ବଡରୁ ବଡ ଦୁଃଖ କ୍ଷଣକରେ ଦୂର କରିଦେଇଥାଏ ଶିବଙ୍କର ଏହି ଲବଙ୍ଗ ବାଲା ଉପାୟ – ଏବେ କରିକି ଦେଖନ୍ତୁ…
ଦୁଃଖ ଏକ ଏପରି ବ୍ୟଥା ଅଟେ ଯାହା ସମସ୍ତଙ୍କ ଜୀବନରେ କେବେନାକେବେ କରାଘାତ ଅବଶ୍ୟ କରିଥାଏ । ଯେବେ ଦୁଃଖ ଆସେ ସେତେବେଳେ ଆମ ଜୀବନ ଧ୍ଵସ୍ତବିଧ୍ଵସ୍ତ ହେବାରେ ଲାଗେ। ଆମେ ମାନସିକ ଚାପକୁ ଚାଲିଯାଉ ଏହା ଭାବି ଥାଉ ଯେ କେବେ ଆମକୁ ଏହି ଦୁଃଖରୁ ତ୍ରାହି ମିଳିବ । ଏହା ମଧ୍ୟ ନୁହେଁ ଯେ ଆମେ ଏହି ଦୁଃଖରୁ ପିଛା ଛଡେଇବାର ପ୍ରୟାସ କରିନଥାଉ କିନ୍ତୁ ଅନେକଥର ଲକ୍ଷେ ଚେଷ୍ଟା ପରେ ମଧ୍ୟ ଏହି ଦୁଃଖ ଆମ ପିଛା ଛାଡିବାର ନାଁ ନେଇନଥାଏ। ଏମିତିରେ ଆମର ଶେଷ ଆଶା ଭଗବାନ ହିଁ ହୋଇଥାନ୍ତି । ପ୍ରତିଦିନ କୋଟିକୋଟି ଲୋକ ନିଜ ଦୁଃଖରୁ ମୁକ୍ତି ପାଇବା ନିମିତ୍ତ ଭଗବାନ ଶିବଙ୍କର ଆରାଧନା କରନ୍ତି । ଭଗବାନ ଶିବ ଦୁନିଆର ସବୁଠାରୁ ଶକ୍ତିଶାଳୀ ଶକ୍ତି ମଧ୍ୟରୁ ଏକ ଅଟନ୍ତି । କୁହନ୍ତୁ ସେ ବ୍ରହ୍ମା ଓ ବିଷ୍ଣୁଙ୍କ ସହିତ ମିଶି ସୃଷ୍ଟିର ରଚନା କରିଛନ୍ତି। ଏହି କାରଣ ଅଟେ ଯେ ଭାରତରେ ମଧ୍ୟ ଆପଣଙ୍କୁ ଶିବମନ୍ଦିର ସବୁଠାରୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଥାଏ ।
ଆପଣ ଏହା ପୂର୍ବରୁ ଅନେକଥର ଶିବଙ୍କ ଉପାସନା କରିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଅଦ୍ଵିତୀୟ ଉପାୟ କହିବାକୁ ଯାଉଛୁ ଯାହାକୁ ପ୍ରଯୋଗରେ ଆଣି ଆପଣଙ୍କ ସମସ୍ତ ଦୁଃଖ କ୍ଷଣକରେ ଦୂର କରିପାରିବେ । ଏହି ଉପାୟକୁ କରିବା ପାଇଁ ଆପଣ ସୋମବାର ଦିନ ସକାଳେ ଶୀଘ୍ର ଉଠି ସ୍ନାନକରି ପ୍ରସ୍ତୁତ ହୋଇଯାନ୍ତୁ । ଏହାପରେ ଲାଲରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏବେ ଶିବଙ୍କର ଏକ ପ୍ରତିମା ଆଗରେ ଦୁଇଟି ଘିଅର ଦୀପ ପ୍ରଜ୍ଜ୍ଵଳନ କରନ୍ତୁ। ଏହାପରେ ଏକ ଲାଲ କପଡା ତାଙ୍କ ସମ୍ମୁଖରେ ବିଛେଇ ଦିଅନ୍ତୁ । ଏହି କପଡାଉପରେ 7ଟି ଲବଙ୍ଗ ରଖନ୍ତୁ । ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ଏହି ଲବଙ୍ଗ ଗୋଟା ହୋଇଥିବ । ଅର୍ଥାତ ଭାଙ୍ଗି ନଥିବ। ଏହି ଲାଲ କପଡା ଉପରେ ଗୋଟାଗୁଆ, ନଡିଆ ଥାଇ କଳସ ଓ ସାତଟି ଅଗରବତୀ ଲଗେଇଦିଅନ୍ତୁ ।
