November 19, 2024

Odia Express

Here, There and Everywhere

ମହିଳାମାନେ ଯଦି ଏହି କାମ କରନ୍ତି ତେବେ ଘର ବର୍ବାଦ୍ ହେଇଯିବ ,ଘରେ ମା ଲକ୍ଷ୍ମୀ ଙ୍କ ରାଗ ଆସିଥାଏ…ମହିଳା ମାନେ ଭୁଲ ରେ ମଧ୍ୟ ଏହି କାମ କରନ୍ତୁ ନାହିଁ..

ଏମିତି କୁହାଯାଏ କି ଗୋଟେ ସ୍ତ୍ରୀ କେଉଁ ଘରକୁ ସ୍ୱର୍ଗ କିମ୍ବା ନର୍କ ବନାଇଦେଇପାରେ , ସ୍ତ୍ରୀକୁ ଘରର ଲକ୍ଷ୍ମୀର ସ୍ୱରୁପ ବୋଲି ମାନାଯାଏ , ଏଥିପାଇଁ ଯେଉଁ ସ୍ତ୍ରୀ ଏପରି କରିଥାଏ ତାର ପୁରା ଘର ଉପରେ ପ୍ରଭାବ ପକାଇଥାଏ , ଆପଣ ଏହି କାହାବତ ତ ଶୁଣିଥିବେ କି ପୁରୁଷର ସଫଳତା ପଛରେ ଏକ ସ୍ତ୍ରୀର ହାତ ରହିଥାଏ । ସେ ମା ହେଉ କିମ୍ବା ଭଉଣୀ , କିମ୍ବା ସ୍ତ୍ରୀ ରୁପରେ ବି ହୋଇପାରେ , ଏମିତିରେ ଶାସ୍ତ୍ରରେ କୁହାଯାଉଛି କି କିଛି କର୍ମ ଏପରି ଅଛି ଯାହା ସ୍ତ୍ରୀମାନଙ୍କ ଦ୍ୱାରା କରିଲେ ପୁରୁଷଙ୍କ ପ୍ରଗତିରେ ପ୍ରଭାବିତ କରିଥାଏ , ଏଥିପାଇଁ ଶାସ୍ତ୍ରରେ କିଛି କାମକୁ ସ୍ତ୍ରୀମାନେ କରିବାକୁ ବାରଣ କରାଯାଇଛି , ସେମାନେ ଯଦି ସେହି କାମ ଗୁଡିକ କରନ୍ତି ତେବେ ଘରେ ଗୃହ କଳହ ଉତ୍ପନ୍ନ ହୋଇଥାଏ । ଆମର ଭାରତୀୟ ସମାଜରେ ଜଣେ ସ୍ତ୍ରୀର ଏହି ଆଶା ଥାଏ କି ସେ ପରିବାରର ମର୍ଯ୍ୟଦା ବନାଇରଖିଥାଉ , ଯଦି ସେ ମର୍ଯ୍ୟଦାକୁ ଲଙ୍ଘିଥାଏ ତେବେ ପରିବାରର ବର୍ବାଦ ହେବାର କାରଣ ହୋଇଥାଏ ।

୧) ମଦ୍ୟ ପାନ କରିବା : ମଦ୍ୟପାନ କରିବା ମଣିଷ ପାଇଁ ହାନିକାରକ ହୋଇଥାଏ , ସେ ସ୍ତ୍ରୀ ହେଉ କିମ୍ବା ପୁରୁଷ ମଦ ଏକ ଘରକୁ ପୁରା ଉଜାଡି ଦେଇଥାଏ , ସେମିତି ଶାସ୍ତ୍ରରେ ମଦପାନ କରିବା ରାକ୍ଷାସଙ୍କ ପ୍ରବୃତି ବୋଲି ଜଣାଯାଏ , ସ୍ତ୍ରୀଙ୍କୁ ଲକ୍ଷ୍ମୀଙ୍କର ସ୍ୱରୁପ ବୋଲି ଜଣାଯାଏ , ଏମିତିରେ ଯଦି ଘରର ଲକ୍ଷ୍ମୀ ମଦ ପାନ କରେ ତେବେ ଘରର କଣ ଅବସ୍ଥା ହେବ ତାହା ଆପଣ ଜାଣିପାରିବେ  ଶାସ୍ତ୍ରରେ ମହିଳାଙ୍କୁ ମଦ ସେବନ କରିବା ବିଲକୁଲ୍ ନିଷେଧ କରାଯାଈଛି , ଏମିତି ମାନ୍ୟତା ଅଛି କି ଯଦି ସ୍ତ୍ରୀ ମଦ ପିଇକରି କିଛି ଓଲଟା ସିଧା ହରକତ କରନ୍ତି ତେବେ ସମାଜରେ ମାନ ମର୍ଯ୍ୟଦା ଉପରେ ଆଘାତ ପହଞ୍ଚାଇଥାଏ , ଯାହାର କାରଣରୁ ପରିବାରର ବଦନାମୀ ହୋଇଥାଏ , ଏଥିପାଇଁ ସ୍ତ୍ରୀଙ୍କୁ ମଦପାନ କରିବା ଉଚିତ୍ ନୁହେଁ ।

