ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଧନ ଆଗମନ ହେବାର ପାଞ୍ଚଟି ତରିକା, ଯାହାକୁ ଯିଏବି ଜାଣିଲେ ହୋଇପାରିବ ଧନବାନ
1 min read
ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶିର୍ବାଦ ଦ୍ୱାରା ବିଜୟ ପ୍ରାପ୍ତ କରିବାପରେ ଯେବେ ପାଣ୍ତବ ନିଜ ପୁରା ପରିବାର ସହ ବନବାସ ଶେଷ କରି ହସ୍ତିନାପୁର୍ ଫେରିଲେ , ତେବେ ତାଙ୍କର ଭବ୍ୟ ସ୍ୱାଗତ ହେଲା, ମହାରାଜ୍ ଧୃତରାଷ୍ଟ୍ର ଓ ଗାନ୍ଧାରୀ ତାଙ୍କର ସ୍ୱାଗତ କରିଥିଲେ , କିନ୍ତୁ ତାଙ୍କର ଫେରିବାରୁ କୌରବ ଖୁସି ନଥିଲେ , କୌରବ ପାଣ୍ତବଙ୍କୁ ମାରିବାକୁ ଯଥା ସଂମ୍ଭବ ଚେଷ୍ଟା କରିଥିଲେ , କିନ୍ତୁ ସଫଳ ହୋଇପାରିଲେ ନାହିଁ , ପାଣ୍ତବ କୌରବଙ୍କ ସବୁଠାରୁ ଜେଷ୍ଠ ଓ କୁଶଳ ହେବା କାରଣରୁ ଓ ଜନତାଙ୍କ ଦାବିକୁ ଦେଖି ଯୁଦ୍ଧିଷ୍ଠିରଙ୍କୁ ରାଜା ବନାଇଦେଲେ । ଯେଉଁ ଦିନ ଯୁଦ୍ଧିଷ୍ଠିର ରାଜା ତିଲକ ହେଲା ସେହି ଦିନ ଆଶିର୍ବାଦ ଦେବାପାଇଁ ଶ୍ରୀକୃଷ୍ଣ ଆସିକରି ପହଞ୍ଚିଥିଲେ , ରାଜତିଲକ ରାତିରେ ଯୁଦ୍ଧିଷ୍ଠିର ଓ ଶ୍ରୀକୃଷ୍ଣ ରାଜ୍ୟରେ ସୁଖ ଓ ଶାନ୍ତି ପାଇଁ କିପରି ସ୍ଥାପନ କରିବେ ଏଇ ଚର୍ଚ୍ଚାରେ ଶ୍ରୀକୃଷ୍ଣ ଯୁଦ୍ଧିଷ୍ଠିରଙ୍କୁ ଏମିତି ପାଞ୍ଚଟି ବସ୍ତୁ ବିଷୟରେ କହିଲେ ଯାହାର ଘରେ ରହିବା ଶୁଭ ହୋଇଥାଏ, ଏହି ପାଞ୍ଚଟି ବସ୍ତୁ ହେବା ଦ୍ୱାରା ଘରେ ସଦୈବ ଧନ, ସୁଖ ଓ ସମୃଦ୍ଧି ରହିଥାଏ , ତେବେ ଆସନ୍ତୁ ଜାଣିବା ଏହାର ନାଁ ଓ ଏମାନଙ୍କ ବିଷୟରେ ।
୧) ଜଳ- ଜଳ ଧନର ଆବଗମନକୁ ନିୟନ୍ତ୍ରିତ କରିଥାଏ । ଓ କୁହାଯାଏ କି ସବୁ ବ୍ୟକ୍ତି ସକାଳୁ ସୁର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଜରୁରୀ , ଓ ଭଗବାନଙ୍କ ପାଇଁ ପିତ୍ତଳ କିମ୍ବା ରୁପାର ବାସନରେ ଜଳକୁ ପୁଜା ଗୃହରେ ରଖିବା ଉଚିତ୍ , ଘରେ କିଏ ବି ଆସିଲେ ପାଣି ଦେବା ଉଚିତ୍ , ଓ ଅତିଥି ହେଉ ବା କିଏ ଅନ୍ୟ କିଏ । ଯଦି ଏପରି କରୁଛନ୍ତି ତେବେ ଘରେ ସଦୈବ ଧନ ରହିବ , ଓ ବୃଦ୍ଧି ହେବ ।
