September 8, 2024

Odia Express

Here, There and Everywhere

ଜାଣନ୍ତୁ କିପରି ଏକ ସାଧାରଣ ବରଫ ଆପଣଙ୍କ ଚେହେରାର ସୁନ୍ଦରତାକୁ ୧୦ ଗୁଣା ବଢାଇଦେବ…

ଆଜିର ସମୟରେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି , ଆପଣ ସେମିତି ଉପର ମନରେ ଯେତେ କହିନିଅନ୍ତୁ କିନ୍ତୁ ମଣିଷର ବାହାର ସୁନ୍ଦରତା ନୁହେଁ ବରଂ ଆନ୍ତରିକ ସୁନ୍ଦରତା ମାଇନା ରଖେ କିନ୍ତୁ ଏହି କଥା ତୟ କି କେଉଁଠି ମଣିଷର ହୃଦୟର କୋଣରେ ସୁନ୍ଦର ଦେଖିବାର ଜରୁରୀ ହୋଇଥାଏ , ସମସ୍ତେ ଚାହଁନ୍ତି କି ସେ ବର୍ତ୍ତମାନ ଆହୁରି ଟିକିଏ ସୁନ୍ଦର ହୁଅନ୍ତା , ଏହି ଇଚ୍ଛାରେ ସେ ନାନାପ୍ରକାରର ବ୍ୟୁଟି ପ୍ରଡକ୍ଟ ସ୍କିନ୍ ରେ ପ୍ରୟୋଗ କରନ୍ତି , କିନ୍ତୁ ବଜାରରେ ପ୍ରଡକ୍ଟ ବ୍ୟବହାର କରି ଆପଣଙ୍କ ଚେହେରା କ୍ଷତି ପହଞ୍ଚାଇପାରେ,  ଏହାର କାରଣ ହେଲା ସେଥିରେ ବହୁତ ହାନିକାରକ କେମିକାଲ୍ସ ହୋଇଥାଏ , ଯାହା ସ୍କିନ୍ କୁ ସୁନ୍ଦର ଦେଖାଯିବା ଅପେକ୍ଷା ନଷ୍ଠ କରିଦିଏ , ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ ଜାଣିବା ।

ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ବରଫର ବ୍ୟବହାରରେ ନିଜ ସ୍କିନ୍ କୁ ୧୦ ଗୁଣା ଅଧିକା ସୁନ୍ଦର ବନାଇବାର ଚେଷ୍ଟା କରିବୁ , ଆମେ ସମସ୍ତେ ଗରମ ଦିନରେ ବରଫର ବ୍ୟବହାର୍ କରିଥାଉ , ଆଜି କାଲି ସମସ୍ତଙ୍କ ଘରେ ଫ୍ରିଜ୍ ନିଶ୍ଚିତ ଭାବେ ଥିବ , ଏହି ଫ୍ରିଜ୍ ରେ ଗରମ ଦିନରେ ବରଫ ବି ଜମାଇଥିବେ , ସାଧାରଣତଃ ବରଫର ଉପଯୋଗ ପାଣି କିମ୍ବା ସରବତ ବନାଇବାରେ ବ୍ୟବହାର କରାଯାଏ , କିନ୍ତୁ ବହୁତ କମ୍ ଲୋକ ଏହା ଜାଣିଛନ୍ତି କି ସାଧାରଣ ଦେଖାଯାଉଥିବା ଏହି ବରଫରୁ ଆପଣନଙ୍କ ସ୍କିନ୍ ସହ ସମସ୍ୟା ଦୁର କରିବାରେ ସହାୟକ ହେବ । କିଛି ଲୋକ ଯାହାଙ୍କୁ ବରଫର ଫାଇଦା ବିଷୟରେ ଜଣାଅଛି , ସେ ଡାଇରେକ୍ଟ ବରଫର୍କୁ ଚେହେରାରେ ଆପ୍ଲାଇ କରିଦିଅନ୍ତି , କିନ୍ତୁ ଏଥିରେ ଆପଣଙ୍କ ଚେହେରା ସେତେ ଅଧିକା ଫାଇଦା ମିଳିପାରେ ନାହିଁ , କିନ୍ତୁ ଆପଣ ଟେନସନ୍ ହୁଅନ୍ତୁ ନାହିଁ ଆଜି ଆମେ ବରଫ ଭିତରେ ଏକ ଖାସ୍ ଜିନିଷ ମିଶାଇକରି ଚେହେରାରେ ଲଗାଇବାରେ ବିଷୟରେ କହିବୁ , ଯାହା ଆପଣଙ୍କ ସ୍କିନ୍ ପାଇଂ ବହୁତ ଫାଇଦାଦେବ ।

