February 12, 2025

Odia Express

Here, There and Everywhere

ମଜାଦାର ଜୋକ୍ସ: ଶିକ୍ଷକ- ଯଦି ତୁମର ବେଷ୍ଟ ଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ଦୁହେଁ ବୁଡିଯାଉଥିବେ ତ ତୁମେ କାହାକୁ ବଞ୍ଚେଇବ? ପିଲାଟି ଦେଲା ଏପରି ଜବାବ ଯେ ଆପଣ ମୁଣ୍ଡରେ ହାତ ଦେବେ…

1 min read

ଜୋକ୍ସର ଆନନ୍ଦ ନେବା ପାଇଁ ଆଉ ଥରେ ପୁଣି ରେଡି ହେଇଯାନ୍ତୁ । ପ୍ରତିଥର ଭଳି ଏଇଥର ମଧ୍ୟ ଆମେ ଆପଣ ସମସ୍ତଙ୍କ ନିମନ୍ତେ କିଛି ଖାସ ଓ ମଜାଦାର ଜୋକ୍ସର କଲେକ୍ସନ ନେଇ ଆସିଛୁ। ଏହି ହସକଥା ସବୁ ପଢିବା ପରେ ଆପଣଙ୍କ ହସ ବନ୍ଦ ହେବ ନାହିଁ। ଯାହାକି ଆପଣ ସମସ୍ତେ ଜାଣନ୍ତି ଯେ ଇଣ୍ଟରନେଟରେ ଏମିତିରେ ତ ଅନେକ ଜୋକ୍ସ ପ୍ରଥମରୁ ମହଜୁଦ ଅଛି। ପରନ୍ତୁ ଏହାକୁ ସର୍ଚ୍ଚ କରିବାରେ ବହୁତ ସମୟ ନଷ୍ଟ ହୋଇଥାଏ। ଏମିତିରେ ଆମେ ଏହି ଶତାଧିକ ହାସକଥା ମଧ୍ୟରୁ ହାତ ଗଣତି ଆପଣଙ୍କ ସମ୍ମୁଖକୁ ନେଇଆସିଛୁ। ଏହିଭଳି ଆପଣଙ୍କ ସମୟ ମଧ୍ୟ ବଞ୍ଚିବ ଓ ମନୋରଞ୍ଜନ ମଧ୍ୟ ଫଟାଫଟ ହୋଇଯିବ। ଜୋକ୍ସ ଏକ ପ୍ରକାରରେ କମ ସମୟରେ ଅଧିକ ମନୋରଞ୍ଜ କରିଥାଏ।  ଏହି ମନୋରଞ୍ଜନର ବାକି ସାଧନ ତୁଳନାରେ ଶସ୍ତା ଓ ସହଜରେ ଉପଲବ୍ଧ ହୋଇଥାଏ। ଏହାକୁ ପଢିବା ପରେ ମନ ହାଲୁକା ହୋଇଯାଏ ଏବଂ ମନ ସତେଜ ଅନୁଭବ କରେ। ତେବେ ଆସନ୍ତୁ ବିନା ବିଳମ୍ବରେ ଏହି ଜୋକ୍ସ ସବୁକୁ ପଢିବା ଏବଂ ଆନନ୍ଦ ଉପଭୋଗ କରିବା।

ବିବାହ ସମୟରେ କ୍ରନ୍ଦନରତ କନ୍ୟାକୁ ମାଆ ବୁଝେଇବାକୁ ଯାଇ କହିଲେ: ଝିଅ ତୁ କାହିଁକି କାନ୍ଦୁଛୁ । ଭଗବାନ ଚାହିଁଲେ ତୋତେ ନେଉଥିବା ଲୋକ ନିଜେ କାନ୍ଦିବ ।

ଶିକ୍ଷକ ଗଧ ଆଗରେ ଏକ ବୋତଲ ମଦ ରଖିଲେ । ଏବଂ ଏକ ବାଲଟି ପାଣି ରଖିଲେ । ଗଧ ସବୁ ପାଣି ପିଇଗଲା … । ଶିକ୍ଷକ ପିଲାମାନଙ୍କୁ ପଚାରିଲେ- “ ତୁମେମାନେ ତାହେଲେ କଣ ଶିଖିଲ?”। ପିଲାମାନେ – ଯିଏ ମଦ ପିଏ ନାହିଁ ସେ ଗଧ ଅଟେ ।

ପତ୍ନୀ କ୍ରୋଧରେ ସ୍ଵାମୀଙ୍କୁ କହିଲେ- ମୁଁ ବିରକ୍ତ ହୋଇଗଲିଣି ପ୍ରତିଦିନର କିଚ କିଚ ରେ… ମୋର ଛାଡପତ୍ର ଦରକାର । ସ୍ଵାମୀ- ଏଇଟା ନିଅ ଚୋକୋଲେଟ ଖାଇଦିଅ । ପତ୍ନୀ (ରୋମାଣ୍ଟିକ ହୋଇ)- ମନୋଉଛ ମୋତେ… । ସ୍ଵାମୀ- ନା ରେ ପାଗଳୀ, ମାଆ କୁହେ ଭଲ କାମ କରିବା ଆଗରୁ ମିଠା ଖାଇବା ଉଚିତ … ।

