October 7, 2024

Odia Express

Here, There and Everywhere

ସପ୍ତାହର ଏହି ଦିନମାନଙ୍କରେ ନଖ ଓ କେଶ କାଟିବା ହୋଇଥାଏ ଶୁଭ, ଧନ ଓ ସମ୍ମାନର ହୋଇଥାଏ ପ୍ରାପ୍ତି…..

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସପ୍ତାହରେ କିଛି ଏପରି ଖାସ ଦିନ ରହିଛି, ଯେଉଁଦିନ ନଖ ଓ କେଶ କାଟିବା ଅଶୁଭ ହୋଇଥାଏ। କିନ୍ତୁ ଏକଥା ବହୁତ କମ ଲୋକ ଜାଣନ୍ତି, ଯେ ଏପରି ନକରି ସେମାନଙ୍କୁ କେବଳ ମାନ ପ୍ରତିଷ୍ଠା ହିଁ ନୁହେଁ ପରନ୍ତୁ ଧନର ପ୍ରାପ୍ତି ମଧ୍ୟ ହୋଇପାରେ। ହଁ ଆଜ୍ଞା ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ସପ୍ତାହରେ ପ୍ରତିଦିନ କେଶ କିମ୍ବା ନଖ କାଟିବାର ଭିନ୍ନ ଏକ ଅର୍ଥ ହୋଇଥାଏ କିମ୍ବା ଏପରି କହିବୁ ଯେ ପ୍ରତ୍ୟେକ ଦିନର ଅଲଗା ପ୍ରଭାବ ହୋଇଥାଏ। ଯେଉଁଠାରେ ସପ୍ତାହର କିଛି ଦିନରେ କେଶ ଓ ନଖ କାଟିବା ଦ୍ଵାରା ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ , ସେଠାରେ କିଛି ଦିନ ମଧ୍ୟ ଏପରି ଅଛି ଯେବେ ଏହି କାମ କରିବା ଦ୍ଵାରା ଆପଣଙ୍କୁ ଯଶ ଏବଂ ଧନର ପ୍ରାପ୍ତି ହୋଇପାରେ। ତେବେ ଆସନ୍ତୁ ଏବେ ଆପଣଙ୍କୁ ଜଣେଇବୁ, ଯେ କେଉଁ ଦିନରେ ଏହି କାମ କରିବା ଦ୍ଵାରା ଆପଣଙ୍କୁ ଲାଭ ହୋଇପାରେ ଏବଂ କେଉଁଦିନ କ୍ଷତି ହୋଇପାରେ।

ସର୍ବପ୍ରଥମେ ଯଦି ସୋମବାରର କଥା କହିବୁ ତେବେ ଏହିଦିନ କେଶ କାଟିବା ଦ୍ଵାରା ଆପଣଙ୍କ ସନ୍ତାନର ସ୍ୱାସ୍ଥ୍ୟ ବିଗିଡି ପରେ ଓ ତାସହ ଏହାର ପ୍ରଭାବ ତାହାର ଶିକ୍ଷା ଉପରେ ପଡିବ । ଏହା ବ୍ୟତୀତ ଏହି ଦିନ ନଖ ଓ କେଶ କାଟିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଓ ମାନସିକତା ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ। ଏହା ଦ୍ଵାରା ଆପଣଙ୍କ ମନ ଅପ୍ରସନ୍ନ ରହିବ। ଏଥିପାଇଁ ଏହି ଦିନ ଏକାମ କରନ୍ତୁ ନାହିଁ।

ଏବେ ସୋମବାର ପରେ ଯଦି ମଙ୍ଗଳବାରର କଥା କହିବୁ ତେବେ ଏହି ଦିନ କେଶ କିମ୍ବା ଦାଢି କଟେଇବାର ସିଧା ପ୍ରଭାବ ଆପଣଙ୍କ ବୟସ ଉପରେ ପଡିଥାଏ। ହଁ ଆଜ୍ଞା ଏହି ଦିନ କେଶ କଟେଇବା ଦ୍ଵାରା ମନୁଷ୍ୟର ବୟସ କମ ହୋଇଯାଏ। ଏହା ବ୍ୟତୀତ ଏହି ଦିନ ନଖ କଟେଇବା ଦ୍ଵାରା ଶରୀରରେ ରକ୍ତ ସମ୍ବନ୍ଧୀୟ ରୋଗ ହୋଇଥାଏ। ଏଥିପାଇଁ ଏହି ପ୍ରଚେଷ୍ଟା କରନ୍ତୁ ଯେ ଏହି ଦିନ କେଶ, ନଖ ଓ ଦାଢି କାଟିବେ ନାହିଁ ।