୨) ପର ପୁରୁଷଙ୍କ ସହ ବନ୍ଧୁତା : ଆମର ଭାରତୀୟ ସମାଜରେ ପୁଅ ଓ ଝିଅଙ୍କର ବନ୍ଧୁତା ଠିକ୍ ବୋଲି ମାନାଯାଏନାହିଁ , ସେମିତି ସ୍ତ୍ରୀଙ୍କୁ ପତିବ୍ରତା ନାଁରେ ଜଣାଯାଏ , ଜଣେ ସ୍ତ୍ରୀ ନିଜ ସ୍ୱାମୀ ଓ ବାପା ପୁଅ ଓ ଭାଇ ଛଡା ଓ କେଉଁ ପୁରୁଷ ସହ କଥା ହୋଇପାରିବେ ନାହିଁ , ଏମିତି କରିବାରେ ନିଷେଧ କରାଯାଇଛି , ମାନାଯାଇଛି କି ଜଣେ ସ୍ତ୍ରୀ ପର ପୁରୁଷ ସହ ବନ୍ଧୁତା କରିବା ଦ୍ୱାରା ପରିବାରରେ ସଙ୍କଟ ଉତ୍ପନ୍ନ କରିଥାଏ , ଏଥିପାଇଁ ନିଜ ପରିବାରର ଏହି ସଙ୍କଟରୁ ଦୁର ରଖିବାର ସବୁ ନିୟମ ପାଳନ କରିବାକୁ ହେବ , ଏହି ସମାଜରେ କିଛି ଏପରି ପୁରୁଷ ଅଛନ୍ତି ଯିଏକି ନିଜ ଫାଇଦାପାଈଁ ସ୍ତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତି , ଏମିତି ପୁରୁଷଙ୍କ ଠାରୁ ମହିଳା ଦୁରେଇ ରହିବା ଉଚିତ୍ ।

୩) ବିନା କାରଣରେ ଏପଟ ସେପଟ ବୁଲିବା : ଏମିତି ମାନାଯାଏ କି ସ୍ତ୍ରୀଙ୍କୁ ବିନା କୌଣସି କାରଣରେ ଏପଟ ସେପଟ ବୁଲିବା ଉଚିତ୍ ନୁହେଁ , ଯେଉଁଠି ଏପରି ନିୟମ ସବୁ ଘରେ କରାଯାଇଛି, ଜଣେ ସ୍ତ୍ରୀ ବିନା ଘର ଲୋକଙ୍କୁ କହି କେଉଁ ଆଡେ ଯିବେ ନାହିଁ , ଯଦି କେଉଁ ସ୍ତ୍ରୀ ଏପରି କାର୍ଯ୍ୟ କରେ ତେବେ ତାହା କଳହର କାରଣ ହୋଇଥାଏ । ଏହା ଛଡା ବିବାହିତ ସ୍ତ୍ରୀଙ୍କ ପାଇଁ ଏହି ନିୟମ ବି ଅଛି,  ବିନା ସ୍ୱାମୀଙ୍କ ଅନୁମତିରେ ସେ କୁଆଡେ ଯିବା ଅନୁଚିତ୍ ।

୪) ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ମହିଳା : ଆମର ସମାଜରେ ସ୍ତ୍ରୀର ପରିଚୟ ତାର ସ୍ୱାମୀ ଦ୍ୱାରା ହୋଇଥାଏ , ଯେବେ ଗୋଟେ ସ୍ତ୍ରୀ ବିବାହ କରିନିଏ ତେବେ ସେ ଆଶା କରିଥାଏ କି ଶଶୁର ଘରେ ସେ ଖୁସିରେ ରହୁ , ଏହା ସହ ସେ ନିଜ ସ୍ୱାମୀ ଓ ଶଶୁର ଶାଶୁଙ୍କ ସେବା କରୁ , ଏମିତିରେ ସେହି ସ୍ତ୍ରୀକୁ ଏପରି କିଛି ଅଘଟଣ ହେଲେ କେବେ ବି ନିଜ ଶଶୁର ଘର ଛାଡିଯିବା ଉଚିତ୍ ନୁହେଁ , ବହୁତଥର ଏପରି ହୋଇଥାଏ କି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କିଛି କଥାକୁ ନେଇ କଥା କଟାକଟୀ ହୋଇଯାଏ , ଯାହା ଦ୍ୱାରା କିଛି ସ୍ତ୍ରୀ ଲୋକ ନିଜ ସ୍ୱାମୀଙ୍କୁ ଛାଡି ଚାଲି ଆସନ୍ତି , ଆମର ସମାଜରେ ସ୍ତ୍ରୀ ସ୍ୱାମୀଙ୍କୁ ଛାଡି ଯିବା ଭଲ ହୋଇନଥାଏ , ଯଦି ଏମାନେ ଏପରି କରନ୍ତି ସେମାନେ ସମାଜରେ ଚରିତ୍ରହିନା ମହିଳା ହିସାବରେ ପରିଗଣିତ ହୁଅନ୍ତି ।

Leave a Reply

Your email address will not be published. Required fields are marked *