ଏମାନେ ଅଟନ୍ତି ବଲିଉଡର 8 ନଣନ୍ଦ-ଭାଉଜ ଯୋଡି, ନିଜ ଭଉଣୀ ଠାରୁ ମଧ୍ୟ ଅଧିକ ଗଭୀର ଅଟେ ଏମାନଙ୍କ ସମ୍ପର୍କ, ଜାଣନ୍ତୁ ଏମାନେ କିଏ ଅଟନ୍ତି…

ଯେବେ କୌଣସି ଝିଅ ନିଜର ପିତ୍ରାଳୟ ଛାଡି ବିବାହ ପରେ ନିଜର ସ୍ଵାମୀଙ୍କ ଘରକୁ ଆସେ, ତ ନଣନ୍ଦଙ୍କୁ ଭାଉଜ ରୂପରେ ଏକ ବନ୍ଧୁ ମିଳିଯାଇଥାଏ। କିନ୍ତୁ, ଆମେ ଛୋଟ ପରଦାରେ ଅନେକ ସମୟରେ ଦେଖିଥାଉ ଯେ ନଣନ୍ଦ ଏବଂ ଭାଉଜଙ୍କ ମଧ୍ୟରେ ସମ୍ପର୍କ ଭଲ ନଥାଏ। କିନ୍ତୁ ଏହାର ବିପରୀତ ଅଧିକତର ବଲିଉଡର ନଣନ୍ଦ ଭାଉଜଙ୍କ ମଧ୍ୟରେ ପ୍ରକୃତ ଜୀବନର ସମ୍ପର୍କରେ ପ୍ରେମ ଏବଂ ଯତ୍ନରେ ପୂର୍ଣ୍ଣ ହେଇଛି। ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଏପରି ନଣନ୍ଦ ଭାଉଜଙ୍କ ଯୋଡି ସହିତ ସାକ୍ଷାତ କରେଇବାକୁ ଯାଉଛୁ ଯେଉଁ ମାନଙ୍କ ମଧ୍ୟରେ ସମ୍ପର୍କ ନିଜ ଭଉଣୀ ଠାରୁ ମଧ୍ୟ ଗଭୀର ଅଟେ । ତେବେ ଆସନ୍ତୁ ଦେଖିବା ବଲିଉଡର ନଣନ୍ଦ ଭାଉଜଙ୍କର ଟପ ଯୋଡି ମାନଙ୍କୁ ଯେଉଁମାନେ ପ୍ରକୃତ ଜୀବନରେ ନିଜ ଭଉଣୀ ଭଳି ରହନ୍ତି ।
ଏ ଅଟନ୍ତି ବଲିଉଡର ନଣନ୍ଦ ଭାଉଜ ଯୋଡି
କରିନା କପରୁ ଖାନ ଏବଂ ସୋହା ଅଲି ଖାନ: ଏହି ଯୋଡି ବଲିଉଡର ନଣନ୍ଦ ଭାଉଜର ଶୀର୍ଷ ଯୋଡିଙ୍କ ତାଲିକାରେ ସର୍ବାଗ୍ରେ ଅଛନ୍ତି। ଏହି ଦୁହିଁଙ୍କର ମଧ୍ୟର ସମ୍ପର୍କ ନିଜ ଭଉଣୀ ଭଳି ଅଟେ। କରିନା ଏବଂ ସୋହା ଙ୍କୁ ଅନେକ ସମୟରେ ଏକ ସାଥିରେ ଛୁଟିରେ ଏବଂ ବିଦେଶ ଯାତ୍ରାରେ ଏକତ୍ର ଦେଖାଯାଇଛି। ସୋହା ଥରେ ନିଜର ଭାଉଜ ମାନେ କରିନା କପୁରଙ୍କ ପ୍ରଶଂସା କରିବାକୁ ଯାଇ କହିଥିଲେ: “ ମୁଁ କରିନାଙ୍କର ଏକଥା ନିମନ୍ତେ ସମ୍ମାନ କରୁଛି ଯେ ସେ କାମ ଏବଂ ମୋର ଭାଇର ପ୍ରଥମିକତା ପ୍ରତି ସ୍ପଷ୍ଟ ଅଟନ୍ତି। ସେ ମୋତେ ପସନ୍ଦ କରନ୍ତି କାରଣ ତାଙ୍କ ସହିତ ମୋର ବ୍ୟବହାର ସଇଫଙ୍କ ଭଳି ଅଟେ”।
ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଏବଂ ଶ୍ଵେତା ନନ୍ଦା: ମିଡିଆରେ ଅନେକ ସମୟରେ ଖବର ଆସେ ଯେ ବଚ୍ଚନ ପରିବାରରେ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଏବଂ ଶ୍ଵେତା ଙ୍କ ମଧ୍ୟରେ ସମ୍ପର୍କ ଠିକ ନାହିଁ । କିନ୍ତୁ ଏପରି କିଛି ବି ନାହିଁ । ଏ ଦୁହେଁ ପରସ୍ପରର ବହୁତ ନିକଟତର ଅଟନ୍ତି। ବଚ୍ଚନ ପରିବାରର ବୋହୁ ଐଶ୍ଵର୍ଯ୍ୟା ଏବଂ ତାଙ୍କ ନଣନ୍ଦ ଶ୍ଵେତାଙ୍କୁ ଅନେକ ସମୟରେ କେତେକ କାର୍ଯ୍ୟକ୍ରମରେ ଏକ ସାଙ୍ଗରେ ଦେଖାଯାଇଛି । ଶ୍ଵେତା କଫି ୱୀଥ କରଣରେ କହିଥିଲେ ଯେ ନିଜର ଭାଉଜଙ୍କୁ ଭଲ ପାନ୍ତି ଏବଂ ଖୁସି ଅଟନ୍ତି ଯେ ଅଭିଷେକ ଏବଂ ଐଶ୍ଵର୍ଯ୍ୟା ଏକତ୍ର ଅଛନ୍ତି ।
ମଲାଇକା ଅରୋରା ଖାନ ଏବଂ ଅର୍ପିତା ଖାନ: ହୁଏତ ମଲାଇକା ଅରବାଜ ଖାନଙ୍କ ଠାରୁ ଛାଡପତ୍ର ନେଇଛନ୍ତି କିନ୍ତୁ ଆଜି ମଧ୍ୟ ମଲାଇକା ଏବଂ ଅର୍ପିତାଙ୍କ ମଧ୍ୟରେ ସମ୍ପର୍କ ଏକ ନଣନ୍ଦ ଭାଉଜ ଭଳି ରହିଛି । ଏଭଳି ଖବର ଆସିଥିଲା ଯେ ଅର୍ପିତା ଏବଂ ଅର୍ଜୁନ ପରସ୍ପରକୁ ଡେଟ କରୁଥିଲେ, କିନ୍ତୁ ପରେ ସେମାନେ ମଲାଇକାଙ୍କୁ ନେଇ ଖବରରେ ରହିଲେ। ଏହି କରଣ ଥିଲା ଯେ ଅର୍ଜୁନ ଏବଂ ଅର୍ପିତାଙ୍କ ମଧ୍ୟରେ ସମ୍ପର୍କ ପରେ କିଛି ଖରାପ ହୋଇଗଲା। କିନ୍ତୁ, ସେ ପାରିବାରିକ କାର୍ଯ୍ୟକ୍ରମରେ ସବୁବେଳେ ପରସ୍ପରସହିତ ନଜର ଆସୁଛନ୍ତି ।
ସୋନାକ୍ଷୀ ସିହ୍ନା ଏବଂ ତରୁଣା ଅଗ୍ରୱାଲ: ସୋନାକ୍ଷୀଙ୍କ ବଡ ଭାଇ କୁଶ ବର୍ଷ 2015ରେ ତରୁଣାଙ୍କ ସହିତ ବିବାହ କରିଥିଲେ । ସୋନାକ୍ଷୀ ନିଜର ଭାଇଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଥିଲେ ଏବଂ ସେ ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରିଥିଲେ। ତରୁଣା ଏବଂ ସୋନାକ୍ଷୀ ପରସ୍ପରର ବହୁତ ନିକଟତର ଅଟନ୍ତି ଏବଂ ନିଜ ଭଉଣୀ ଭଳି ରହନ୍ତି ।
