September 10, 2024

Odia Express

Here, There and Everywhere

ଲିପଷ୍ଟିକ ଭିତରେ ଥିଲା ଏପରି ଜିନିଷ, ଜାଣିଲେ ଆପଣଙ୍କୁ ଘୃଣା ଆସିଯିବ…

1 min read

ଲିପଷ୍ଟିକ ଲଗେଇବା ପ୍ରତ୍ୟେକ ମହିଳାଙ୍କର ପସନ୍ଦ ହୋଇଥାଏ । ହୁଏତ ଚେହେରା ଉପରେ କୌଣସି ମେକଅପ ଥାଉ କି ନଥାଉ କିନ୍ତୁ ଲିପଷ୍ଟିକ ଲଗେଇବା ମାତ୍ରେ ହିଁ ଚେହେରାରେ ଅଲଗା ଉଜ୍ଜ୍ଵଳତା ଆସିଯାଏ। ବିବାହ ହେଉ କିମ୍ବା ଅଫିସ, କଲେଜ ହେଉ କିମ୍ବା ପାର୍ଟି ଲିପଷ୍ଟିକ ବିନା ମହିଳାଙ୍କର ସଜେଇ ହେବା ଏବଂ ଶୃଙ୍ଗାର ଅପୂର୍ଣ୍ଣ ରାହିଜାଏ। ପ୍ରତି ଅକେଜନ ନିମନ୍ତେ ଭିନ୍ନ ଭିନ୍ନ ରଙ୍ଗର ଲିପଷ୍ଟିକ, ଯାହାକୁ ମହିଳାମାନେ ସ୍ଥାନ ଏବଂ ଅକେଜନର ହିସାବରେ ଲଗେଇଥାନ୍ତି । କିନ୍ତୁ ଲିପଷ୍ଟିକକୁ ନେଇ ନିକଟରେ ଏକ ଏପରି କଥା ଆସିଛି ଯାହାକୁ ଶୁଣିଲେ ବୋଧହୁଏ ଆପଣ ଲିପଷ୍ଟିକ ଲଗେଇବା ବନ୍ଦ କରିଦେବେ। ଆମେ ଆପଣଙ୍କୁ ଭୟଭୀତ କରାଉ ନାହୁଁ କିନ୍ତୁ ମେକଅପ ଉତ୍ପାଦ ମାନଙ୍କୁ ନେଇ ସାମ୍ନାକୁ ଆସିଥିବା ରିପୋର୍ଟ ବିଷୟରେ ଜଣେଇ ଦେଉଛୁ ।

କସମେଟିକ(ପ୍ରସାଧନ ସାମଗ୍ରୀ)ରେ ମିଳିଲା ମଳ: ଯେଉଁ କସମେଟିକସ, ଲିପଷ୍ଟିକର ବ୍ୟବହାର ଆପଣ ନିଜର ସୌନ୍ଦର୍ଜ୍ୟ ବୃଦ୍ଧି କରିବା ନିମନ୍ତେ କରୁଛନ୍ତି, କଣ ହେବ ଯେବେ ଜଣା ପଡିବ ଯେ ଏହି ଉତ୍ପାଦରେ ମଳ ମିଶ୍ରିତ ହୋଇଛି। ହଁ ଆଜ୍ଞା, ନିକଟରେ ଆମେରିକା ପୋଲିସକୁ ଅପମିଶ୍ରଣ ମେକଅପ ଉତ୍ପାଦରେ ପଶୁ ମାନଙ୍କର ମଳ ଥିବାର ଖବରର ସୂଚନା ମିଳିଛି। ଯଦି ଭାରତର କଥା କୁହାଯାଏ ତ ଯେଉଁ କମ୍ପାନୀ ମାନଙ୍କରେ ପଶୁଙ୍କର ଅବଶେଷ ମିଳିଛି ତାଙ୍କର ଭାରତରେ ବଜାର 40000କୋଟି ଟଙ୍କାରୁ ଅଧିକ ଅଟେ । ଏଥିରେ ଅନେକ ନାମୀ କମ୍ପାନୀଙ୍କର ଉତ୍ପାଦ ମଧ୍ୟ ସାମିଲ ଅଟେ। ମିଡିଆର ରିପୋର୍ଟ ଅନୁଯାୟୀ ବହୁତ ଗୁଡିଏ ପ୍ରସିଦ୍ଧ ବ୍ରାଣ୍ଡସର ରହସ୍ୟ ଉଦଘାଟିତ ହୋଇଛି ଯେଉଁଥିରେ ପଶୁଙ୍କର ମଳ ଥିବାର ସ୍ପଷ୍ଟ କରାଯାଇଛି ।