ଏହି ବରଫକୁ ବନାଇବାପାଇଁ ଆପଣଙ୍କୁ ଏହାର ମଧ୍ୟରେ ଦୁଇଟି ଜିନିଷ ମିକ୍ସ କରିବାର ଅଛି , ପ୍ରଥମଟି ହେଲା ଚାହାର ପତ୍ର ମାନେ ଗ୍ରିନ୍ ଟି ଓ ଦ୍ୱିତୀୟ ଟି ହେଲା ପୁଦିନାର ପତ୍ର,  ଗ୍ରୀନ୍ ଟି ଅକ୍ସିଡେଣ୍ଟ ଭଲ ସ୍ରୋତ ହୋଇଥାଏ , ଏଥିରେ ମହଜୁଦ୍ ଅନ୍ୟ ଏକ ପୋଷକ ତତ୍ତ୍ୱ ଆପଣଙ୍କ ଚେହେରା ଅଧିକା ଲାଭ ପହଞ୍ଚାଇଥାଏ , ସେମିତି ପୁଦିନା ରେ ଆଣ୍ଟିଇନଫ୍ଲାମେଣ୍ଟାରି ଗୁଣ ଥିବା କାରଣରୁ ଚେହେରାରେ କୌଣସି ପ୍ରକାରର ଇନଫେକ୍ସନ୍ ହେବାର ଖତରା ହୁଏ ନାହିଁ , ଅର୍ଥାତ୍ ଏହା ଚେହେରାରେ ବ୍ରଣ କରିବାକୁ ଦିଏ ନାହିଁ । ଏହାକୁ ବନାଇବାକୁ ହେଲେ ପ୍ରଥମେ ଏକ ତାଟିଆରେ ପାଣିକୁ ସିଝାନ୍ତୁ , ଓ ତାହା ମଧ୍ୟରେ ଗ୍ରୀନ୍ ଟି ପକାନ୍ତୁ , ଓ ଏହି ପାଣିକୁ ଥଣ୍ତା ହେବାକୁ ଛାଡିଦିଅନ୍ତୁ , ଯେବେ ଥଣ୍ତା ହୋଇଯିବ , ତେବେ ଏହାକୁ ବରଫ ଜମାଇବା ଟ୍ରେ ରେ ପକାନ୍ତୁ , ଏଥିରେ ଦୁଇଟି ପୁଦିନା ପତ୍ର ବି ପକାନ୍ତୁ ।

ଲଗାଇବାର ତରିକା : କିଛି ଘଣ୍ଟାପରେ ଯେବେ ଟ୍ରେ ରୁ ପାଣି ବରଫ ହୋଇଯିବ , ତେବେ ଏକ କଟନ୍ କପଡାରେ ଲଗାଇକରି ଚେହେରାରେ ମସାଜ୍ କରନ୍ତୁ , ଓ ଏହି ମସାଜ୍ ସର୍କୁଲାର୍ ମୋସନ୍ ରେ କରିବାର୍ ଅଛି ଏହାକୁ ୫ ମିନିଟ୍ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ , ଓ ସାମାନ୍ୟ ପାଣିରେ ମୁହଁକୁ ଧୋଇଦିଅନ୍ତୁ , ଏମିତି ସବୁଦିନ ଥରେ କରିପାରିବେ , ଏହାର ପ୍ରୟୋଗରେ ଆପଣଙ୍କ ସ୍କିନ୍ କୋମଳ ହୋଇଯିବ , ଆଖିରେ କଳା ଦାଗ ଦୁର ହୋଇଯିବ , ବ୍ରଣ ହେବ ନାହିଁ , ଓ ସ୍କିନ୍ ଟୋନ୍ ବି ପୁର୍ବ ଅପେକ୍ଷା ଅଧିକା ଚମକଦାର୍ ହେବ ।

Leave a Reply

Your email address will not be published. Required fields are marked *