ମଙ୍ଗଳବାର ପରେ ବୁଧବାର ଦିନ ଆସେ। ଜଣେଇଦେବୁ ଯେ ବୁଧବାର ଦିନ ନଖ ଓ କେଶ କାଟିବା ଶୁଭ ହୋଇଥାଏ। ହଁ ଆଜ୍ଞା ଏହି ଦିନ ଏହି କାମ କରିବା ଦ୍ଵାରା ଗୃହରେ କୃପା ବନିରହେ ଓ ଧନ ପ୍ରାପ୍ତିର ସମ୍ଭାବନା ମଧ୍ୟ ରହିଥାଏ। ମାନେ କେଶ ଓ ନଖ କାଟିବା ନିମନ୍ତେ ଏହି ଦିନ ସବୁଠାରୁ ଶୁଭ ହୋଇଥାଏ।

ଏହାପରେ ଗୁରୁବାର ଦିନ ଆସେ। ଉଲ୍ଲେଖାଯୋଗ୍ୟ ଯେ ଗୁରୁବାରକୁ କେଶ କାଟିବା ଦ୍ଵାରା ମାତା ଲକ୍ଷ୍ମୀ ଅଭିମାନ କରନ୍ତି । ଏହା ବ୍ୟତୀତ ମାନ ସମ୍ମାନ ଉପରେ ମଧ୍ୟ ଏହାର ବହୁତ ପ୍ରଭାବ ପଡିଥାଏ। ଜଣେଇଦେବୁ ଯେ ଏହି ଦିନ କେଶ ଓ ନଖ କାଟିବା ଦ୍ଵାରା ଯେଉଁଠାରେ ଗୁରୁଜନଙ୍କ ସହିତ କଟୁକ୍ତି ହେବାର ସମ୍ଭାବନା ରହିଥାଏ, ଦମ୍ପତ୍ତ୍ୟ ଜୀବନରେ ମଧ୍ୟ ବିବାଦ ହୋଇପାରେ। ଏହାସହିତ ଏହି ଦିନ ନଖ କାଟିବା ଦ୍ଵାରା ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇଥାଏ। ଏଥିପାଇଁ ଏହି ଦିନ ନଖ ଓ କେଶ କାଟିବାରୁ କ୍ଷାନ୍ତ ରୁହନ୍ତୁ।

ଏବେ ଗୁରୁବାର ପରେ ଶୁକ୍ରବାର କଥା କହିବୁ ତ ଏହି ଦିନକୁ ସୌନ୍ଦର୍ଜ୍ୟର ଦିନ କୁହାଯାଏ। ହଁ ଆଜ୍ଞା ଏହି ଦିନ ନଖ ଓ କେଶ କଟେଇବା ଦ୍ଵାରା ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। ଏହା ସହିତ ଧନ ଓ ଯଶରେ ମଧ୍ୟ ବୃଦ୍ଧି ହୋଇହତାଏ। ତେଣୁ ଏହି ଦିନ ଆପଣ ବିନା କୌଣସି ଭୟରେ ଏହି ପ୍ରକାରର ସଜେଇବା କାର୍ଯ୍ୟ କରିପାରିବେ।

ଏବେ ଯଦି ଶନିବାର କଥା କହିବୁ ତ ଶନିବାର ଦିନ ଏହି ଦୁଇ କାମ କରିବା ବହୁତ ଅଶୁଭ କୁହାଯାଏ। ହଁ ଆଜ୍ଞା ଏହାଦ୍ବାରା ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ପର୍ଯ୍ୟନ୍ତ ହୋଇପାରେ। ଏହା ବ୍ୟତିତ ଗଣ୍ଠି ଓ ଅଣ୍ଟା ବିନ୍ଧା ଦ୍ଵାରା ଗ୍ରାସିତ ଲୋକମାନେ ଏହି ଦିନ ଏହି କାର୍ଯ୍ୟ କରିବା ଦ୍ଵାରା ତାଙ୍କ ରୋଗରେ ବୃଦ୍ଧି ହୋଇପାରେ। ଏଥିପାଇଁ ଶନିବାର ଦିନ ଭୁଲରେ ମଧ୍ୟ କେଶ ଓ ନଖ କାଟନ୍ତୁ ନାହିଁ।

ଜଣେଇଦେବୁ ଯେ ରବିବାର ଦିନ ମଧ୍ୟ କେଶ କାଟିବା ନିମନ୍ତେ ଶୁଭ ହୋଇନଥାଏ। ପ୍ରକୃତରେ ଏହି ଦିନ କେଶ କଟେଇବା ଦ୍ଵାରା ବୁଦ୍ଧି ଧର୍ମ ଓ ଧନର ନାଶ ହୋଇଥାଏ। ଏଥିପାଇଁ ଏହି ଦିନ ଭୁଲରେ ମଧ୍ୟ କେଶ କଟେଇବେ ନାହିଁ।

Leave a Reply

Your email address will not be published. Required fields are marked *