ଜଣେ ମଦୁଆକୁ ତାହାର ସାଙ୍ଗ ପଚାରିଲା- କଣ ତୁମକୁ ରାତିରେ ମଶା ହଇରାଣ କରୁନାହାନ୍ତି ? ମଦୁଆ କହିଲା- ନା ଭାଇ । ସାଙ୍ଗ ପଚାରିଲା- ତାହା କିପରି? ମଦୁଆ କହିଲା- ମୁଁ ଯେବେ ରାତିରେ ପିଇକି ଯାଏ, ତ ମଶା ମୋର ଶରୀର ଉପରେ ବସି ମଦ ପିଇବାରେ ଲାଗନ୍ତି । ଯେତେବେଳେ ମୁଁ ହୋଶରେ ଆସେ ସେତେବେଳକୁ ମଶା ବେହୋଶ ହୋଇଯାନ୍ତି ।

ବିବାହରେ ଡ଼ିଜେ ବାଲା ଅଚାନକ ବେହୋଶ ହେଉ ହେଉ ରହିଗଲା, କାରଣ ଗୋଟିଏ ଝିଅ ଫରମାଇଶ କଲା…. “ ଭାଇ ଯଦି ପତଞ୍ଜଳିର କୌଣସି ରିମିକ୍ସ ଅଛି ତେବେ ବଜାନ୍ତୁ” ଯାହା କାନ ପାଇଁ ସ୍ଵାସ୍ଥ୍ୟକର ହୋଇଥିବ …

ପପ୍ପୁ ରାତିରେ ଶୋଇବା ସମୟରେ ଗୋଟିଏ ମଶା କାମୁଡି ଦେଲା, । ପପ୍ପୁ ରାଗରେ ସାରା ରାତି ମଶା ପଛରେ ଚପଲ ନେଇ ଦୌଡିଲା କିନ୍ତୁ ମାରିପାରିଲା ନାହିଁ… । ଏଭଳି କରି କରି ସକାଳ ହେଇଗଲା। ପପ୍ପୁ- ଛାଡ ଏହାକୁ ମାରି ତ ପାରିଲି ନାହିଁ, କିନ୍ତୁ ଏକଥାର ଖୁସି ଅଟେ ଯେ ରାତି ସାରା ମୁଁ ବି ତାକୁ ଶୋଇବାକୁ ଦେଇନି ।

ଶାଶୁ (ବରକୁ)- “ ବରଯାତ୍ରୀ ଏତେ ଖୁସିରେ ପାଗଳ ଭଳି କାହିଁକି ନାଚୁଛନ୍ତି?” ବର- କାରଣ ମୁଁ ସେମାନଙ୍କୁ କହିଛି ଯେ ଯୌତୁକ ପଇସାରେ ସମସ୍ତଙ୍କ ପୁରୁଣା ଉଧାର ସୁଝି ଦେବି ।

ତରବାରୀ ଚାଳନା ପ୍ରତିଯୋଗୀତାରେ ଜଣେ ଚାଇନୀଜ କେଶକୁ ଦୁଇ ଖଣ୍ଡ କରିଦେଲା । ଜଣେ ଜାପାନୀ ଉଡୁଥିବା ମାଛିର ବେକ କଟିଦେଲା । ରଜନୀକାନ୍ତ ମଶା ଉଡେଇଲେ… ତରବାରୀ ବୁଲେଇଲେ… କିନ୍ତୁ ମଶା ଉଡୁଥିଲା… ଜାପାନୀ- ମଶା ତ ଉଡୁଛି । ରଜନୀକାନ୍ତ ହସିକି କହିଲେ – ଉଡୁଛି ତ କିନ୍ତୁ କେବେ ବାପା ହେଇପାରିବନି ।

କୁକୁଡା ବତକ ସହିତ ବିବାହ କରିନେଲା । ଗଞ୍ଜା- ଆମେ ମରିଯାଇଥିଲୁ କି? କୁକୁଡା- ବିବାହ ତ ମୁଁ ତୁମକୁ କରିବାକୁ ଚାହୁଁଥିଲି , କିନ୍ତୁ ମାଆ ଙ୍କର ଇଚ୍ଛା ଥିଲା ଯେ ପୁଅ ନେଭିରେ ଚାକିରି କରୁଥିବ …

ପ୍ରେମିକା ନିଜର ପ୍ରେମିକ ଙ୍କୁ ପଚାରିଲା… ପ୍ରେମିକା- କଣ ତୁମେ ଗୋଟିଏ ହାତରେ ଗାଡି ଚଳେଇ ପାରିବ? ପ୍ରେମୀ – ହଁ କାହିଁକି ନୁହେଁ । ପ୍ରେମିକା- ଠିକ ଅଛି, ତ ଅନ୍ୟ ହାତରେ ମୋର କେଶରେ ଏହି ଗଜରା ଲଗେଇ ଦିଅ । ଏବେ ଦୁଇଜଣ ଯାକ ଡାକ୍ତରଖାନାରେ ଭର୍ତ୍ତି…

Leave a Reply

Your email address will not be published. Required fields are marked *