ରାଣୀ ମୁଖାର୍ଜୀ ଏବଂ ଜ୍ୟୋତି ମୁଖାର୍ଜୀ: ରାଣୀ ମୁଖାର୍ଜୀ ନିଜର ପରିବାର ବହୁତ ନିକଟତର ଅଟନ୍ତି । ବିଶେଷ ରୂପେ ନିଜର ଭାଉଜଙ୍କ ସହିତ ସେ ଏକ ନିଜ ଭଉଣୀ ଭଳି ରହୁଛନ୍ତି । ରାଣୀ ଅନେକ ବର୍ଷ ପର୍ଯ୍ୟନ୍ତ ବିବାହ କରିନଥିଲେ କାରଣ ସେ ନିଜର ପରିବାରର ଯତ୍ନ କରିବାକୁ ଚାହୁଁଥିଲେ। ଏହି କାରଣ ଅଟେ ଯେ ରାଣୀଙ୍କ ଭାଇ ନିଜର ପରିବାରର ଦାୟିତ୍ଵ ନେଇନଥିଲେ । ଏହି କାରଣରୁ ସାରା ଦାୟିତ୍ଵ ରାଣୀଙ୍କ ଉପରେ ଥିଲା , କିନ୍ତୁ ରାଣୀ ନିଜର ଭାଉଜ ଏବଂ ଭାଣିଜୀଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିଛନ୍ତି। ଦୁହେଁ ପରସ୍ପରର ଉତ୍ତମ ବନ୍ଧୁ ଅଟନ୍ତି ।
ନିତୁ ସିଂହ ଏବଂ ରିମା ଜୈନ: ବଲିଉଡର ନଣନ୍ଦ ଭାଉଜଙ୍କ ଟପ ଯୋଡି ତ ଆପଣମାନେ ଦେଖି ସାରିଲେଣି । କିନ୍ତୁ ଆମର ତାଲିକାରେ ଏହି ଯୋଡି ସବୁଠାରୁ ପୁରାତନ ଅଟନ୍ତି। ନିତୁ ଏବଂ ରିମା ଜୈନଙ୍କ ମଧ୍ୟରେ ସମ୍ପର୍କ ଭଉଣୀ ଭଳି ଅଟେ । ଦୁହେ ବିଭିନ୍ନ କାର୍ଯ୍ୟକ୍ରମରେ ଏକତ୍ର ଦ୍ରୁଷ୍ଟିଗୋଚର ହେଉଛନ୍ତି ।
ଟ୍ଵିଙ୍କିଲ ଖାନ୍ନା ଏବଂ ଅଳକା ଭାଟିଆ: ଅକ୍ଷୟ କୁମାରଙ୍କ ଜୀବନରେ ଏହି ଦୁଇଜଣଙ୍କର ବିଶେଷ ମହତ୍ଵ ଅଟେ । ଟ୍ଵିଙ୍କିଲ ଏବଂ ଅଳକା ଘରର ସମସ୍ତ କାର୍ଯ୍ୟ ସମ୍ଭାଳୁଛନ୍ତି। ଯେବେ ଅକ୍ଷୟ କୁମାର ନିଜର ଭଉଣୀଙ୍କର ଏକ ଏପରି ବ୍ୟକ୍ତି ସହିତ ବିବାହ କରିବାର ବିରୁଦ୍ଧରେ ଥିଲେ, ଯିଏ ତାଙ୍କଠାରୁ 15ବର୍ଷ ବଡ ଅଟନ୍ତି ଏବଂ ଛାଡପତ୍ରୀ ମଧ୍ୟ ଥିଲେ ତ ଟ୍ଵିଙ୍କିଲ ତାଙ୍କୁ ବୁଝେଇଥିଲେ ।
ଗୌରି ଖାନ ଏବଂ ସେହନାଜ: ଶାହରୁଖ ଖାନଙ୍କ ଭଉଣୀ ସେହନାଜ ତାଙ୍କ ଠାରୁ 6ବର୍ଷ ବଡ ଅଟନ୍ତି ଏବଂ ଖାନ ପରିବାର ତାଙ୍କୁ ବହୁତ ଭଲ ପାଆନ୍ତି । ନିଜର ମାଆଙ୍କ ମୃତ୍ୟୁ ପରେ ସେହନାଜ ଅବସାଦ ଗ୍ରସ୍ତ ହୋଇଥିଲେ । ସେ ସବୁବେଳେ ଚୁପ ଏବଂ ନିଜ ମଧ୍ୟରେ ହଜିଯାଉଥିଲେ । କିନ୍ତୁ, ଗୌରି ସେହନାଜଙ୍କର ବହୁତ ଖିଆଲ ରଖନ୍ତି। ଗୌରିଙ୍କ ଜୀବନରେ ତାଙ୍କର ଭାଉଜ ସବୁଠାରୁ ମହତ୍ଵପୂର୍ଣ୍ଣ ଲୋକଙ୍କ ମଧ୍ୟରୁ ଜଣେ ଅଟନ୍ତି । ଗୌରି ସେହନାଜଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ କରନ୍ତି ।