ବିରାଟଙ୍କ ସେନାଙ୍କୁ ବାରବାଟୀରେ ଲାଗିଲା ବଡ ଝଟକା ,ଏହି ବଡ ଖେଳାଳି ଟିମ୍ ରୁ ବାହାର ହେଲେ, ଏହି ଖେଳାଳି ଙ୍କୁ ମିଳିଲା ଜାଗା..
1 min readଭାରତୀୟ ଟିମ୍ କୁ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ତୃତୀୟ ଏବଂ ନିର୍ଣ୍ଣାୟକ ମୁକାବଲା ପୁର୍ବରୁ ଏକ ବଡ ଝଟକା ଲାଗିଛି । ଦ୍ରୁତ ବୋଲର୍ ଦୀପକ ଚାହର୍ ପିଠିରେ ଗଭୀର ଯନ୍ତ୍ରଣା କାରଣରୁ ଟିମ୍ ରୁ ବାହାର କରିଦିଆଯାଇଛି , ତାଙ୍କର ଜାଗାରେ ନବଦ୍ୱୀପ ସୈନି ଙ୍କୁ ଟିମ୍ ରେ ସାମିଲ୍ କରାଯାଇଛି , ସୈନୀ କଟକର ବାରବାଟି ଷ୍ଟାଡିୟମରେ ହେବାକୁ ଥିବା ନିର୍ଣ୍ଣାୟକ ମୁକାବଲା ପୂର୍ବରୁ ଭାରତୀୟ ଟିମ୍ ସହ ଯୋଡି ହେବେ , ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ(ବିସିସିଆଇ) ଗୁରୁବାରକୁ ଏହି ବୟାନ ଜାରି କରି ସୁଚନା ଦେଲେ ।ବିସିସିଆଇ ଅନୁସାରେ ବୁଧବାରକୁ ବିଶାଖାପଟ୍ଟନମ୍ ରେ ଖେଳାଯାଇଥିବା ଦ୍ୱିତୀୟ ଏକଦୀବସୀୟ ମୁକାବଲା ପରେ ଦୀପକ ଚାହରଙ୍କ ପିଠିର ତଳ ଭାଗରେ ହାଲକା ଯନ୍ତ୍ରଣା ଅନୁଭବ କରିଥିଲେ ,
ବିସିସିଆଇ ର ମେଡିକାଲ୍ ଟିମ୍ ତାଙ୍କର ଯାଞ୍ଚ କରି ଉପଦେଶ ଦେଲେ କି ପୁରା ଭାବେ ଠିକ୍ ହେବା ପାଇଁ ଦ୍ରୁତ ବୋଲର୍ ଟିକିଏ ଆରାମ କରିବାର ଦରକାର ଅଛି ।ଏହି ପ୍ରକାରର ତାଙ୍କୁ ଅନ୍ତିମ ଏକଦୀବସୀୟ ମ୍ୟାଚ୍ ରୁ ବାହାର କରିଦିଆଯାଇଛି । ଉଲ୍ଲେଖନୀୟ ଅଟେ କି ଭାରତ ଓ ୱେଷ୍ଟଇଣ୍ତିଜା ମଧ୍ୟରେ ତିନୋଟି ମ୍ୟାଚ୍ ର ଏକ ଦୀବସୀୟ ଶୃଙ୍ଖଳାରୁ ଖେଳାଯାଇଛି , ଶୃଙ୍ଖଳାର ଏବେ ଦୁଇଟି ମୁକାବଲା ହୋଇସାରିଛି , ପ୍ରଥମ ମ୍ୟାଚ୍ ଅତିଥି ଟିମ୍ ୱେଷ୍ଟଇଣ୍ତିଜ୍ ଜିତିଥିଲେ, ଯେବେ କି ଦ୍ୱିତୀୟ ଭାରତୀୟ କ୍ରିକେଟ୍ ଟିମ୍ ଜିତିଛନ୍ତି , ଏହି ପରି ଶୃଙ୍ଖଳା ୧-୧ ରେ ବରାବର ଅଛି , ଶୃଙ୍ଖଳାର ଶେଷ ଏବଂ ନିର୍ଣ୍ଣାୟକ ମୁକାବଲା ରବିବାରକୁ କଟକର ବାରବାଟି ଷ୍ଟାଡିୟମରେ ଖେଳାଯିବ
ତେବେ ଏହି ମ୍ୟାଟ ଟି ସିରିଜ ର ଅନ୍ତିମ ମ୍ୟାଚ ହେଇଥିବାରୁ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର | ତେବେ ଏହା ଓଡିଶା ପାଇଁ ଅଧିକ ନଜର ରହିଛି | ଓଡ଼ିଶାର ଖେଳାପ୍ରେମୀ ମାନେ ଏହି ଖେଳାକୁ ଦେଖିବା ପାଇଁ ଖୁବ ଅନେଇ ବସିଛନ୍ତି କାରଣ ଏହା ଓଡ଼ିଶରା ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି | ତେବେ ଏଠାରେ ଭାରତ ବିଜୟଲାଭ କରି ସିରିଜ କୁ ଅକ୍ତିଆର କରିବା ବୋଲି ଆଶା କରୁଛନ୍ତି ବିରାଟ ବାହିନୀ | ତେବେ ଦୀପକ ଚହର ଙ୍କ ଅନୁପସ୍ଥିତି ନିଶ୍ଚିତ ଭାବରେ ପ୍ରଭାବ ପକେଇ ପରେ | ଦେଖିବା ପାଇଁ ବାକି ରହିଲା ୨୨ ତାରିଖ ମ୍ୟାଚ ରେ କଣ ହେବାକୁ ଯାଉଛି