October 1, 2024

Odia Express

Here, There and Everywhere

ଛୁଆ ହୁଅନ୍ତୁ ଅବା ବୁଢା – ସମସ୍ତଙ୍କ ସର୍ଦି, କାଶ ଓ ଜ୍ଵର ଗୋଟିଏ ଦିନରେ ଏହି ଜିନିଷ ଦ୍ଵାରା ହୋଇଯିବ ଗାୟବ – ଏବେ ଜାଣିରଖନ୍ତୁ..

1 min read

ଶୀତ ଋତୁ ଆସିବାକୁ ଅଛି, ଏହା ନିଜ ସହିତ ବହୁତ ସାରା ରୋଗ ମଧ୍ୟ ଆଣିଥାଏ। ପ୍ରକୃତରେ ଋତୁ ବଦଳିବା ଦ୍ଵାରା ଅନେକ ସମୟରେ ଲୋକମାନେ ରୋଗରେ ପଡନ୍ତି । ଏଥିରେ ସବୁଠାରୁ ଅଧିକ ଲୋକ ଥଣ୍ଡା ସର୍ଦି କିମ୍ବା ଜ୍ଵର ରୋଗରେ ଆକ୍ରାନ୍ତ ହୁଅନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର କହିବାକୁ ଯାଉଛୁ, ଯାହାର ବ୍ୟବହାର ଆପଣ ଥଣ୍ଡା ସର୍ଦିରେ ଆକ୍ରାନ୍ତ ହୋଇଥିବା ବେଳେ କରିପାରିବେ , ଏହାର ବ୍ୟବହାର ବିଧି ଦ୍ଵାରା ଆପଣ କିଛି ଦିନ ମଧ୍ୟରେ ଠିକ ହୋଇଯିବେ ।

ସାମଗ୍ରୀ – ତୁଲସୀ ପତ୍ର 8-10ଟି , ଅଦା 2ଇଞ୍ଚ, ହଳଦୀ ପାଉଡର ଏକ ଚାମଚ, ଜୁଆଣୀ ଏକ ଚାମଚ, ଗୁଡ- ଅଧ କପ, ଲବଙ୍ଗ- 6ରୁ 7ଟି

ବିଧି – ଏହି ଉପଚାରକୁ ପ୍ରସ୍ତୁତ କରିବା ନିମନ୍ତେ ସର୍ବପ୍ରଥମେ ଏକ ଖଳ ନିଅନ୍ତୁ, ଏବେ ଏଥିରେ ତୁଲସୀ ପତ୍ର, ଲବଙ୍ଗ ପକେଇ ଭଲଭାବରେ କୁଟି ଦିଅନ୍ତୁ। ତୁଲସୀ ପତ୍ର, ଲବଙ୍ଗକୁ ଛେଚିବା ପରେ ଅଦାର ଚୋପ ଛଡେଇ ଦିଅନ୍ତୁ ଓ ଏହାକୁ ଛୋଟଛୋଟ କରି କାଟିଦିଅନ୍ତୁ , ଆପଣ ସୁଣ୍ଠିର ମଧ୍ୟ ବ୍ୟବହାର କରିପାରିବେ , ସୁଣ୍ଠି ଅଦାର ଶୁଷ୍କ ରୂପ ହୋଇଥାଏ, ସୁଣ୍ଠି ଆପଣଙ୍କୁ ଯେକୌଣସି ଦୋକାନରେ ମିଳିଯିବ । କିନ୍ତୁ ଯଦି ସୁଣ୍ଠି ନମିଳେ ତେବେ କଞ୍ଚା ଅଦାର ବ୍ୟବହାର କରିପାରିବେ। ସମସ୍ତ ଜିନିଷକୁ ଭଲ ଭାବରେ ଛେଚିବା ପରେ ଏକ ବାସନରେ ରଖିଦିଅନ୍ତୁ , ଗ୍ୟାସକୁ ଲଗେଇ ଏହା ଉପରେ ଫୁଟଣ ପାତ୍ର ବସେଇ ଦିଅନ୍ତୁ ।

ଫୁଟଣ ପାତ୍ର ଗରମ ହେବା ପରେ ସେଥିରେ ଗୁଡ ଢାଲିଦିଅନ୍ତୁ, ଗୁଡ ଯେବେ ତରଳିଯିବ ସେଥିରେ କଟାଜାଇଥିବା ଅଦା ପକେଇକି ଭଲଭାବରେ ଘାଣ୍ଟିଦିଅନ୍ତୁ , କିନ୍ତୁ ଯଦି ଆପଣଙ୍କୁ ଅଦାର ଛୋଟ ଖଣ୍ଡ ପସନ୍ଦ ନୁହେଁ ତେବେ ଆପଣ ଅଦାର ରସ ମଧ୍ୟ ବ୍ୟବହାର କରିପାରିବେ। ଗୁଡ ଓ ଅଦାକୁ ପ୍ରସ୍ତୁତ ହେବା ପରେ ଏଥିରେ ଜୁଆଣୀ, ହଳଦୀ ପାଉଡର, ତୁଲସୀ ପତ୍ର ଛେଚା ଓ ଲବଙ୍ଗ ମିଶେଇ ଭଲରୂପେ ମିଶେଇ ଦିଅନ୍ତୁ ଓ କିଛି ସମୟ ରାନ୍ଧନ୍ତୁ। ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ ଓ ଏକ ବାସନରେ ବାହାର କରିଦିଅନ୍ତୁ, ଏହାକୁ ଆପଣ କୌଣସି ଡବାରେ ବନ୍ଦ କରି ଏକ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

ଥଣ୍ଡା ସର୍ଦିରେ ଗୁଡର ଉପଯୋଗ କରିବା ଉଚିତ, ଏହାଦ୍ୱାରା ସର୍ଦି ବହୁତ ଶୀଘ୍ର ଠିକ ହୋଇଯାଏ। ଏତିକି ନୁହେଁ ଯଦି ଆପଣ ଶୀତ ଦିନରେ ଗୁଡ ଖାଆନ୍ତି ତ ଆପଣଙ୍କୁ ଥଣ୍ଡା ସର୍ଦିର ସମସ୍ୟା ଉତପର୍ଣ୍ଣ ହେବନାହିଁ। ଏଥିପାଇଁ ଶୀତଦିନରେ ଚିନୀଠାରୁ ଦୂରତା ବନେଇ ରଖନ୍ତୁ ଓ ଯଦି ଚା ମଧ୍ୟ ପିଇବେ ତେବେ ଗୁଡ ପକେଇ ପିଆନ୍ତୁ, ଏଥିରେ ଆପଣଙ୍କୁ ଲାଭ ମିଳିବ। ଏହି ଘରୋଇ ଉପଚାର ବ୍ୟବହାର ବଡ ମାନଙ୍କୁ ଏକ ଚାମଚ ଓ ଛୋଟ ଶିଶୁଙ୍କୁ ଅଧା ଚାମଚ କରିବା ଉଚିତ । ଗୋଟିଏ କଥାରେ ଧ୍ୟାନ ରଖିବେ ଯେ ଏହାକୁ ଖାଇବା ପରେ ପାଣି ବିଲକୁଲ ପିଇବେ ନାହିଁ, ପାଣି ପିଇବାର ଥିଲେ ହଲକା ଉଷୁମ ପାଣି ପିଅନ୍ତୁ ।

Leave a Reply

Your email address will not be published. Required fields are marked *