ଏହା ଅଟେ ଦେଶର ସବୁଠାରୁ ଭିର୍ନ ଗ୍ରାମ, ଯେଉଁଠାରେ ପ୍ରତି ଘରର ଛାତରେ ‘ଉଡାଜାହାଜ’ ଠିଆ ହୋଇଥିବାର ମିଳିବ- ଜାଣିରଖନ୍ତୁ କଣ ଏହାର କାରଣ…
ଜଲନ୍ଧର: ପାଣିକୁ ଷ୍ଟୋର କରିବା ନିମନ୍ତେ ତିଆରି କରାଯାଉଥିବା ଟାଙ୍କି କଣ କାହାପାଇଁ ଷ୍ଟାଟସ ସିମ୍ବଲ ହୋଇପାରେ କି? ହଁ ଆଜ୍ଞା। ହୋଇପାରେ ମଧ୍ୟ। ଆଜି ଆମେ ଆପଣାକୁ ଦେଶର ଏକ ଏପରି ଗ୍ରାମ ସହିତ ପରିଚିତ କରିବାକୁ ଯାଉଛୁ ଯେଉଁଠାରେ ଛାତ ଉପରେ ନିର୍ମିତ ହେଉଥିବା ପାଣି ଟାଙ୍କି ଷ୍ଟାଟସ ସିମ୍ବଲ ହୋଇସାରିଛି । ଏହି ଗ୍ରାମର ପ୍ରାୟତଃ ସମସ୍ତ ଘର ଏବଂ ସେଥିରେ ରହୁଥିବା ଲୋକଙ୍କର ସ୍ଥିତିର ଅନୁମାନ ପାଣିର ଟାଙ୍କିକୁ ଦେଖି ଲଗାଯାଇଥାଏ । ଯଦି କେହି ବହୁତ ମଜବୁତ ଏବଂ ବଡ ଟାଙ୍କି ବନେଇଛନ୍ତି ତ ତାଙ୍କର ପ୍ରଭାବ ଅନ୍ୟ ଗ୍ରାମବାସୀଙ୍କ ଉପରେ ମଧ୍ୟ ପଡିଥାଏ ଏବଂ ସେମାନେ ତାଙ୍କ ଦ୍ଵାରା ପ୍ରଭାବିତ ହୁଅନ୍ତି । ପ୍ରକୃତରେ, ଆମେ କହୁଛୁ ପଞ୍ଜାବ ରାଜ୍ୟର ଜଲନ୍ଧରରେ ଏକ ଗ୍ରାମର, ଯେଉଁଠାରେ ପ୍ରତି ଘରର ଛାତ ଉପରେ ଉଡାଜାହାଜ ଠିଆ ହୋଇଥିବାର ଦେଖିବାକୁ ମିଳିବ ।
ପ୍ରତି ଘରର ଛାତ ଉପରେ ଉଡାଜାହାଜ ଠିଆ ହୋଇଥିବାର ମିଳିବ
ପଞ୍ଜାବର ଜଲନ୍ଧର ରେ ଏକ ଗ୍ରାମ ଅଛି ଯାହାର ନାମ ଲାମ୍ବଡା ଅଟେ। ଏହି ଗ୍ରାମ ବହୁତ ଦିନ ହେବ ଶିରୋନାମାରେ ରହିଛି। ଏହାର କାରଣ ତେ ଯେ ଗ୍ରାମର ପ୍ରତି ଘରର ଛାତ ଉପରେ ଉଡାଜାହାଜ ରହିଛି। ଏହି ଗ୍ରାମର ସବୁଠାରୁ ପ୍ରଥମ ଘର ଏକ ଏନଆରଆଇ ଙ୍କର ଅଟେ , ଯାହାଙ୍କର ଘର ଉପରେ ମଧ୍ୟ ଏପରି ଜାହାଜ ଠିଆ ହୋଇଛି। ନା କେବଳ ଜଲନ୍ଧର ଜିଲ୍ଲାରେ, ପରନ୍ତୁ ନୁରମହଲ ତହସିଲର ଉପ୍ପଲା ଗ୍ରାମରେ, କପୁରଥଲା, ହୋଶିୟାରପୁର ଏବଂ ଦୋଆବା ର ଅନେକ ଗ୍ରାମରେ ଏଭଳି ଅନେକ ଉଡାଜାହାଜ , ଜଳ ଜାହାଜ, କଙ୍ଗାରୁ, ପ୍ରେସର କୁକର ଆଦି ତିଆରି ହୋଇଛି ।