କାଇଲି ବ୍ରାଣ୍ଡରେ ମିଳିଲା ମଳ: ଯେଉଁ ବ୍ରାଣ୍ଡସ ରେ ପଶୁ ମଳର ଅଂଶ ମିଳିଛି, ଅଧିକତର ତାହା ଆମେରିକାନ କମ୍ପାନୀଙ୍କର ଅଟେ ଏବଂ ସେଥିରେ ପ୍ରସିଦ୍ଧ ମଡେଲ କାଇଲି ଜେନରଙ୍କର ବ୍ରାଣ୍ଡ କାଇଲି କସମେଟିକସ ମଧ୍ୟ ସାମିଲ ଅଟେ। ମହିଳାଙ୍କର ମଧ୍ୟରେ କାଇଲି ବ୍ରାଣ୍ଡର ବହୁତ କ୍ରେଜ ଦେଖିବାକୁ ମିଳିଥାଏ । ଲସଆଞ୍ଜେଲ୍ସ ପୋଲିସ ବିଭାଗ ଜଣେଇଛି ଯେ ସେମାନେ ଏପରି ସୌନ୍ଦର୍ଜ୍ୟ ଉତ୍ପାଦ ମାନଙ୍କୁ ଜବତ କରିଛନ୍ତି, ପରୀକ୍ଷଣରେ ଯେଉଁଥିରେ ବହୁତ ମାତ୍ରାରେ ଜୀବାଣୁ ଏବଂ ପଶୁ ମଳ ଥିବାର ସ୍ପଷ୍ଟ କରାଯାଇଛି । ଏମାନଙ୍କର ବ୍ୟବହାର ଯେକୌଣସି ସ୍ଵସ୍ଥ ମହିଳାଙ୍କୁ ରୋଗୀ କରିଦେବ ।

700000 ଡଲାରର କସେମଟିକସ ଜବତ: ଲସଆଞ୍ଜେଲ୍ସ ପୋଲିସ ବିଭାଗର କ୍ୟାପଟେନ ମାର୍କରିନା କହିଛନ୍ତି ଯେ ସେଣ୍ଟି ଏଲି ଥରେ 21 ଏପରି ସ୍ଥାନମାନଙ୍କରେ ଛାପା ମରାଯାଇ ସାରିଛି ଏବଂ ଏହି ଛାପାମାରି ଦ୍ଵାରା ଏପର୍ଯ୍ୟନ୍ତ ପ୍ରାୟ 700,000ଡଲାର ଅପମିଶ୍ରିତ ପ୍ରସାଧନ ସାମଗ୍ରୀ ଜବତ କରାଯାଇ ସାରିଛି। ଡିଟେକ୍ଟିଭ ରିକ ଈଶିତାନି ସିଏନଏନ ସହିତ ସମ୍ବନ୍ଧିତ କେଏବିସି କୁ ଜଣେଇଛନ୍ତି ଯେ ଗ୍ୟାରେଜ କିମ୍ବା ବାଥରୁମରେ ପ୍ରସ୍ତୁତ କରାଯାଉଥିବା ଉତ୍ପାଦ ମାନଙ୍କରେ କୌଣସି ପ୍ରକାରେ ମଳ ମିଶିଯାଇଥାଏ ।

ଜଣେଇଦେବୁ ଯେ କାଇଲି ଜେନର ପ୍ରଥମେ ତ ନିଜର ଭଉଣୀଙ୍କ ସହିତ ମିଶି kendall&Kylie ନାମରେ କସମେଟିକସ ବ୍ରାଣ୍ଡ ଖୋଲିଲେ ଏବଂ ଏହାପରେ 2015ରେ ନିଜର କାଇଲି ନାମରେ ବ୍ରାଣ୍ଡ ଚଲେଇଲେ। କାଇଲି ଜେନର ସାରା ଦୁନିଆରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ଟପ 10 ଇନଷ୍ଟା ପର୍ଶନାଲିଟି ମଧ୍ୟରେ ସାମିଲ ଅଟେ ।

Leave a Reply

Your email address will not be published. Required fields are marked *