September 13, 2024

Odia Express

Here, There and Everywhere

ପାଣିରେ ମୋବାଇଲ ପଡିଗଲେ ତୁରନ୍ତ ଏହି କାମ କରିଦିଆନ୍ତୁ , ଖରାପ ହେବ ନାହିଁ ଆପଣଙ୍କ ସ୍ମାର୍ଟ ଫୋନ …

ଆଜିର ସମୟରେ ଯଦି ଆମ ସମସ୍ତଙ୍କ ପାଇଁ କୌଣସି ଜିନିଷ ଅଛି ଯାହା ବହୁତ ଅଧିକ ମହତ୍ଵପୂର୍ଣ୍ଣ ହୋଇଯାଇଛି, ଏମିତିକି ଆମର ଖାଇବା ଓ ଆମର ପରିଜନଙ୍କ ଠାରୁ ମଧ୍ୟ ଅଧିକ ତ ଆପଣ କେବଳ ଗୋଟିଏ ଉତ୍ତର ପାଇବେ , ସ୍ମାର୍ଟଫୋନ । ହଁ ଆଜ୍ଞା , ଆମ ସମସସ୍ତଙ୍କର ସ୍ମାର୍ଟଫୋନ ଯାହାକୁ ଆଜିକାଲି ଆମେ ସବୁ ସମୟରେ ନିଜର ଛାତିରେ ଲଗେଇ ରଖୁଚୁ। ଫୋନରେ ଛୋଟିଆ ଦାଗଟିଏ ପଡିଗଲେ ମଧ୍ୟ ଟେନସନ ହୋଇଥାଏ ଓ ଏଥିପାଇଁ ବହୁତ ଲୋକ ନିଜର ସ୍ମାର୍ଟଫୋନକୁ ଖାଇବା ସମୟରେ, ଶୋଇବା ସମୟରେ, ପଢିବା ସମୟରେ, କାମ କରୁଥିବା ବେଳେ ଓ ଏପରିକି ଗାଧୁଆଘରକୁ ଯିବାସମୟରେ ମଧ୍ୟ ବହୁତ ଲୋକ ନିଜର ସ୍ମାର୍ଟଫୋନକୁ ନିଜଠାରୁ ଅଲଗା ରଖନ୍ତି ନାହିଁ । ଏବେ ଯଦି ଆପଣ ଫୋନକୁ ନିଜ ସହିତ ଏତେ ନିବିଡ କରି ରଖିବେ ଯେ ତାହାକୁ ବାଥରୁମକୁ ମଧ୍ୟ ନେଇକରି ଯିବେ ତ କେବେ ନା କେବେ ଆପଣଙ୍କ ସହିତ ମଧ୍ୟ ଏହି ଦୁର୍ଘଟଣା ହୋଇପାରେ ଯେ ଆପଣଙ୍କ ଫୋନ ପାଣିରେ ପଡିଯିବ ।

ଏହା ପ୍ରକୃତରେ ବହୁତ ବଡ ଦୁଃଖଦାୟକ ହୋଇଥାଏ, ବୋଧହୁଏ ତାଠାରୁ ଅଧିକ କଷ୍ଟଦାୟକ ସେତିକି ଯେ ଆପଣଙ୍କ ଶରୀରର କୌଣସି ହାଡ ଭାଙ୍ଗି ଯାଇଛି । ଏହା ଏଥିପାଇଁ କାରଣ ଆମର ଫୋନରେ ଆମର ବହୁତ ମୂଲ୍ୟବାନତଥ୍ୟ ରହିଥାଏ ଯେପରିକି ବହୁତ ଗୁଡିଏ ଫୋନ ନମ୍ବର ଓ ତାଠାରୁ ଆହୁରି ଅଧିକ ଜରୁରୀ ସେହି ଫଟୋ ଗୁଡିକ ଯାହା ଆପଣଙ୍କ ସ୍ମୃତି ଓ ଆପଣଙ୍କ ନିମନ୍ତେ ସ୍ଵତନ୍ତ୍ର ହୋଇଥାଏ । ଯଦି ଆପଣଙ୍କ ସହିତ କେବେ ଏପରି ହୁଏ ଯେ ଆପଣଙ୍କ ଫୋନ କୌଣସି କାରଣରୁ ପାଣିରେ ପଡିଯାଏ ତ ଆପଣଙ୍କୁ ଅଧିକ ଟେନସନ ନେବାର କୌଣସି କାରଣ ନାହିଁ କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଯେବେ ଫୋନ ପାଣିରେ ପଡିଯାଏ ତ କଣ କରିବା ଉଚିତ ଯଦ୍ୱାରା ଆପଣଙ୍କ ଫୋନ ଖରାପ ହେବାରୁ ରକ୍ଷା ପାଇଯିବ ତାସହ ଆପଣଙ୍କ ମହତ୍ଵପୂର୍ଣ୍ଣ ତଥ୍ୟ ମଧ୍ୟ ସୁରକ୍ଷିତ ରହିପାରିବ ।

ଜଣେଇଦେବୁ ଯେ ଯଦି ଆପଣଙ୍କ ଫୋନ କେବେ ଭୁଲରେ ମଧ୍ୟ ପାଣିରେ ପଡିଯାଏ ତ ସବୁଠାରୁ ପ୍ରଥମେ ଯେତିକି ଶୀଘ୍ର ହୋଇପାରିବ ତାହାକୁ ପାଣିରୁ ବାହାର କରିଦିଅନ୍ତୁ, ପ୍ରକୃତରେ କିଛି ସ୍ମାର୍ଟଫୋନ ଜଳରୋଧୀ ଆସ୍ତରଣ ଥାଏ ଯେଉଁ କାରଣରୁ ତାହା ପାଣିରେ କିଛି ସେକଣ୍ଡ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ ଏମିତିରେ ଯଦି ଆପଣଙ୍କ ପାଖରେ ମଧ୍ୟ ଏହିପ୍ରକାର ଫୋନ ରହିଛି ତାହେଲେ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯଦିଓ ଆପଣଙ୍କୁ ସଂପୂର୍ଣ୍ଣ ଆଶ୍ଵସ୍ଥ ହେବାର ଆବଶ୍ୟକତା ନାହିଁ ଓ ତାବାଦଳେ ଯେତିକି ହୋଇପାରିବ ଶୀଘ୍ର ପାଣିରୁ ବାହାର କରିବାର ତୁରନ୍ତ ପରେ ଏହାକୁ ଅଫ କରିଦିଅନ୍ତୁ । ଏପରି କରିବା ଦ୍ଵାରା ଏହି ଲାଭ ହୋଇଥାଏ ଯେ ଫୋନର ବିଦ୍ୟୁତ ପରିବହନ ବନ୍ଦ ହୋଇଯାଏ ତୋ ତାହାର ସର୍କିଟ ଆଦିରେ ଗଡବଡ ଆସେ ନାହିଁ ।

ଏହାପରେ ଆପଣଙ୍କୁ ଫୋନରୁ ସବୁକିଛି ବାହାର କରିବାକୁ ହେବ ଯେପରିକି ତାହାର ବ୍ୟାଟେରୀ(ଯଦି ବାହାର କରି ହେଉଥିବାର ଥିବ), ସିମ କାର୍ଡ, ମେମୋରୀ କର୍ଦ୍ମ ଷ୍ଟାଇଲସ, କେସ, କଭର ଆଦି ସବୁକିଛି । ଏତେ ସବୁ କରିବା ପରେ ଏବେ ଆପଣ କୌଣସି ଶୁଖିଲା କପଡାରେ ଫୋନକୁ ଭଲଭାବରେ ପୋଛି ଦେଇ ଏହାକୁ ସୁଖେଇ ଦିଅନ୍ତୁ ଯାହାଦ୍ୱାରା ଫୋନକୁ ଅଧିକ କ୍ଷତି ନହୋଇପାରିବ । ଏଥିପାଇଁ ଆପଣ ଡ୍ରାୟରର ସାହାଯ୍ୟ ନେଇପାରନ୍ତି । କିମ୍ବା ଆପଣ କୌଣସି ଶୁଖିଲା ବ୍ୟାଗରେ ପୁରେଇ 48ଘଣ୍ଟା ଚାଉଳ ବସ୍ତା ଭିତରେ ପୁରେଇ ରଖିପାରନ୍ତି ।

ଏହି ସମୟ ପୂର୍ବରୁ ଫୋନକୁ ଏହା ଦେଖିବା ପାଇଁ ବାହାରକୁ କାଢନ୍ତୁ ନାହିଁ ଯେ ତାହା ଚାଲୁଅଛି ନା ନାହିଁ କାରଣ ଯଦି ପାଣିରେ ଅଧିକ କ୍ଷତି ହୋଇନଥିବ ନହେଲେ ଆପଣଙ୍କ ଫୋନ ସବୁଦିନ ପାଇଁ କାମ କରିବା ବନ୍ଦ କରିଦେବ । ଆପଣାକୁ ଏହା ଜଣେଇଦେବୁ ଯେ ଏଠାରେ କୁହାଯାଇଥିବା ସମସ୍ତ ପ୍ରୟାସ କରିବା ପରେ ଏହା ଶତ ପ୍ରତିଶତ ଜରୁରୀ ନୁହେଁ ଯେ ଆପଣଙ୍କୁ ଫୋନ ପାଣିରେ ପଡିବ ପରେ ଠିକ ହୋଇଯିବ ହନ ଏହି ପ୍ରକାର ପ୍ରୟୋଗ ଦେୟାର ଖରାପ ହେବାରୁ ରକ୍ଷା କରାଯାଇପାରିବ ।

Leave a Reply

Your email address will not be published. Required fields are marked *