କାହିଁକି ଅଛି ପ୍ରତି ଘରର ଛାତ ଉପରେ ଉଡାଜାହାଜ – ପ୍ରକୃତରେ , ଏହି ଜାହାଜ ପାଣି ଟାଙ୍କିର ଡିଜାଇନ ଅଟେ, ଯାହାକୁ କିଛି ଲୋକମାନେ ସଉକ ତ କିଛି ଲୋକମାନେ ନିଜର ଷ୍ଟାଟସ ଦେଖେଇବା ପାଇଁ ତିଆରି କରିଛନ୍ତି। ଏହା ବ୍ୟତିତ, ଯଦି କୌଣସି ଘରର ଛାତ ଉପରେ ଆର୍ମୀର ଟ୍ୟାଙ୍କ ଅଛି ତ ତାଙ୍କର ଘରର କେହି ନା କେହି ଆର୍ମୀରେ ଅଛି । ଛାତ ଉପରେ ପ୍ଳେନ ଅଛି ତ ସେହି ଘରେ କୌଣସି ଏନଆରଆଇ ରହନ୍ତି ।
ଏଠାକାର ନିବାସୀ ତାରସେମ ସିଂହ 70ବର୍ଷ ପୂର୍ବେ ପ୍ରଥମେ ହଂକଙ୍ଗ ଯାଇଥିଲେ। ସେ ଜାହାଜରେ ଯାତ୍ରା କରିଥିଲେ ଏବଂ ନିଜର ପୁଅଙ୍କ ସହିତ ନିଜର ଅନୁଭବ ଜଣେଇ, ସେ ଛାତ ଉପରେ ଏକ ଜାହାଜ ନିର୍ମାଣ କରିବାର ନିଷ୍ପତ୍ତି ନେଲେ। 1995 ପରେ ଏହି ଜାହାଜ ତାଙ୍କର ପାରିବାରିକ ଇତିହାସର ଅଂଶ ହୋଇଗଲା ବେମ ଲୋକମାନେ ଏହି ସିପ ଦ୍ଵାରା ତାଙ୍କ ଘରକୁ ଚିହ୍ନେଇ ଥାଆନ୍ତି ।
ପାରିବାରିକ ଇତିହାସ ହୋଇସାରିଛି ଏଇ ଉଡାଜାହାଜ – ଏଠାରେ ପ୍ରତି ଘରର ଛାତ ଉପରେ ଉଡାଜାହାଜ ଦେଖିବାକୁ ମିଳିବ। ପାଣି ଟାଙ୍କିର ଟଙ୍କିରେ ମାଈ ଭଗୋଙ୍କର ପ୍ରତିମା ଏଠାରେ ମହିଳା ସଶକ୍ତିକରଣକୁ ଦର୍ଶାଇ ଯାଇଛି। ମାଈ ଭାଗୋ(ଯାହାକୁ ମାତା ଭାଗ କଉର ମଧ୍ୟ କୁହାଯାଏ) ଏକ ଶିଖ ମହିଳା ଥିଲେ ଯେ 1705ରେ ମୋଗଲ ବିପକ୍ଷରେ ଶିଖ ସୈନିକଙ୍କର ନେତୃତ୍ଵ କରିଥିଲେ । ସେ ଯୁଦ୍ଧର ମଇଦାନରେ ଅନେକ ଶତ୍ରୁଙ୍କର ସଂହାର କରିଥିଲେ ଏବଂ ଏଥିପାଇଁ ତାଙ୍କୁ ଶିଖଙ୍କର ସନ୍ଥ କୁହାଯାଏ ।
ଯେବେ ଏହି ସିଂହର ପ୍ରତିମାକୁ ପାଣି ଟାଙ୍କି ଉପରେ ତିଆରି କରାଗଲା, ତ ଗ୍ରାମବାସୀ ଏହାର ବହୁତ ଆଲୋଚନା କରିଥିଲେ। ପ୍ରକୃତରେ 82ବର୍ଷୀୟ ଗୁରୁଦେବ ସିଂହ ନିଜର ପ୍ରତିମା ସିଂହ ଉପରେ ବସି ବନେଇଥିଲେ । ଏହା ଉପରେ ଗ୍ରାମବାସୀ ତର୍କ କରିଥିଲେ ଯେ କେବଳ ଦେବୀ ମାତା ସିଂହ ଉପରେ ବସିପରିବେ। ଶୀଘ୍ରତା କାରଣରୁ ଗୁରୁଦେବଙ୍କର ପ୍ରତିମା ହଟେଇ ଦିଆଯାଇଥିଲା କିନ୍ତୁ ସିଂହ ପାଣିର ଟାଙ୍କି ଉପରେ ଏବେ ମଧ୍ୟ ଅଛି । ଏହି ଗ୍ରାମ ପ୍ରକୃତରେ ଦେଶର ସବୁଠାରୁ ଅଦ୍ଵିତୀୟ ଗ୍ରାମ ଅଟେ ।