ଏବେ ଆପଣଙ୍କୁ ଥର ଥର କରି ଲାଲ କପଡା ଉପରେ ଥିବା ସମସ୍ତ ସାମଗ୍ରୀର ପୂଜା କରିବାକୁ ହେବ । ଏଥିପାଇଁ ଆପଣ ହଳଦୀ, ଚାଉଳ, ଅବିର ଓ କୁମକୁମ ଇତ୍ୟାଦିର ବ୍ୟବହାର କରିପାରନ୍ତି । ଏବେ ଶିବଙ୍କର ଆରତି କରନ୍ତୁ। ଅରନ୍ତି ସମାପ୍ତ ହେବାପରେ ପ୍ରଥମ ଆରତି ଶିବଙ୍କୁ ଦିଅନ୍ତୁ ଓ ଦ୍ଵିତୀୟ ଆରତି ଲାଲ କପଡାରେ ଥିବା ସମସ୍ତ ସାମଗ୍ରୀକୁ ଦିଅନ୍ତୁ । ଏହାପରେ ସାତଟି ଲବଙ୍ଗ ନିଜର ଡାହାଣ ହାତରେ ଧରନ୍ତୁ ଓ ହାତ ବନ୍ଦ କରି ମୁଠି କରନ୍ତୁ । ଏବେ ଏହି ମନ୍ତ୍ରକୁ 7ଥର ଜପ କରନ୍ତୁ – ଓମ ତ୍ରୟମ୍ବକଂ ୟଜାମହେ ସୁଗନ୍ଧିମ ପୁଷ୍ଟି ବର୍ଦ୍ଧନମ। ଉର୍ବାରୁକମିବ ବନ୍ଧନାନ ମୃତ୍ୟୋରମୁକ୍ଷୀୟ ମାମୃତାତ ॥
ଏହାପରେ ନିଜର ବାଧାବିଘ୍ନ କିମ୍ବା ଦୁଃଖ ଶିବଙ୍କୁ ଜଣାନ୍ତୁ। ଏବେ ଏକ ଲବଙ୍ଗ ନିଜ ମୁହଁରେ ଶିବଙ୍କ ନାମ ନେଇ ରଖନ୍ତୁ। ବାକି 6ଟି ଲବଙ୍ଗ ଆପଣ ଏକ ଡବାରେ କିମ୍ବା କୌଣସି ଅନ୍ୟ ଜିନିଷରେ ସମ୍ଭାଳିକରି ଶିବଙ୍କ ପାଖରେ ରଖିଦିଅନ୍ତୁ । ଏହି ବାକି ଲବଙ୍ଗ ଗୁଡିକୁ ଆପଣଙ୍କୁ ପ୍ରତ୍ୟେକ ସୋମବାର ଦିନ ଖାଇବାକୁ ହେବ। ଅର୍ଥାତ 7ସୋମବାରରେ ଏହି 7ଟି ଲବଙ୍ଗ ଆପଣଙ୍କୁ ଖାଇବାକୁ ହେବ । ଯେବେ ମଧ୍ୟ ଆପଣ ଲବଙ୍ଗ ଖାଇବେ ତା ପୂର୍ବରୁ ଶିବଙ୍କର ଧ୍ୟାନ କରନ୍ତୁ ଓ ତାଙ୍କ ସହିତ ନିଜ ଦୁଃଖର ଚର୍ଚା ମଧ୍ୟ କରନ୍ତୁ ।
ସୋମବାର ଦିନ ଆପଣଙ୍କୁ ଶିବଙ୍କର ପୂଜା ସକଳ ଓ ସନ୍ଧ୍ୟା ସମୟରେ କରିବାକୁ ହେବ । ଏହାସହିତ ଆପଣ ସୋମବାରକୁ ଉପବାସ ମଧ୍ୟ ରଖିପାରନ୍ତି । ଏହି ଉପାୟ ମୋଟ 7 ସୋମବାର ଚାଲିବ। ଏହି ସମୟ ମଧ୍ୟେ ଆପଣ କୌଣସି ପ୍ରକାର ନିଶାସେବନ କିମ୍ବା ଆମିଷ ଜାତୀୟ ପଦାର୍ଥର ସେବନ କରିବେ ନାହିଁ। ଯଦି ଆପଣ ଏହି ଉପାୟ ପୂର୍ଣ୍ଣ ବିଧହୀ ଓ ଶ୍ରଦ୍ଧାର ସହିତ କରନ୍ତି ତେବେ ଆପଣଙ୍କୁ ନିଜ ଦୁଃଖରୁ ରକ୍ଷା ଅବଶ୍ୟ ମିଳିବ ।