February 12, 2025

Odia Express

Here, There and Everywhere

ଆଜିର ସବୁଠାରୁ ମଜାଦାର ଜୋକ୍ସ: ପୁଅ ଭଲେଣ୍ଟାଇନ ଡେ ଦିନ ପୋଲିସ ଝିଅକୁ ପ୍ରପୋଜ କରିଲା, ପୋଲିସ – କେତେ ଆୟ କରୁଛ ..ଆଜ୍ଞା ୧୭ ହଜାର ଯାହାକି ଆପଣଙ୍କ…

1 min read

ମନୁଷ୍ୟ ସାରା ଦିନ ଅଫିସ କିମ୍ବା ଘରର କାମରେ ଲାଗିରହିଥାଏ। ସାରା ଦିନ ବ୍ୟସ୍ତ କାର୍ଯ୍ୟସୂଚୀ ପରେ ଯେବେ ଅଳ୍ପ ସମୟ ମିଳିଥାଏ ତ ସେ ନିଜର ପରିବାର ସହିତ ହସିଖେଳି ବିତାଇବାକୁ ଚାହେଁ । କିନ୍ତୁ ପରିବାର ସହିତ ସେ ଖୁସି ସେତେବେଳେ ରହିପାରିବ ଯେବେ ସେ ମନରୁ ଖୁସି ହେବ। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ହସକଥା ନେଇ ଆସିଛୁ ଯାହା ଆପଣଙ୍କ ସାରା ଦିନର କ୍ଳାନ୍ତି ଚୁଟୁକୀରେ ଦୂର କରିଦେବ। ଏହି ଜୋକ୍ସ ପଢିକି ଆପଣଙ୍କ ମନ ପ୍ରସନ୍ନତାରେ ପୂର୍ଣ୍ଣ ହୋଇଯିବ ଏବଂ ଆପଣ ନିଜର ପରିବାରକୁ ମଧ୍ୟ ଖୁସିରେ ରଖିପାରିବେ। ତେବେ ବିଳମ୍ବ କେଉଁ କଥା ପାଇଁ? ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ପ୍ରକ୍ରିୟା।

ଗୋଟିଏ ବସ ଖାଇରେ ଯାଇ ପଡିଲା । ଡ୍ରାଇଭରର ହାତ ବହୁତ କଟି ଯାଇଥିଲା । ସେ ଜୋର ଜୋରରେ ଚିଲ୍ଲାଉଥିଲା… । ଡ୍ରାଇଭର- ହାଏ ମୋ ହାତ, ହାଏ ମୋ ହାତ । ପପ୍ପୁ- ଆବେ ଚିଲ୍ଲାଉଛୁ କାହିଁକି । ସେହି ବ୍ୟକ୍ତିଙ୍କୁ ଦେଖ ବିଚରାର ବେକ କଟିଯାଇଛି ତଥାପି ଶାନ୍ତିରେ ପଡିଛି ।

ଜଣେ ମହା କଞ୍ଜୁସ ସ୍ଵାମୀ ନିଜର ପତ୍ନୀଙ୍କ ସହିତ କେଉଁ ସ୍ଥାନକୁ ଭ୍ରମଣରେ ଗଲା। ପତ୍ନୀ- ହେଇଟି ଶୁଣୁଛ, ମୋତେ ଶୋଷ ଲାଗୁଛି । ପାଣିର ଗୋଟିଏ ବୋତଲ ନେଇ ଆସ । ସ୍ଵାମୀ- ଦହି କଚୁଡି ଖାଇବୁ କି? ପତ୍ନୀ- ଏମିତି କୁହନି, ମୋ ମୁହଁରେ ପାଣି ଆସି ଯାଉଛି। ସ୍ଵାମୀ- ବାସ, ତ ସେହି ପାଣିକୁ ପିଇନେ। ବୋତଲରେ କଣ ବୁଡି ମରିବୁ?

