February 6, 2025

Odia Express

Here, There and Everywhere

କଳିଯୁଗ ଶେଷରେ କେବଳ 4 ଇଞ୍ଚର ହେବ ମଣିଷ, ଜାଣନ୍ତୁ ସେତେବେଳେ କିପରି ହେବ ମନୁଷ୍ୟ ଅବସ୍ଥା….

ଶାସ୍ତ୍ରରେ ଯୁଗ ବିଷୟରେ ବିସ୍ତାରପୂର୍ବକ କୁହାଯାଇଛି  ଯେଉଁଥିରେ ଦ୍ଵାପର ଯୁଗ, ତ୍ରେତୟା ଯୁଗ, ସତ୍ୟ ଯୁଗ ଓ କଳିଯୁଗର ବିବରନ୍ତି ମିଳିଥାଏ । ଭଗବାନ ପୂରାଣରେ କଳିଯୁଗ ବିଷୟୟରେ ବିସ୍ତାରପୂର୍ବକ ସୁଖାଦେବ ବର୍ଣ୍ଣନ କରିଛନ୍ତି । ଆଜିର ସମୟରେ ଯାହାକିଛି ଘଟିତ ହେଉଛି ତାହା ସବୁ ଭାଗବତ ପୂରଣରେ କୁହାଯାଇ ସାରିଛି । କଳିଯୁଗରେ ଆଗକୁ କଣ ସବୁ ଘଟିତ ହେବାକୁ ଯାଉଛି ଓ କଳିଯୁଗ ସମାପ୍ତ ହେବା ପୂର୍ବରୁ ମଣିଷ ଅବସ୍ଥା କିପରି ରହିବ ଏ ବିଷୟରେ ବିସ୍ତାରପୂର୍ବକ ଭାଗବତ ପୁରାଣରେ ବର୍ଣ୍ଣନା କରାଯାଇଛି ।ବନ୍ଧୁଗଣ, ଆମେ ଆପଣଙ୍କୁ ଏହି ସୂଚନା ଦେଇଦେବୁ ଯେ ଯୁଗର ଅର୍ଥ ହୋଇଥାଏ ବର୍ଷର ଏକ ନିଶ୍ଚିତ ସମୟ ଅବଧି କିମ୍ବା ଆପଣ ତାହାକୁ କାଳ ଅବଧି ମଧ୍ୟ କହିପାରନ୍ତି । ପ୍ରତି ଯୁଗର ନିଜର ଭିନ୍ନ ଭିନ୍ନ ସ୍ଵତନ୍ତ୍ରତା ଅଛି ଯାହାର ବର୍ଣ୍ଣନା ଶାସ୍ତ୍ରରେ ମିଳିଥାଏ । ଶାସ୍ତ୍ର ବିଶେଷଜ୍ଞ ଙ୍କ ଅନୁଯାୟୀ ଏବେ ଯେଉଁ ଯୁଗ ଚାଲୁଅଛି ତାହା କଳିଯୁଗ ଅଟେ ମାନେ ଆମେ କଳିଯୁଗରେ ବଞ୍ଚିଛୁ । ଏହା ବର୍ତ୍ତମାନ କଳିଯୁଗର ପ୍ରଥମ ଚରଣ ଅଟେ । କିନ୍ତୁ ଯେମିତି କଳିଯୁଗ ନିଜର ଚରଣ ପୂର୍ଣ୍ଣ କରି ଚାଲିବ ସେମିତି ମନୁଷ୍ୟର ଜୀବନ ଉପରେ ତାହାର ପ୍ରଭାବ ଦେଖିବାକୁ ମିଳିବ ।

କଳିଯୁଗର କେବ ହେବ ଅନ୍ତ?

ଶାସ୍ତ୍ରରେ ସମୟ ଅବଧି ବିଷୟରେ ମଧ୍ୟ ବହୁତ ବିସ୍ତାରେ କୁହାଯାଇଛି । ଆମର ପିତୃଗଣଙ୍କର ଗୋଟିଏ ରାତ୍ରି ଆମର ଏକ ମାସ ହୋଇଥାଏ । ଯଦି ଦେବତାଙ୍କ କଥା କହିବା ତେବେ ତ ଯେବେ ଇଶ୍ଵରଙ୍କର ଗୋଟିଏ ଦିନ ଓ ଗୋଟିଏ ରାତ୍ରି ହୋଇଥାଏ ତ ମନୁଷ୍ୟର ଏକ ବର୍ଷ ହୋଇଥାଏ । ଏହିପରକର ଦେବତାଙ୍କର ଏକ ମାସ ମାନୁଷର 30ବର୍ଷ ସମାନ ହୋଇଥାଏ । ସେଠାରେ ଦେବତାଙ୍କର ଏକବର୍ଷ ମନୁଷ୍ୟଙ୍କର 360ବର୍ଷ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେ କଳିଯୁଗ 4,32,000ବର୍ଷର ଅଟେ ଯେଉଁଥିରେ ଏବେ 4,27,000ବର୍ଷ ବାକି ଅଛି । ଅର୍ଥ ଏହା ଯେ 4,27,000ବର୍ଷ ପରେ କଳିଯୁଗର ଅନ୍ତ ହେବା ନିଶ୍ଚିତଅଟେ। ଏହାପରେ ପୁଣି ସତ୍ୟଯୁଗର ଆଗମନ ହେବ ।

