September 8, 2024

Odia Express

Here, There and Everywhere

ଏହି ମାଗଣା ଜିନିଷରୁ ଏମିତି ଭଗାଇବେ ମଶା, କାଟିବା ତ ଦୁରର କଥା ପାଖକୁ ଆସିବାକୁ ଡରିବେ ମଶା

1 min read

ଯେମିତି ଗରମ ଦିନ ହେବାକୁ ଲାଗିଛି, ଘରେ ମଶାଙ୍କ ଆତଙ୍କ ବଢିବାରେ ଲାଗିଛି, ମଶାଙ୍କୁ ଭଗାଇବାପାଇଁ କେଉଁ କେଉଁ ଉପାୟ ଆମେ କରିନଥାଉ କିନ୍ତୁ ଲାଗିଥାଏ ଯେପରି ଏହି ମଶାମାନେ ତାଙ୍କ ଉପରେ କିଛି ପ୍ରଭାବ ପଡୁନାହିଁ,  ଏତିକିରେ ଘରେ ଲୋକଙ୍କ ସଂଖ୍ୟା ଯେତେ ହୋଇନଥିବ ସେତେ ମଶାଙ୍କର ହୋଇଯାଏ । ମଶା ମାନଙ୍କ ଦାଉରୁ ରକ୍ଷାପାଇବାପାଇଁ ଆମେ ସାଧାରଣତଃ ମଶାମରା କଏଲ୍ କିମ୍ବା ଅୟେଲ୍ ବ୍ୟବହାର କରିଥାଉ, ଏହା ତ ମଶା ମାନଙ୍କ ଉପରେ କିଛି ପ୍ରଭାବ ପକାଇପାରେ ନାହିଁ ବର୍ଂ ଆମର ସେହି ବାସ୍ନାରେ ନିଶ୍ୱାସ ନେବାରେ ଅସୁବିଧା ହୁଏ , ଯଦି ଆପଣଙ୍କ ସହ ଏମିତି କିଛି ହେଉଛି, ତେବେ ଆପଣ କେତେଥର୍ ଅନିଦ୍ରା ହୋଇ ରାତି କଟାଇଥିବେ , ଏହି ମଶାଙ୍କ ଠାରୁ ରକ୍ଷାପାଇବାପାଇଁ ପ୍ରାକୃତିକ ଉପାୟ ଆପଣାନ୍ତୁ , ଏହି ଉପାୟ ନା କେବଳ ରାମବାଣ ପ୍ରମାଣିତ ହେବ ,ବରଂ ସ୍ୱାସ୍ଥ୍ୟର ଦୃଷ୍ଟିରୁ ବି ବହୁତ ଲାଭକାରୀ ହୋଇଥାଏ , ଏବେ ଏହି ଆର୍ଟିକିଲ୍ ଜରିଆରେ ଆମେ ମଶାଙ୍କୁ ପ୍ରାକୃତିକ ରୁପେ ଭଗାଇବାର ଉପାୟ କହିବୁ ଆସନ୍ତୁ ଜାଣିବା।

୧) ଲବଙ୍ଗର ତେଲ- ଲବଙ୍ଗର ତେଲ ମଶାକୁ ଭଗାଇବାରେ ଲାଭଦାୟକ ହୋଇଥାଏ, ଏହା ଏକ ଅଚୁକ ହତିଆର ଅଟେ, ଏହା ପର୍ଯ୍ୟନ୍ତ ଏହି କଥା ବହୁତ ସୋଧରେ ପ୍ରମାଣିତ ହୋଇସାରିଛି, କି ଲବଙ୍ଗର ତେଲର ମହକରୁ ମଶା ମାନେ ପଳାଈଥାନ୍ତି , ଲବଙ୍ଗର ତେଲକୁ ନଡିଆର ତେଲରେ ମିଶାଇ ତ୍ୱଚାରେ ଲଗାନ୍ତୁ , ଏହାର ପ୍ରଭାବ ଓଡମୋସ୍ ଠାରୁ କମ୍ ହେବନାହିଁ ।

୨) କର୍ପୁର- କର୍ପୁରର ବ୍ୟବହାର୍ କରିଲେ ବିଷାକ୍ତ ବାସ୍ନାରୁ ମଶାମାନେ ପଳାଇବେ , ଆପଣଙ୍କୁ କେବଳ ୧୦ ମିନିଟ୍ ପାଇଁ କର୍ପୁର କୁ ଘରେ ଜଳାଇକରି ରଖିବାର ଅଛି, ଓ ସବୁ କବାଟ ଝରକା ବନ୍ଦ କରିଦେବେ , ଗୋଟେ ବି ମଶା ଦେଖାଯିବନାହିଁ ।

