ଅଛି,ତାଟିଆ ଭିତରେ ଅମୃତ ଅଛି,ମା ପେଟରେ ଝିଅଟି ଗୋରୀ କହ ଇଏ କି ଗଣିତ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଡ଼ିଆ।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ଓଡ଼ିଶାର କେଉଁ ସ୍ଥାନରେ ଆମର କାଚ କାରଖାନା ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାରଙ୍ଗ।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ଓଡ଼ିଶାର କେଉଁ ସ୍ଥାନରେ ଆମକୁ ଚାନ୍ଦୁଆ ମିଳିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପିପିଲି ଠାରେ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ଆମ ଓଡିଶାରେ ଥିବା ପାରାଦ୍ୱୀପ ନାମକ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜଗତସିଂହପୁର ଜିଲ୍ଲାରେ।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ଆମ ଓଡିଶାରେ ଥିବା ଗୋପାଳପୁର ନାମକ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗଞ୍ଜାମ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ଆମେ ବ୍ୟବହାର କରୁଥିବା ବିଦ୍ୟୁତ ବଲବ କିଏ ଉଦ୍ଭାବନ କରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଥୋମାସ ଆଲଭା ଏଡିସନ।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ଆମେ ବ୍ୟବହାର କରୁଥିବା ଟେଲିଫୋନ କିଏ ଉଦ୍ଭାବନ କରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଲେକଜାଣ୍ଡାର ଗ୍ରାହାମବେଲ।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ଘଣ୍ଟା କଣ୍ଟା ଉପରେ ମିନିଟ କଣ୍ଟା,ଯେତିକି ବାଜୀବକୁ ଯାଉଅଛି ଆଉ ସେତିକି ମିନିଟ ବାକି ଅଛି।ଘଣ୍ଟାରେ କେତେଟା ବାଜିଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୦ ଟା ବାଜିବାକୁ ଆଉ ମାତ୍ର ୧୦ ମିନିଟ ବାକି ଅଛି।

ଏହା ଥିଲା କେତେକ ବିଜ୍ଞାନ ସମ୍ବନ୍ଧୀୟ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *