January 22, 2025

Odia Express

Here, There and Everywhere

ପ୍ରତିଦିନ ପିଅନ୍ତୁ ମାତ୍ର ଏକ ଗ୍ଲାସ କ୍ଷୀର ଏବଂ ମହୁ ମିଳିବ ୧୦ଟି ଚମତ୍କାର ଫାଇଦା – ଏବେ ଜାଣିରଖନ୍ତୁ ଏହି ଉପାୟ..

1 min read

ମହୁ ଏବଂ କ୍ଷୀରକୁ ଠିକ ଭାବରେ ମିସେଇକି ପିଇବାଦ୍ୱାରା କେତେ ପ୍ରକାରର ଫାଇଦା ମିଳିଥାଏ। କ୍ଷୀରରେ ବହୁତସାରା ପ୍ରୋଟିନ,କ୍ୟାଲସିୟମ, ଭିଟାମିନ୍ ରହିଥାଏ ସେହିପରି ମହୁରେ ମଧ୍ୟ ଆୟୋଡ଼ିନ୍,ପୋଟାସିୟମ,ପ୍ରୋଟିନ ଏମିନୋଏସିଡ ଇତ୍ୟାଦି ସବୁ ରହିଥାଏ। ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଯେ କ୍ଷୀର ଏବଂ ମହୁକୁ ମିଶେଇକି ପିଇଲେ ସେଥିରୁ କି ପ୍ରକାରର ଫାଇଦା ମିଳିଥାଏ।

(୧) ମଜଭୂତ ରହିଥାଏ ପଞ୍ଚତନ୍ତ୍ର- ପ୍ରତିଦିନ ଏକ ଗ୍ଲାସ କ୍ଷୀରରେ ୨ ଚାମଚ ମହୁ ମିସେଇକି ପିଇଲେ ପଞ୍ଚତନ୍ତ୍ରରେ ପରିବର୍ତ୍ତନ ଆସିଥାଏ ଏବଂ ପଞ୍ଚତନ୍ତ୍ର ମଜଭୂତ ରହିଥାଏ। ଏହାକୁ ପ୍ରତିଦିନ ପିଇବାଦ୍ୱାରା ଏଥିରେ ଥିବା ପୋଷକତ୍ତତ୍ୱ ପେଟରେ ଭଲ ବ୍ୟାକ୍ଟେରିୟାକୁ ବଢ଼େଇବାରେ ସାହାଯ୍ୟ କରିଥାଏ ଯେଉଁଥିରେ ପଞ୍ଚତନ୍ତ୍ର ଠିକ ରହିଥାଏ।

(୨)ମୁହଁରେ ଚମକ ଆଣିଥାଏ- କ୍ଷୀର ଏବଂ ମହୁକୁ ଏକା ସାଙ୍ଗରେ ନେବାଦ୍ୱାରା ମୁହଁରେ ଚମକ ଆସିଥାଏ ଏବଂ ଶରୀରକୁ ଆରାମ ମିଳିଥାଏ।

(୩) କାଶ ଏବଂ ଥଣ୍ଡା ହୁଏ ନାହିଁ -କ୍ଷୀର ଏବଂ ମହୁକୁ ଏକା ସାଙ୍ଗରେ ନେବାଦ୍ୱାରା ଆଣ୍ଟିବ୍ୟାକ୍ଟେରିଆଲ ପରି ଏହା କାମ କରିଥାଏ । ଏହାଦ୍ୱାରା ହାନିକାରକ ବ୍ୟାକ୍ଟେରିଆ ଶରୀରରେ ଆକ୍ରମଣ କରିପାରେ ନାହିଁ ତେଣୁ କାଶ ଏବଂ ଥଣ୍ଡା ର ସମସ୍ୟା ଦୂର ହୋଇଥାଏ।ଏଥିପାଇଁ ଏହାକୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ।

(୪) ଅନିଦ୍ରାର ସମସ୍ୟା ଦୂର ହୋଇଥାଏ – କ୍ଷୀର ଏବଂ ମହୁ ମୁଣ୍ଡ କୁ ଆରାମ ରଖିଥାନ୍ତି ଯେଉଁଥିରେ ନିଦ ନ ଆସିବାର ସମସ୍ୟା ସହଜରେ ଦୂର ହୋଇଯାଇଥାଏ।ଶୋଇବା ପୂର୍ବରୁ ନଖ ଉଷୁମ କ୍ଷୀରରେ ମହୁ ମିଶାନ୍ତୁ ଏବଂ ପିଅନ୍ତୁ।

(୫)ଥକ୍କା ପଣ ଦୂର କରେ – ପ୍ରତିଦିନ ଏକ ଗ୍ଲାସ କ୍ଷୀର ରେ ମହୁ ମିସେଇକି ପିଇବାଦ୍ୱାରା ଶରୀର କୁ ଅଭ୍ୟନ୍ତରୀଣ ବଳ ମିଳିଥାଏ।ଯେଉଁଠି କ୍ଷୀରରେ ପ୍ରୋଟିନ ରହିଥାଏ ସେଇଠି ମହୁ ରେ ଯଥେଷ୍ଟ ମାତ୍ରା ରେ କାର୍ବୋହାଇଡ୍ରାଇଡ ମିଳିଥାଏ।କ୍ଷୀର ଏବଂ ମହୁ ପିଇବାଦ୍ୱାରା ଶକ୍ତି ମିଳିଥାଏ।

(୬) ହାଡ଼କୁ ମଜଭୂତ କରେ – କ୍ଷୀର ଏବଂ ମହୁକୁ ଏକା ସାଙ୍ଗରେ ନେବାଦ୍ୱାରା ଶରୀର ସୁସ୍ଥ ରହିବା ସହିତ ହାଡ ଜନିତ ସବୁ ରୋଗ ଏବଂ ବୟସ ଅନୁସାରେ ହେଉଥିବା ଆଣ୍ଠୁ ଗଣ୍ଠି ବିନ୍ଧା ରୁ ମୁକ୍ତି କରାଇଥାଏ। କାହିଁକି ନା କ୍ଷୀର ଏବଂ ମହୁ ୨ ଟି ରେ କ୍ୟାଲସିୟମ ପ୍ରଚୁର ମାତ୍ରା ରେ ରହିଥାଏ।

(୭)କୋଷ୍ଠ କାଠିନ୍ୟ ଦୂର କରିଥାଏ -ଆଜି କା ସମୟରେ ବାହାର ଖାଦ୍ୟ ଖାଇବା ଦ୍ୱାରା ଲୋକମାନଙ୍କ ମଧ୍ୟ ରେ କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଯାଇଥାଏ।ଏହି ସମୟରେ ଏକ ଚାମଚ ମହୁ ଏବଂ ଏକ ଗ୍ଲାସ ନଖ ଉଷୁମ କ୍ଷୀର କୁ ଏକା ସାଙ୍ଗରେ ନେବା ଦ୍ୱାରା ଦୂର କୋଷ୍ଠ କାଠିନ୍ୟ ହୋଇଯିବ।ଏହାକୁ ପ୍ରତିଦିନ ଖାଲି ପେଟ ରେ ଆପଣ ପିଇବେ ।

(୮) ବାଞ୍ଝ ପଣ ଦୂର କରିଥାଏ – ବାଞ୍ଝ ପଣ ଦୂର କରିବାକୁ ହେଲେ କ୍ଷୀର ଏବଂ ମହୁକୁ ପିଇବା ନିହାତି ଦରକାର।ଏହାକୁ ଯଦି ଆପଣ ପ୍ରତିଦିନ ପିଇବେ ତେବେ ଏହାର ଫାଇଦା ଆପଣ ନିଶ୍ଚିତ ରୂପ ରେ ପାଇବେ । ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ।

(୯) ଓଜନ କମ କରେଇବାରେ ସାହାଯ୍ୟ କରିଥାଏ – କ୍ଷୀର ଏବଂ ମହୁ କୁ ଏକା ସାଙ୍ଗରେ ନେବା ଦ୍ୱାରା ଏହା ଶରୀରରେ ଥିବା ଚର୍ବିକୁ କମ କରେଇଥାଏ ଏବଂ ଆପଣଙ୍କ ଶରୀରରେ ଓଜନ କମ କରେଇବାରେ ସାହାଯ୍ୟ କରିଥାଏ।

(୧୦) ଦୂର କରିଥାଏ ହୃଦୟର ଜଳିବା-କ୍ଷୀର ଏବଂ ମହୁକୁ ପିଇବା ଦ୍ୱାର ହୃଦୟର ଜଳିବା କମିଯାଇଥାଏ। କ୍ଷୀର ଥଣ୍ଡା ରହିବା ନିହାତି ଦରକାର ଅଟେ।

Leave a Reply

Your email address will not be published. Required fields are marked *