୩) ନିମ୍ବର ତେଲ- ଆମେରିକା ନେଶନ୍ୟାଲ୍ ରିସର୍ଚ୍ଚ କାଉନସିଲ୍ ଏକ ସୋଧରୁ ଜାଣିଛି କି ନିମ୍ବର ତେଲ କେଉଁ ବି ରିପେଲେଣ୍ଟରୁ ଅଧିକା ପ୍ରଭାବି ହୋଇଥାଏ , ଏତିକି ନୁହେଁ ଏହାର ଗଛ ଲଗାଇଲେ ବି ମଶା ଆସନ୍ତି  ନାହିଁ ।

୪) ଲାଭେଣ୍ତର୍- ଏହା ଏକ ବାସ୍ନାଯୁକ୍ତ ଅଟେ , ଏହା ଏକ ଶାନଦାର୍ ତରିକା ବି ଅଟେ , ମଶାଙ୍କ ଠାରୁ ରକ୍ଷା ପାଇବା,  ଏହି ଫୁଲର ବାସ୍ନା ପ୍ରଭାବକାରୀ ହୋଇଥାଏ , ଯାହା ଦ୍ୱାରା ମଶାମାନେ ପଳାଇଥାନ୍ତି , ଏହାକୁ ଘରୋଇ ଉପଯୋଗ ପାଇଁ ଲ୍ୟାଭେଣ୍ତରର ତେଲକୁ ଏକ ରୁମରେ ପ୍ରାକୃତିକ ଫ୍ରେସନର୍ ରୁପରେ ଛିଞ୍ଚିଦିଅନ୍ତୁ ।

୫) ରସୁଣ- ମଶାଙ୍କୁ ଭଗାଇବା ପାଇଁ ଆପଣ ଦୁଇଟି ତରିକା ରସୁଣର କରିପାରିବେ , ଗୋଟେ ହେଲା ରସୁଣର ରସକୁ ଶରୀରରେ ଲଗଇଦିଅନ୍ତୁ , କିମ୍ବା ଏହାର ଛିଞ୍ଚନ କରନ୍ତୁ , ରସୁଣର ବାସ୍ନାରେ ସବୁ ମଶା ପଳାଇବେ ।

୬) ପୁଦିନା- ପୁଦିନା ମଶା ଭଗାଇବାରେ ବହୁତ ପ୍ରଭାବକାରୀ ହୋଇଥାଏ , ପୁଦିନାର ପତ୍ରର ରସରୁ ଛିଞ୍ଚନ କଲେ ସବୁ ମଶା ଗାୟବ ହୋଇଯିବେ , ଆପଣ ଚାହିଁଲେ ପୁଦିନାର ପତ୍ରେଅ ରସକୁ ଶରୀରରେ ଲଗାଇପାରିବେ ।

୭) ଗେଣ୍ତୁ- ଗେଣ୍ତୁର ଫୁଲର ବାସ୍ନା କେବଳ ସତେଜତାରେ ଭରିଦିଏ ,ବରଂ ମଶାଙ୍କୁ ବି ଦୁରେଇ ଦିଏ , ଗେଣ୍ତୁର ଗଛ ନା କେବଳ ଆପଣଙ୍କ ବଗିଚାରେ ରଖନ୍ତୁ , ବରଂ ବାଲକନୀରେ ଏହାକୁ ଲଗାନ୍ତୁ , ସବୁଦିନ ସଂନ୍ଧ୍ୟା ସମୟରେ ମଶା ଘରେ ପସିପାରିବେ ନାହିଁ ।

୮) ତୁଳସୀ- ବୋଧେ ଆପଣ ଏହା ଜାଣିନାହାନ୍ତି କି ଯେଉଁ ଘରେ ତୁଳସୀର ଗଛ ହୋଇଥାଏ , ସେଠାରେ ମଶା ବହୁତ କମ୍ ଆସିଥାନ୍ତି , ଏଥିପାଇଁ ଆପଣ ନିଜ ଘରେ ତୁଳସୀର ଗଛ ଲଗାନ୍ତୁ , ଓ ଶରୀରରେ ତୁଳସୀ ପତ୍ରର ରସ ଲଗାଇଦିଅନ୍ତୁ , ଗୋଟେ ବି ମଶା ପାଖକୁ ଆସିବନାହୀଁ

Leave a Reply

Your email address will not be published. Required fields are marked *