October 28, 2024

Odia Express

Here, There and Everywhere

ଏହି ମହିଳା ନିଜକୁ ଲଙ୍କାପତି ରାବଣର ଭଉଣୀ ସୁପର୍ଣ୍ଣଖା ହେବାର ଦାବି କରୁଛନ୍ତି , ଏହାଙ୍କ ପାଖରେ ଅଛି ପ୍ରାଚୀନ ଦିବ୍ୟ ଶକ୍ତି ସମୂହ..

ଆମେ ସମସ୍ତେ ରାମାୟଣ ଦେଖିଛେ ଏବଂ ଏହା ବିଷୟରେ ବହୁତ କଥା ଶୁଣିଛେ ମଧ୍ୟ । ଭାରତୀୟ ଇତିହାସର ସବୁଠାରୁ ମହତ୍ଵପୂର୍ଣ୍ଣ ଘଟଣା ରାମ ଏବଂ ରାବଣଙ୍କ ସହ ଜଡିତ ଅଟେ, ଏହା ବିଷୟରେ ତ ସମସ୍ତଙ୍କୁ ଜଣା ଅଛି। ରାମାୟଣ ରାମ ଏବଂ ରାବଣଙ୍କୁ ମିଶାଇ ନିର୍ମିତ ହୋଇଛି । ରାମାଯାରେ ଶ୍ରୀରାମଙ୍କର ଜନ୍ମ ଠାରୁ ନେଇ ତାଙ୍କର ଜୀବନର ସମସ୍ତ କ୍ଷଣ ବିଷୟରେ କୁହାଯାଇଛି । ଯେଉଁଥିରେ ରାମ ବନବାସ ଠାରୁ ଆରମ୍ଭ ହୋଇ ରାବଣର ଅନ୍ତକୁ ବିଶେଷ ମହତ୍ଵ ଦିଆଯାଇଛି। ସେଠାରେ ଆପଣମାନେ ଏହା ମଧ୍ୟ ଜାଣିଥିବେ ଯେ ଏହାପରେ ଦୁନିଆରେ ରାବଣ ନାମକ ଅନ୍ୟ କୌଣସି ବ୍ୟକ୍ତି ନାହାନ୍ତି। ରାମ ତ ବହୁତ ମିଳିଯିବେ, କିନ୍ତୁ ରାବଣ ନୁହେଁ । ରାଜାଧିରାଜ ଲଙ୍କାଧିପତି ମହାରାଜ ରାବଣଙ୍କୁ ଦଶାନନ ମଧ୍ୟ କୁହନ୍ତି।

କୁହନ୍ତି ଯେ ରାବଣ ଲଙ୍କାର ତାମିଲ ରାଜା ଥିଲେ। ସମସ୍ତ ଗ୍ରନ୍ଥ ମାନଙ୍କୁ ଛାଡି ବାଲ୍ମୀକିଙ୍କ ଦ୍ଵାରା ଲିଖିତ ରାମାୟଣ ମହାକାବ୍ୟରେ ରାବଣଙ୍କର ସବୁଠାରୁ ‘ପ୍ରାମାଣିକ’ ଇତିହାସ ମିଳିଥାଏ। କୁହାଯାଏ ଯେ ରାବଣ ବ୍ରାହ୍ମଣ ପିତା ଏବଂ ରାକ୍ଷସୀ ମାତାଙ୍କର ପୁତ୍ର ଥିଲେ । କିନ୍ତୁ ଆପଣଙ୍କୁ ଏହା ମଧ୍ୟ ଜଣେଇଦେବୁ ଯେ ରାମାୟଣରେ ରାମ ଏବଂ ରାବଣଙ୍କ ବ୍ୟତିତ ଅନ୍ୟ ଏକ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମହିଳା ଥିଲେ ଯାହାଙ୍କର ନାମ ସୁପର୍ଣ୍ଣଖା ଥିଲା । ହଁ ଆଜ୍ଞା ଆମେ ସେହି ସୁପର୍ଣ୍ଣଖାଙ୍କର କଥା କହୁଛୁ ଯାହାଙ୍କର ନାକ ରାମ ଏବଂ ଲକ୍ଷ୍ମଣ ମିଶି କାଟିଥିଲେ । ଆଜି କୋଟି ବର୍ଷ ପରେ ଶ୍ରୀଲଙ୍କାରେ ଜଣେ ସ୍ତ୍ରୀଲୋକ ଦାବି କରୁଛନ୍ତି ଯେ ସେ ଲଙ୍କାପତି ରାବଣଙ୍କର ଭଉଣୀ ସୁପର୍ଣ୍ଣଖା ଅଟନ୍ତି। ଏହି କଥାକୁ ମାନିବା ତ ବହୁତ ମୁସ୍କିଲ ଅଟେ କିନ୍ତୁ ଯେଉଁ ପ୍ରକାର ସେଠାକାର ଲୋକମାନେ ଏହି ସ୍ତ୍ରୀଲୋକଙ୍କ ବିଷୟରେ କହୁଛନ୍ତି ତାଙ୍କ କଥା ଶୁଣି ଏକଥା ଉପରେ ବିଶ୍ଵାସ ହେବାରେ ଲାଗୁଛି ଯେ ବୋଧହୁଏ ସତରେ ରାବଣଙ୍କ ଭଉଣୀ ସୁପର୍ଣ୍ଣଖା ଅଟେ। ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ଏହି ମହିଳାଙ୍କ ନାମ ଗଙ୍ଗା ସୁଦର୍ଶନୀ ଅଟେ ଏବଂ ସେ ଶ୍ରୀଲଙ୍କାର ନିବାସୀ ଅଟନ୍ତି ।