ସାନ୍ତାର ଦୁର୍ଘଟଣା ହୋଇଗଲା । ମୃତ୍ୟୁ ଅବସ୍ଥାରେ ପଡିଥିଲା। ଲୋକମାନେ ପଚାରିଲେ- କୌଣସି ଶେଷ ଇଚ୍ଛା?? ସାନ୍ତା- ମୋର ମରିବା ପରେ ଆଗ ଘରର ପରିବାରକୁ ନିଶ୍ଚିତ ଡକେଇବ। ଲୋକମାନେ- କାହିଁକି? ସାନ୍ତା- କାରଣ ସେମାନଙ୍କ ଘରର ମହିଳା ମାନେ ଶବକୁ କୁଣ୍ଢେଇ କୁଣ୍ଢେଇ କାନ୍ଦନ୍ତି ।

କାହାକୁ ଜଣା, ଭୁଲ କୁ ଘୋଡାଉଥିବା ପରଦା କେଉଁଠାରେ ମିଳେ…? ଏବଂ କେତେ ମିଟର ନେବାକୁ ହେବ? ଜଷ୍ଟ ପଚାରିଙ୍ଗ ….

ପପ୍ପୁ ନିଜର ବାପାଙ୍କୁ ଚାପୁଡା ମାରିଦେଲା। ପଡୋଶୀ- ଆରେ ଆପଣଙ୍କ ପୁଅ ଆପଣଙ୍କ ଉପରକୁ ହାତ ଉଠୋଉଛି । ବାପା- କଣ କରିବି? ଏ ଶଳା ନିଜ ମାଆର ଗୁଣ ନେଇ ଆସିଛି । ପଡୋଶୀ ବେହୋଶ….

ବାପା- କଣ ହେଲା ପୁଅ, ତୁ ଏତେ ଉଦାସ କାହିଁକି? ପୁଅ- ଛାଡନ୍ତୁ ବାପା, ଆପଣ ବୁଝିପାରିବେ ନାହିଁ! ବାପା- ତୁ ମୋତେ ନିଜର ସାଙ୍ଗ ଭାବେ ପୁଅ, ଆଉ କହ…. । ପୁଅ- ଆବେ …. ଇସ… ଦିବାଲିରେ ତୋ ଭାଉଜ ଉପହାରରେ ଆଇଫୋନ ମାଗିଛି…. । ବାପା ଚପଲ ଫାଟିବା ପର୍ଯ୍ୟନ୍ତ ପିଟିଲା ରେ ବାବା.

ଗାର୍ଲଫ୍ରେଣ୍ଡ-ତୁମେ ମଦ ବହୁତ ପିଇବାରେ ଲାଗିଲଣି। ବୟଫ୍ରେଣ୍ଡ- ଆରେ ଏହି ଜିନିଷ ହିଁ ଏପରି ଅଟେ । ଗାର୍ଲଫ୍ରେଣ୍ଡ- ବୋତଲ ଉପରେ ତ ପରିଷ୍କାର ଭାବରେ ଲେଖା ଯାଇଛି, “ବିପଦ”, ତଥାପି କାହିଁକି ପିଉଚ? ବୟଫ୍ରେଣ୍ଡ- ଆରେ ପାଗଳୀ… ଆମେ ବିପଦର ଖେଳାଳି ପରା ।

ଗାର୍ଲଫ୍ରେଣ୍ଡ- ମୁଁ ନିଜର ପର୍ସ ଘରେ ଭୁଲି ଆସିଛି, ମୋର 1000ଟଙ୍କାର ଆବଶ୍ୟକତା ଅଛି… । ବୟଫ୍ରେଣ୍ଡ- କରିଦେଲା ନା ଛୋଟ କଥା… ପାଗଳୀ ଏ ନିଅ10ଟଙ୍କା ଏବେ ରିକ୍ସା କରି ଘରକୁ ଯାଅ ଏବଂ ପର୍ସ ନେଇ ଆସ… । ଗାର୍ଲଫ୍ରେଣ୍ଡ ବେହୋଶ…!!!