କଳିଯୁଗ ଅନ୍ତରେ କିପରି ହେବ ମନୁଷ୍ୟର ଅବସ୍ଥା – ବ୍ରହ୍ମ ପୁରାଣ ଅନୁଯାୟୀ କଳିଯୁଗର ଅବଧି 4,32,000ବର୍ଷ କୁହାଯାଇଛି ଯେଉଁଥିରେ ମନୁଷ୍ୟର ବୟସ 100ବର୍ଷ ରହିବ ଓ ଉଚ୍ଚତା ବିଷୟରେ କହିବୁ ତ ମନୁଷ୍ୟ କମସେ କମ 5.5 ଫୁଟର ହେବେ । ଯାହାକି କଳିଯୁଗର ଅନ୍ତ ହେବା ସମୟ ବେଳକୁ ମନୁଷ୍ୟ ଜାତିର ପତନ ହୋଇଯିବ । ଲୋକମାନଙ୍କ ମନରେ ପରସ୍ପର ପ୍ରତି ଦ୍ଵେଷ ଭାବନା ବଢିଚାଲିବ । କଳିଯୁଗ ର ଅନ୍ତ ହେବା ସହିତ ମନୁଷ୍ୟର ବୟସ ମାତ୍ର 13ବର୍ଷର ରହିଯିବ ଓ ମନୁଷ୍ୟର ଉଚ୍ଚତା ମାତ୍ର 4ଇଞ୍ଚର ରହିଯିବ । ମହିଳା ମାନେ ସ୍ଵଭାବତଃ ବହୁତ କଠୋର ହେବେ । କେବଳ ଧନୀ ବ୍ୟକ୍ତିଙ୍କ ପାଖରେ  ମହିଳା ମାନେ ରହିବେ । ମନୁଷ୍ୟର ସ୍ଵଭାବ ବିଷୟରେ କହିବୁ ତ ତାଙ୍କର ସ୍ଵଭାବ ଗଧ ଭଳି ହୋଇଯିବ ।

ପୃଥିବୀରେ କେବେ ହେବ କଳ୍କି ଅବତାର? – ଶାସ୍ତ୍ରରେ କଳ୍କି ଅବତାର ବିଷୟରେ କୁହାଯାଇଛି ଯେ ଯେବେ କଳିଯୁଗରେ ପାପର ବୋଝ ବହୁତ ଅଧିକ ବଢିଯିବ ତେବେ ଖରାପର ବିନାଶ କରିବା ପାଇଁ ଭଗବାନ ବିଷ୍ଣୁ କଳ୍କି ଅବତାର ନେଇ ପୃଥିବୀ କୁ ଆସିବେ । କଳ୍କି ଅବତାର କଳିଯୁଗ ରେ ସେତେବେଳେ ହେବ ଯେବେ କଳିଯୁଗର ଅନ୍ତିମ ଚରଣ ଚାଲୁଥିବ ।

ଭଗବାନ ବିଷ୍ଣୁଙ୍କର ଏହି ଅବତାର 64 କଳାରେ ପରିପୂର୍ଣ୍ଣ ହେବ । ପୁରାଣରେ କୁହାଯାଇଛି ଯେ ଭଗବାନ ବିଷ୍ଣୁ କଳ୍କି ରୂପରେ ଉତ୍ତରପ୍ରଦେଶ ର ମୁରାଦାବାଦ ଜିଲ୍ଲାର ସମ୍ଭଳ ନାମକ ସ୍ଥାନରେ ଅବତାର ନେବେ । ଏମିତିକି ପୁରାଣରେ ଏହି କଥାର ମଧ୍ୟ ଅବତାରଣା କରାଯାଇଛି ଯେ ଭଗବାନ ବିଷ୍ଣୁ ଏକ ତପସ୍ଵୀ ବ୍ରାହ୍ମଣ ଯାହାଙ୍କର ନାମ ବିଷ୍ଣୁଯଶା ହେବ ତାଙ୍କର ଏଠାରେ ଅବତାର ନେବେ ଓ ଦେବଦତ୍ତ ନାମକ ଘୋଡାରେ ସବାର ହୋଇ ପାପୀଙ୍କର ସର୍ବନାଶ କରିବେ ଓ ତାପରେ ଧର୍ମ ସ୍ଥାପନା କରିବେ ।

 

Leave a Reply

Your email address will not be published. Required fields are marked *