କ୍ଷୀର ଭଳି ଧଳା କରିଦିଏ ଏହି ଉପଚାର,ଦେଖିବା ଲୋକ ଅନେଇକି ରହିବେ ଆପଣଙ୍କୁ..
ଆଜିର ଯୁଗରେ ଯେକେହି ଗୋରା ରଙ୍ଗ ପାଇବାକୁ ଚାହାନ୍ତି। ଆମେ ପଛକେ କେବେ ମଧ୍ୟ କଥା କହିବୁ ଯେ ଆପଣଙ୍କ ରଙ୍ଗ ମୂଲ୍ୟ ରଖେ ନାହିଁ କିନ୍ତୁ ହୃଦୟର ରଙ୍ଗ ମୂଲ୍ୟ ରଖେ । କିନ୍ତୁ ଏକ ସତ୍ୟ ଏହା ମଧ୍ୟ ଅଟେ ଯେ ପ୍ରତ୍ୟେକ ମନ ଭିତରେ ଗୋରା ରଙ୍ଗ ପାଇବାର ଇଚ୍ଛା ରଖନ୍ତି । ପୁଣି ଯଦି ଆମ ପାଖରେ ତ୍ଵଚାର ରଙ୍ଗକୁ ଆହୁରି ସୁନ୍ଦର କରିବାର ସୁଯୋଗ ଅଚିତ ତ ଏଥିରେ ଅସୁବିଧା ବି କଣ। ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରୁଥିବେ। କିଛି ଲୋକ ବ୍ୟୁଟି ଉପଚାର ନିମନ୍ତେ ଡାକ୍ତରଙ୍କ ପାଖକୁ ମଧ୍ୟ ଯାଉଥିବେ। କିନ୍ତୁ ଏହି ସମସ୍ତ ବିକଳ୍ପ ବହୁତ ମହଙ୍ଗା ଅଟେ ।
ତାସହ ବଜାର ଦ୍ରବ୍ୟର ବ୍ୟବହାର ଦ୍ଵାରା ଅନେକ ପ୍ରକାର ସ୍କିନ ଆଲର୍ଜି ହେବାର ଭୟ ରହିଛି। ଏହି କାରଣରୁ ଏହି ବ୍ୟୁଟି ପ୍ରଡ଼କ୍ଟ ଅନେକ ପ୍ରକାରର କେମିକାଲ ମିଶ୍ରିତ ହୋଇ ତିଆରି ହୋଇଥାଏ ଯାହା ଆପଣଙ୍କ ସ୍କିନ ନିମନ୍ତେ ହାନିକରକ ହୋଇଥାଏ। ଏଥିପାଇଁ ଆମେ ଆଜି ଆପଣଙ୍କୁ ଗୋରା ହେବା ନିମନ୍ତେ କିଛି ଘରୋଇ ଉପଚାର ଜଣେଇବାକୁ ଯାଉଛୁ । ଯଦି ଆପଣ ଏହି ଉପଚାରକୁ ବ୍ୟବହାର କରିବେ ତେବେ ଆପଣାକୁ ଏହାର ଲାଭ ନିଶ୍ଚିତ ହେବ। ତେବେ ଆସନ୍ତୁ ବିଳମ୍ବ ନକରି ଜାଣିବା ଯେ ଆପଣଙ୍କୁ କଣ କଣ କରିବାକୁ ହେବ ।
ପ୍ରଥମ ଉପାୟ: ସର୍ବପ୍ରଥମେ ନିଜର ଚେହେରାକୁ ପରିଷ୍କାର ଜଳରେ ଧୋଇନିଅନ୍ତୁ । ଏବେ ଏକ ପାତ୍ରରେ କଞ୍ଚା କ୍ଷୀର ନିଅନ୍ତୁ ଓ ଏକ ତୁଳାରେ ନିଜର ଚେହେରାରେ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କ ଚେହେରାରେ ଲାଗିଥିବା ସମସ୍ତ ଅପରିଷ୍କାର ଜିନିଷ ବାହାରିଯିବ । ଏହାପରେ ଏକ ଚାମଚ ମୁଲତାନି