୨) ଚନ୍ଦନ- ଶ୍ରୀକୃଷ୍ଣଙ୍କ ଦ୍ୱିତୀୟ ଜିନିଷଟି ହେଲା ଚନ୍ଦନ ବିଷୟରେ କହିଥିଲେ , ସେ କହିଥିଲେ କି ଚନ୍ଦନର କାଠ ତ କାଠର୍ ହୋଇଥାଏ , ଯାହା ଶୁଭ ଜଣାଯାଏ , କୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ କି ଯେଉଁ ପ୍ରକାରରେ ଚନ୍ଦନ କାଠରେ ସାପ ରୁହନ୍ତି , କିନ୍ତୁ ଚନ୍ଦନକାଠ ବିଷାକ୍ତ ହୋଇନଥାଏ, ଠିକ୍ ସେହି ପ୍ରକାରର ନକରାତ୍ମକ ଉର୍ଜା ଘରେ ରହିଲେ ଚନ୍ଦନ କାଠ ଯୋଗୁଁ ଘରେ ଭୁଲ୍ ପ୍ରଭାବ ପକାଇନଥାଏ, ପ୍ରତିଦିନ ଚନ୍ଦନକୁ ଘସିକରି ଭଗବାନଙ୍କ ଫଟୋରେ ଲଗାଇଲେ ଓ ନିଜ ମଥାରେ ସେହି ଚନ୍ଦନକୁ ଲେପ ଦେଲେ ଘରେ ଧନର କମି ହୁଏ ନାହିଁ ।
୩) ଘିଅ- ଶ୍ରୀକୃଷ୍ଣ କହିଲେ କି ସବୁ ଘରେ ଗାଇର ଘିଅ ହେବା ଜରୁରୀ, ଏହା ରହିଲେ ଘରେ କେବେ ବି ଖାଇବା ପିଇବା ବସ୍ତୁ କମି ହୋଇନଥାଏ, ଆଉଗୋଟେ କଥା ଏହା କି ଗାଇର ଘିଅ ଯଦି ଘରେ ତିଆରି ହୋଇଥିବ ତେବେ ଭଲ ହୋଇଥାଏ, ଗାଇର ଘିଅରୁ ପ୍ରତିଦିନ ଭଗବାନଙ୍କ ଦୀପଲଗାଇବା ଉଚିତ୍ , ଓ ତାହାକୁ ପୁଜାକରିବା ଉଚିତ୍ , ଏହାଦ୍ୱାରା ଜୀବନରେ ଆସୁଥିବା କଷ୍ଟଦୁର ହୋଇଯାଏ , ଓ ବାଧାବିଘ୍ନ ଦୁର ହୋଇଯାଏ , ଘିଅର୍ ସେବନରେ ଆମେ ବି କରିବା ଉଚିତ୍ , ଓ ତାହାସହ ଘିଅରେ ଯଜ୍ଞ କହିଲେ ବାତାବରଣରେ ଅକ୍ସିଜେନ୍ ମାତ୍ରା ବଢିଯାଏ ।
୪) ବୀଣା- ବୀଣା ମାତା ସରସ୍ୱତୀଙ୍କ ପ୍ରତୀକ ବୋଲି ଜଣାଯାଏ , ମାତା ସରସ୍ୱତୀ ଜ୍ଞାନ, ସଦବୁଦ୍ଧିର ଦେବୀ ଅଟନ୍ତି , ଶ୍ରୀକୃଷ୍ଣ କହିଲେ କି ଯେଉଁ ପ୍ରକାର ମା ସରସ୍ୱତୀ ପଦ୍ମଫୁଲରେ ବସନ୍ତି , ଯେଉଁ ପ୍ରକାର ପଦ୍ମଫୁଲ ପଙ୍କରେ ଫୁଟିଥାଏ, କିନ୍ତୁ ପଙ୍କ ଫୁଲକୁ ଛୁଇଁପାରେ ନାହିଁ ଠିକ୍ ସେହିପ୍ରକାରରେ ମା ସରସ୍ୱତୀ ଙ୍କ ବୀଣା ଘରେ ରଖିଲେ ଦାରିଦ୍ରତା,ଅଲକ୍ଷଣ, ଅଜ୍ଞାନ ଦୁର ହୋଇଯାଏ , ଆମେ ନିଜ ସାମର୍ଥ୍ୟ ହିସାବରେ ବଡ କିମ୍ବା ଛୋଟ ବୀଣା ନିଜ ଘରେ ରଖିବା ଉଚିତ୍ , ଆମେ ବୀଣା ରୁପରେ ସୁନ୍ଦର ସାଜସଜ୍ଜା ଜିନିଷ ରଖିପାରିବା ।
୫) ମହୁ- ଶ୍ରୀକୃଷ୍ଣଙ୍କ ଅନୁସାରେ ମହୁ ଏକ ଏମିତି ଶୁଦ୍ଧ ପଦାର୍ଥ ହୋଇଥାଏ ଯାହା ଘରେ ରହୁଥିବା ନକରାତ୍ମକ ଉର୍ଜାକୁ ଦୁର କରିଦିଏ , ଓ ଘରର ବାତାବରଣକୁ ଶୁଦ୍ଧ କରିଦିଏ , ଏହାର ସେବନରେ ମନୁଷ୍ୟର ଶରୀର ଓ ଆତ୍ମା ଶୁଦ୍ଧ ହୋଇଯାଏ , ଘରର୍ ପ୍ରତ୍ୟେକ ସଦସ୍ୟ ସବୁଦିନ ମହୁର ସେବନ କରିବା ଉଚିତ୍ , ଏମିତି କରିଲେ ଧନର ଅଭାବ ହେବନାହିଁ ।