September 10, 2024

Odia Express

Here, There and Everywhere

ବିରାଟ କୋହଲିଙ୍କ ଜୀବନୀ, ସମ୍ପତି,ଘର, ଗାଡି ବିଷୟରେ ଜଣିଲେ ଆଶ୍ଚର୍ଯ୍ୟ ହୋଇଯିବେ – କ୍ରିକେଟ ବ୍ୟତୀତ ଏପରି କାମ କରି ପଇସା କମେଇଥାନ୍ତି ବିରାଟ..

1 min read

ଆଜିମାନେ ଯେଉଁ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯେବେ ନିଜ ପ୍ରଥମ ଆନ୍ତର୍ଜାତିୟ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଯାଇଥିଲେ ସେହି ସମୟରେ ହଟାତ୍ ତାଙ୍କ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ହୋଇଥିଲା ଓ ତାଙ୍କୁ ମେଡିକାଲ ନେଵାଙ୍କୁ ପଡିଥିଲା। ଗୋଟେ ପଟେ ବାପା ମେଡ଼ିକାଲରେ ନିଜ ଜୀବନସହ ଲଢ଼ିଥିଲେ ଓ ସେପଟେ ପୁଅ ଲିଂଲଣ୍ଡରେ ନିଜ କ୍ୟାରିୟର ପାଇଁ ଲଢ଼ୁଥିଲା ।ବାପା ହରିଗଲେ ଓ ତାଙ୍କର ବ୍ରେନ ଷ୍ଟ୍ରୋକରେ ମୃତ୍ୟୁ ହୋଇଗଲା।କିନ୍ତୁ ସେ କ୍ରିକେଟର ବହୁତ ଭଲ ଖେଳ ପ୍ରଦର୍ଶନକରି ଘରକୁ ଆସିବାପରେ ଭାଙ୍ଗିପଡିଥିଲେ।ଏବେ ଏହି କ୍ରିକେଟରଙ୍କ ଜୀବନ ଯେପରି ସୁଖମୟ ଦେଖାଯାଉଛି କିନ୍ତୁ ଆରମ୍ଭ ଦିନରେ ସେ ଅନେକ ସମସ୍ୟାର ସାମ୍ନା କରି ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। ସେ ଆଉ କେହି ନୁହଁନ୍ତି ବର୍ତ୍ତମାନର ଭାରତର କ୍ରିକେଟ ଟିମର ଅଧିନାୟକ ‘ବିରାଟ କୋହଲି’ ଅଟନ୍ତି।ବିରାଟ କୋହଲିଙ୍କ ଡାକ ନାମ ଚିକୁ ଅଟେ।ସେ “୫ ନେଭେମ୍ୱର ୧୯୮୮” ରେ ନୂଆଦିଲ୍ଲୀରେ ଜନ୍ମ ହୋଇଥିଲେ।


ସେହି ହିସାବରେ ଏବେ ତାଙ୍କ ବୟସ ୩୧ ବର୍ଷ ଅଟେ।ସେ ନିଜର ବିଦ୍ୟାଳୟ ପାଠପଢ଼ା ଵିଶାଲ ଭାରତୀ ବିଦ୍ୟାଳୟରେ ସମାପ୍ତି କରିଥିଲେ। ସେ କେଵଳ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ହିଁ ପାଠ ପଢିଛନ୍ତି। କାରଣ ସେ କ୍ରିକେଟରେ ନିଜ କ୍ୟାରିୟର କରିବା ପାଇଁ ପାଠପଢ଼ା ଛାଡିଥିଲେ।ବିରାଟଙ୍କ ମା ଏକ ଇଣ୍ଟରଭିଉରେ କହିଛନ୍ତି ଯେବେ ବିରାଟ ଛୋଟ ଥିଲେ ସେ ନିଜ ବାପାଙ୍କ ସହିତ ବ୍ୟାଟ ନେଇ ଖେଳିବାକୁ ପସନ୍ଦ କରୁଥିଲେ। ସେ କ୍ରିକେଟକୁ ଏତେ ପସନ୍ଦ କରୁଥିଲେ କି ସେ ରାତିରେ ନିଜ ବ୍ୟାଟକୁ ପାଖରେ ରଖି ଶୋଉଥିଲେ ।ବିରାଟଙ୍କ ଏପରି ଇଚ୍ଛା ଦେଖି ତାଙ୍କ ବାପା ତାଙ୍କ ଆଡ଼ମିଶସନ ପଶ୍ଚିମ ଦିଲ୍ଲୀ କ୍ରିକେଟ ଆସୋସିଏସନରେ କରିଦେଲେ। ସେଠାରେ ତାଙ୍କର କୋଚଥିଲେ ରାଜପ୍ରସାଦ ଶ୍ରର୍ମା। ବିରାଟ ଏକ ଇଣ୍ଟରଭିଉରେ ନିଜେ କହିଛନ୍ତି ସେ ଅନେକ ସମସ୍ୟା ସହିଛନ୍ତି କାରଣ ଏକ ସମୟ ଏପରି ଥିଲା ଯେବେ ତାଙ୍କ ବାପାଙ୍କ ବ୍ୟବସାୟରେ କ୍ଷତି କାରଣରୁ ଘର ଭଡା ଦେବାକୁ ବି ତାଙ୍କ ପାଖରେ ପଇସା ନଥିଲା।