ମାଟି ନିଅନ୍ତୁ ଓ ସେଥିରେ ତିନି ରୁ ପାଞ୍ଚ ବୁନ୍ଦା ଗୋଲାପ ଜଳ , ଏକ ଚାମଚ ଚନ୍ଦନ ପାଉଡର, ଓ ଏକ ଚାମଚ ବେସନ ନିଅନ୍ତୁ । ଏବେ ଏଥିରେ ଆବଶ୍ୟକତା ଅନୁଯାୟୀ ପାଣି ମିଶାଇ ଦିଅନ୍ତୁ ଓ ଏକ ପେଷ୍ଟ ତିଆରି କରନ୍ତୁ। ଏବେ ଏହି ପେଷ୍ଟକୁ ନିଜର ଚେହେରା ଉପରେ ହାଲୁକା ଭାବରେ ଲଗାନ୍ତୁ ଓ 15ମିନିଟ ପର୍ଯ୍ୟନ୍ତ ଲଗେଇ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ଚେହେରା ଘଷି କରି ଧୋଇ ଦିଅନ୍ତୁ। ଏହି ଘର୍ଷଣ ସର୍କଲରେ କରନ୍ତୁ। ଏହି ଉପାୟକୁ ସପ୍ତାହରେ ଥରେ କିମ୍ବା ଦୁଇଥର କରନ୍ତୁ। ଏହାଦ୍ବାରା ଆପଣଙ୍କ ତ୍ଵଚାର ରଙ୍ଗ ସଫା ହୋଇଯିବ ।
ଦ୍ଵିତୀୟ ଉପାୟ: ଏହି ଉପାୟ ନିମନ୍ତେ ଏକ କପରେ ବଡ ଚାମଚ ମଲେଇ ନିଅନ୍ତୁ। ଏବେ ଏଥିରେ ଅଳ୍ପ ମହୁ ମିଶାଇ ଦିଅନ୍ତୁ। ଏହା ସହିତ ଏଥିରେ ଲେମ୍ବୁ ରସ କିଛି ବୁନ୍ଦା ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଚେହେରା ଉପରେ ଲଗାନ୍ତୁ। ତାପରେ ଅଧ ଘଣ୍ଟା ପରେ ସାମାନ୍ୟ ପାଣିରେ ଧୋଇ ଦିଅନ୍ତୁ। ଏପରି ଆପଣ ସପ୍ତାହରେ ଦୁଇ ରୁ ତିନି ଥର କରିପାରିବେ । ଏହାଦ୍ବାରା ନା କେବଳ ଆପଣଙ୍କ ସ୍କିନର ରଙ୍ଗ ସୁନ୍ଦର ହେବ ତାସହ ଆପଣଙ୍କ ତ୍ଵଚା ଉପରେ ଜମିଥିବା ଅପରିଷ୍କାର ଜିନିଷ ପରିଷ୍କାର ହୋଇଯିବ। ଏହି ଉପାୟ ବହୁତ ସଫଳ ଉପାୟ ଅଟେ।
ତେବେ ବନ୍ଧୁଗଣ ଏହା ଥିଲା ଦୁଇଟି ଘରୋଇ ଉପଚାର ଯାହା ଆପଣଙ୍କୁ ଗୋରା କରିବାରେ ସହାୟତା କରିବ। ଯଦି ଆପଣ ଏହି ଉପାୟକୁ କିଛି ସପ୍ତାହ ପର୍ଯ୍ୟନ୍ତ ଲଗାତାର କରିବେ ତେବେ ଆପଣଙ୍କୁ ନିଜର ସ୍କିନର ରଙ୍ଗରେ ଫରକ ଦେଖିବା ଆରମ୍ଭ ହୋଇଯିବ। ଯଦି ଆପଣଙ୍କୁ କୌଣସି ସ୍କିନ ଆଲର୍ଜି ଅଛି ତେବେ ଆପଣ ଏହାକୁ ପରୀକ୍ଷା କରିବା ପୂର୍ବରୁ ଡାକ୍ତରଙ୍କ ଠାରୁ ପରାମର୍ଶ ନିଶ୍ଚିତ ନିଅନ୍ତୁ ।