ପିଙ୍କି- ଡାକ୍ତର ସାହେବ ମୋତେ ଅଦ୍ଭୁତ ରୋଗ ହୋଇଛି । ଡାକ୍ତର- କେଉଁ ରୋଗ । ପିଙ୍କି- ଯେବେ ମୁଁ କାହା ସହିତ କଥା ହେଉଛି ତ ସେ ମୋତେ ଦେଖାଯାଉନାହାନ୍ତି । ଡାକ୍ତର- ଓଃ… ଏପରି କେବେ କେବେ ହେଉଛି? ପିଙ୍କି- ଯେବେ କାହା ସହିତ ଫୋନରେ କଥା ହେଉଛି ସେତେବେଳେ । ଡାକ୍ତର ଆଜି ପର୍ଯ୍ୟନ୍ତ ବେହୋଶ ଅଛନ୍ତି।

ସାନ୍ତା ଉଡାଜାହାଜରେ ଯାତ୍ରା କରୁଥିଲା। ଏୟାର ହୋଷ୍ଟେସ ହସିକି ତାହାର ଅଭିବାଦନ କଲା। ଅଭିବାଦନର ପ୍ରତ୍ୟୁତ୍ତର ଦେବାକୁ ଯାଇ ସାନ୍ତା କହିଲା- ଆପଣଙ୍କ ଚେହେରା ମୋର ପତ୍ନୀ ସହିତ ବହୁତ ମେଳ ଖାଉଛି। ଏକଥା ଉପରେ ଏୟାରହୋଷ୍ଟେସ ତାକୁ ଗୋଟେ ଚାପୁଡା ଲଗେଇଦେଲା। ଗାଲ ଆଉଁସି ସାନ୍ତା କହିଲା- ଚେହେରା ହିଁ ନୁହେଁ ଅଭ୍ୟାସ ମଧ୍ୟ ମେଳ ଖାଉଛି ।

ଝିଅ ନୂଆ ଜିନ୍ସ ପିନ୍ଧି ଆସିଲା । ଝିଅ- ଭାଇ ଗୋଟେ ପିଜ୍ଜା ଦେବ । ଦୋକାନୀ- ମାଡାମ ଖାଇବେ ନା ପ୍ୟାକ କରିଦେବି । ଝିଅ- ହଁ ଖାଇବି, ପ୍ୟାକ କରିଦିଅ । ଏ ଝିଅ ମାନଙ୍କୁ ନା…. କିଏ ବୁଝେଇବ ଏମାନଙ୍କୁ…

ପୁଅ ଭଲେଣ୍ଟାଇନ ଡେ ଦିନ ଫଉଜିର ଝିଅକୁ ପ୍ରୋପୋଜ କରିଦେଲା… । ଫଉଜି-କେତେ ଆୟ କରୁଛ? ପୁଅ- ଆଜ୍ଞା 17000ଟଙ୍କା ମାସକୁ । ଫଉଜି- ବାସ… ଆବେ 15000ଟଙ୍କା ମାସକୁ ନିଜ ଝିଅକୁ ମୁଁ ପକେଟମନି ଦେଇଦେଉଛି । ପୁଅ- ଅଙ୍କଲ, ସେଇତକ ଯୋଡିକି ମୁଁ କହୁଛି ।

ପତ୍ନୀ ଋଷିକି- ତୁମେ ମୋର ଟିକେ ମଧ୍ୟ ଧ୍ୟାନ ରଖୁନ । ସ୍ଵାମୀ- ଆରେ ଜଣେ ତ ତୁମେ ହିଁ ଅଛ ଯିଏ ମୋର ଏହି ଘରକୁ ସ୍ଵର୍ଗ ବନେଇ ପାରିବ । ପତ୍ନୀ- ସତରେ ଡାର୍ଲିଂ… କିପରି? ସ୍ଵାମୀ- ବାପଘରକୁ ଯାଇକି ।

Leave a Reply

Your email address will not be published. Required fields are marked *