ଏବେ ଆସନ୍ତୁ ଜାଣିବା ବିରାଟଙ୍କ କ୍ୟାରିୟର ବିଷୟରେ।ସେନିଜ କ୍ୟାରିୟର ଆରମ୍ଭ ୨୦୦୮ରେ ଶ୍ରୀଲଙ୍କା ବିରୁଦ୍ଧରେ କରିଥିଲେ। ସେହି ସମୟରେ ବିରାଟଙ୍କ ବୟସ ଥିଲା ୧୯ ବର୍ଷ।ସେହି ସମୟରେ ଭାରତର ଦୁଇ ଓପନର ବ୍ୟାଟ୍ସମ୍ୟାନ ଆହତ ଥିଲେ ଯେଉଁଥିପାଇଁ ବିରାଟଙ୍କୁ ମୌକା ମିଳିଲା ଖେଳିବାପାଇଁ ଓ ସେମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲେ।ଏହା ପରେ ସେନିଜ ଟେଷ୍ଟ କ୍ୟାରିଅର ୨୦୦୯ରେ ଆରମ୍ଭ କରିଥିଲେ ସେଥିରେବି ତାଙ୍କର ଭାଗ୍ୟଥିଲା।ସେହିସମୟରେ ଶେଖର ଆହତ ଥିଲେ ଯେଉଁଥିପାଇଁ ବିରାଟଙ୍କୁ ସୁଯୋଗ ମିଳିଲା ଖେଳିବାପାଇଁ।ସେଠାରେ ମଧ୍ୟ ବିରାଟ ଭଲ ଖେଳିଥିଲେ ।

ଏହା ପରେ ବିରାଟ ନିଜର ୨୦-୨୦ କ୍ୟାରିୟର ଆରମ୍ଭ କରିଥିଲେ ୨୦୧୦ରେ। ଏହାପରେ ତାଙ୍କର ସଫଳତା ଆରମ୍ଭ ହୋଇଯାଇଥିଲା।ଭାରତରେ ଅନେକ ଲୋକ ବିରାଟଙ୍କୁ ସଚୀନଙ୍କ ସହିତ ତୁଳନା କରନ୍ତି।ଏବେ ଆସନ୍ତୁ ଜାଣିବା ତାଙ୍କ ରେକର୍ଡ ବିଷୟରେ।ବିରାଟ ୫୦ରୁ ଅଧିକ ରେକର୍ଡ କରିଛନ୍ତି।ସେ ପ୍ରଥମ ଏପରି ଖେଳାଳି ଅଟନ୍ତି ଯିଏକି ନିଜର ପ୍ରଥମ ବିଶ୍ୱକପ ମ୍ୟାଚରେ ଶତକ ମାରିଥିଲେ।ସେପରି ଖେଳାଳି ଅଟନ୍ତି ଯିଏକି ସବୁଠି ଅଧିକ କମ ମ୍ୟାଚରେ ୧ ହଜାର, ୩ ହଜାର, ୪ ହଜାର ଓ ୫ ହଜାର ରନ କରିଛନ୍ତି।ଏହିପରି ଅନେକ ବଡ଼ବଡ଼ ରେକର୍ଡ ମଧ୍ୟ କରିଛନ୍ତି।