ସର୍ବପ୍ରଥମେ ତ ଆପଣଙ୍କୁ ଜଣେଇ ଦେବୁ ଯେ ରାମ ଏବଂ ରାବଣଙ୍କ ମଧ୍ୟରେ ଯୁଦ୍ଧ ପଛରେ ଏହାଙ୍କର ହାତ ଥିଲା। ସୁପର୍ଣ୍ଣଖାଙ୍କର ପ୍ରତିଶୋଧ ନେବା ନିମନ୍ତେ ରାବଣ ରାମଙ୍କ ସହିତ ଯୁଦ୍ଧ କରିଥିଲା ଯେଉଁ କାରଣରୁ ତାହାର ମୃତ୍ୟୁ ହୋଇଥିଲା। ଏକଥା ବହୁତ କମ ଲୋକ ଜାଣନ୍ତି ଯେ ରାବଣଙ୍କର ମୃତ୍ୟୁ ପରେ ସୁପର୍ଣ୍ଣଖା ବନବାସ ଚାଲିଗଲେ ଏବଂ କଠିନ ତପସ୍ୟା କରି ମୁକ୍ତି ପ୍ରାପ୍ତ କରିଥିଲେ। ଏହାପରେ ସୁପର୍ଣ୍ଣଖାଙ୍କର କେଉଁଠାରେ କିଛି ତଥ୍ୟ ମିଳୁନାହିଁ ।

କିନ୍ତୁ ଆଜି ଆଉ ଥରେ ପୁଣି ସୁପର୍ଣ୍ଣଖା ଚର୍ଚ୍ଚାରେ ଆସିଯାଇଛନ୍ତି । ହଁ ଆଜ୍ଞା ପ୍ରକୃତରେ ଆପଣଙ୍କୁ ଜଣେଇଦେବୁ ଯେ ନିକଟରେ ହିଁ ଏହି ମହିଳା ଦାବି କରିଛନ୍ତି ଯେ ତାଙ୍କ ପାଖରେ ଦିବ୍ୟ ଶକ୍ତି ଅଛି, ଯାହାଦ୍ୱାରା ତାଙ୍କୁ ଭବିଷ୍ୟରେ ହେବାକୁ ଥିବା ଘଟଣାର ପୂର୍ଣ୍ଣ ଆଭାସ ହୋଇଯାଉଛି । ଗଙ୍ଗା ସୁଦର୍ଶନୀ ଙ୍କର ଜନ୍ମ କୋଲୋମ୍ବୋଠାରୁ 200 କିଲୋମିଟର ଦୂରରେ ସ୍ଥିତ କୌଣସି ଗ୍ରାମରେ ହୋଇଥିଲା ।

କୁହାଯାଉଛି ଯେ ଗଙ୍ଗା ସୁଦର୍ଶନୀଙ୍କ ନାକରେ ଏବେ ମଧ୍ୟ ଆଘାତର ଚିହ୍ନ ରହିଛି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଯେଉଁ ଗ୍ରାମରେ ଗଙ୍ଗା ସୁଦର୍ଶନୀ ରହୁଛନ୍ତି ସେଠାରେ ପ୍ରତିଦିନ ଦରବାର ଲାଗୁଛି ଏବଂ ବହୁତ ଲୋକ ସେଠାରେ ଚିକିତ୍ସା କରିବାକୁ ଆସୁଛନ୍ତି। ଲୋକଙ୍କର କହିବା ଅଟେ ଯେ ଗଙ୍ଗା ସୁଦର୍ଶନୀଙ୍କ ପାଖରେ ଦିବ୍ୟଶକ୍ତି ଅଛି, ସେ ହାତ ଲଗାଉଛନ୍ତି ତ ଲୋକଙ୍କର ଚିକିତ୍ସା ମଧ୍ୟ କରିଦେଉଛନ୍ତି। ଏହାପରେ ସେ ଲୋକଙ୍କ ସମ୍ମୁଖରେ ବର୍ଷା ମଧ୍ୟ କରେଇଛନ୍ତି ଏବଂ ବର୍ଷା ବନ୍ଦ କରିବାର ଶକ୍ତି ମଧ୍ୟ ଅଛି ।

ଆପଣଙ୍କୁ ଜଣେଇଦେବୁ ଯେ ତାଙ୍କ ପାଖକୁ ଏକ ରୁ ଆରେକ ବଡ ପ୍ରଥିତଜଶା ବ୍ୟକ୍ତି ଆଶୀର୍ବାଦ ନେବା ନିମନ୍ତେ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *