ଏହି କଳା ପ୍ୟାକ ଥରେ ଚେହେରାରେ ଲଗେଇକି ଦେଖନ୍ତୁ, ସମସ୍ତ ଅପରିଷ୍କାର ତତ୍ଵ ଚୁମ୍ବକ ଭଳି ବାହାରି ଆସିବ…..

ଆପଣ ନିଜର ତ୍ଵଚା ନିମନ୍ତେ ଅନେକ ପ୍ରକାର ପ୍ରାଡ଼କ୍ଟ ବ୍ୟବହାର କରିଥିବେ କିନ୍ତୁ କଣ ଆପଣଙ୍କୁ ଜଣା ଯେ ଏହି ଉତ୍ପାଦରେ ଚାରକୋଲ ବ୍ୟବହାର କରାଯାଏ । ଯଦି ନାହିଁ ତ ଆଜି ଆମେ ଆପଣଙ୍କଉ ଜଣେଇଦେବୁ ଯେ ଚାରକୋଲର ଅନେକ ପ୍ରକାର ବ୍ୟୁଟି ଫାଇଦା ରହିଛି। ଏହା ସ୍କିନର ସମସ୍ତ ପ୍ରୋବ୍ଲେମରୁ ଆପଣଙ୍କୁ ମୁକ୍ତି ଦେଇପାରେ । ଆସନ୍ତୁ ଜାଣିବା ଚାରକୋଲ ଦ୍ଵାରା ଆପଣ କିପରି ନିଜର ତ୍ଵଚାକୁ ସୁନ୍ଦର କରିପାରିବେ । ପ୍ରକୃତରେ ଏହା ଅସଲି କୋଇଲା ନୁହେଁ କାରଣ ଅସଲି କୋଇଲା ତ ଆପଣଙ୍କ ଚେହେରାକୁ ଆହୁରି କଳା କରିଦେବ। ଏହା ଆକ୍ଟିଭେଟେଡ ଚାରକୋଲ ଅଟେ ଯାହା କେବଳ ଆପଣଙ୍କ ରଙ୍ଗକୁ ସୁଧାରିବାର କାର୍ଯ୍ୟରେ ଆସିଥାଏ ।
ଏହି ଆକ୍ଟିଭେଟେଡ ଚାରକୋଲର ଉପଯୋଗ ଦ୍ଵାରା ଆପଣ ଫେସମାସ୍କ, ସାବୁନ, ସ୍କ୍ରବ୍ସ ଓ କ୍ଲିଞ୍ଜର ରୂପରେ ମଧ୍ୟ କରିପାରିବେ । କୁହାଯାଏ ଯେ ଯଦି ଏହାକୁ ଚେହେରାରେ ବ୍ୟବହାର କରାଯାଏ ତେବେ ଏହା ଆପଣଙ୍କ ଚେହେରାର ମଳିକୁ ଚୁମ୍ବକ ଭଳି ବାହାର କରିଦେବ। ଏହାର ପ୍ୟାକକୁ ଆପଣ ମାର୍କେଟରୁ ମଧ୍ୟ କ୍ରୟ କରିପାରିବେ । ଏହା ବଜାରରେ ଆପଣଙ୍କୁ ଭିନ୍ନ ଭିନ୍ନ ବ୍ରାଣ୍ଡରେ ମିଳିଯିବ ।
ଯଦି କାହାର ବ୍ଲାକହେଡ୍ସର ସମସ୍ୟା ରହିଛି ତେବେ ସେହି ବ୍ୟକ୍ତିଙ୍କୁ ଏହାର ବ୍ୟବହାର ନିଶ୍ଚିତ କରିବା ଉଚିତ ।
ଏକ୍ଟିଭେଟେଡ ଚାରକୋଲର ଉପଯୋଗ ଦ୍ଵାରା ଆପଣ ନିଜର ଚେହେରାର ବ୍ରଣକୁ ମଧ୍ୟ ଭଲ କରିପାରିବେ, ଏହାକୁ ନିଜର ଚେହେରା ଉପରେ ପ୍ରତିଦିନ ବ୍ୟବହାର କରନ୍ତୁ ବ୍ରଣ କିଛି ଦିନରେ ଠିକ ହେବାରେ ଲାଗିବା । ଏକ୍ଟିଭେଟେଡ ଚାରକୋଲ ଆପଣଙ୍କ ଚେହେରାର ସମସ୍ତ ତ୍ଵଚା କୁ ପୂର୍ଣ୍ଣ ରୂପରେ ସଫା କରି ମଳିକୁ ବାହାର କରିଦିଏ ଯାହାଦ୍ଵାରା ଆପଣଙ୍କ ଚେହେରା ତ ଚମକି ଉଠେ ତାସହ ଚେହେରାରେ ବ୍ରଣ ହୁଏ ନାହିଁ ।
କେବେକେବେ ଆପଣ ଦେଖିଥିବେ ଯେ ଆପଣଙ୍କ ଫେସର ପୋର୍ସ ବହୁତ ଅଧିକ ଖୋଲିଯାଏ ଯାହାକି ଚେହେରାରେ ବହୁତ ବେକାର ଲାଗେ, ଏହି ଅସୁବିଧାରୁ ମୁକ୍ତି ପାଇବା ନିମନ୍ତେ ଆପଣ ନିୟମିତ ଚରକୋଲର ଉପଯୋଗ କରନ୍ତୁ, ଶୀଘ୍ର ବ୍ଲକ ହୋଇଯିବ ।