୨୦୧୩ରେ ବିରାଟଙ୍କୁ ‘ଅର୍ଜୁନ ପୁରସ୍କାର’ ରେ ମଧ୍ୟ ସମ୍ମାନିତ କରାଯାଇଥିଲା।ଏହା ପରେ ୨୦୧୭ରେ ବିରାଟଙ୍କୁ ‘ପଦ୍ମଶ୍ରୀ ପୁରସ୍କାର’ ମଧ୍ୟ ମିଳିଥିଲା।୨୦୧୮ରେ ବିରାଟ ‘ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର’ ମଧ୍ୟ ପାଇଥିଲେ।ଏବେ ଆସନ୍ତୁ ଜାଣିବା ବିରାଟ କୋହଲିଙ୍କ ପରିବାର ବିଷୟରେ।ତାଙ୍କ ବାପାଙ୍କ ନାମ ‘ପ୍ରେମ କୋହଲି’ , ତାଙ୍କ ମାଙ୍କ ନାମ ‘ସୁରଜ କୋହଲି’, ଭାଇଙ୍କ ନାମ ‘ବିକାଶ କୋହଲି’, ଭଉଣୀଙ୍କ ନାମ ‘ଭାବନା କୋହଲି’ , ତାଙ୍କ ପତ୍ନୀଙ୍କୁତ ସମସ୍ତେ ଜାଣିଥିବେ ‘ଅନୁଷ୍କା ଶର୍ମା’ ।

ଏବେ ଜାଣିବା ବିରାଟଙ୍କ ପଇସା ବିଷୟରେ।ବିରାଟ ଏକ ୨୦-୨୦ ମ୍ୟାଚ ପାଇଁ “୧.୫୦ ଲକ୍ଷ ଟଙ୍କା” ଚାର୍ଜ କରିଥାନ୍ତି।ଏକ ଟେଷ୍ଟ ମ୍ୟାଚ ପାଇଁ “୫ ଲକ୍ଷ” ଓ ଏକ ଏକଦିବସିୟ ମ୍ୟାଚ ପାଇଁ ବିରାଟ “୩ ଲକ୍ଷ” ଟଙ୍କା ନେଇଥାନ୍ତି।ବିରାଟ ଏକ ଆଇପିଏଲ ସିଜନ ଖେଳିବା ପାଇଁ “୧୪ କୋଟି ଟଙ୍କା “ନେଇଥାନ୍ତି। କୌଣସି ଜିନିଷର ପ୍ରମୋସନ ପାଇଁ” ୧୪ କୋଟି” ଚାର୍ଜ କରିଥାନ୍ତି। ସେ ପ୍ରତିବର୍ଷ” ୩୦ କୋଟି “ଟଙ୍କା ଟ୍ୟାକ୍ସ ଦେଇଥାନ୍ତି ।ତାଙ୍କ ମୋଟ ସମ୍ପତି ଅଟେ ” ୭୦୦ କୋଟି”। ସେ ନିଜ ପତ୍ନୀଙ୍କ ସହିତ ମୁମ୍ବାଇରେ ଏକ ଆଲିସାନ ଘରେ ରହିଥାନ୍ତି ଯାହାର ମୂଲ୍ୟ “୩୫ କୋଟି”।ତାଙ୍କର ଗୋଟିଏ କାରର ଦାମ “୯ କୋଟି “ଅଟେ।ତାଙ୍କ ପାଖରେ ଅନେକ ଦାମୀ କାର ରହିଛି।ଯାହା ମଧ୍ୟରେ ଅଡ଼ି ଆର ଏସ, ଅଡ଼ି ଆର ୮, ରେଞ୍ଜ ରୋଭର ଓ ଅନ୍ୟାନ୍ୟ ଗାଡି ସାମିଲ ଅଛି।

Leave a Reply

Your email address will not be published. Required fields are marked *