ଏହି ବାବା ମୁକେଶ ଅମ୍ବାନୀଙ୍କ ଠାରୁ ବି ଅଟନ୍ତି ବଡ ବିଜନେସ୍ ମ୍ୟାନ୍ , ହସିବାର ପୁର୍ବରୁ ପୁରା ଖବର ଭଲ ଭାବେ ପଢିନିଅନ୍ତୁ…
ମୋର ଧନ ନେଇଯାଅ , ମୋର ସଂମତ୍ତି ବି ନେଇଯାଅ , ମୋତେ ମୋର ଯୁବାବସ୍ଥା ମୋତେ ଫେରାଇଦିଅ , ମୋତେ ମୋର ଛୁଆ ବେଳରେ କାଗଜ ଡଙ୍ଗା ଓ ସେହି ବର୍ଷାର ପାଣି ଖେଳିବାର ସୁଖ ଫେରାଇଦିଅ, ଆପଣ ଏହି ଲାଇନ୍ ବୋଧେ ଆଗରୁ ଶୁଣିଥିବେ , ଛୁଆ ବେଳର କିଛି କଥା ଯାହାକୁ ନେଇ ବ୍ୟକ୍ତି ବଞ୍ଚିବାକୁ ଆଉଥରେ ଚେଷ୍ଟା କରେ , ଆଜି ଆମେ ଆପଣଙ୍କୁ ଛୁଆବେଳର ସହ ଯୋଡି ହୋଇଥିବା ଏମିତି ଏକ ସ୍ମୃତି ବିଷୟରେ ଅବଗତ କରାଇବୁ , ଯାହା ଆପଣ ଜାଣିବା ବହୁତ ଜରୁରୀ ଅଟେ , ଆଜି ଆମେ ଆପଣଙ୍କୁ କମଳା ଗୋଲି ସେହି ବାବାଙ୍କ ବିଷୟର କହିବୁ , ଯିଏକି ସେହି କମଳାର ଚକଲେଟ୍ କୁ ବହୁତ ଆନନ୍ଦର ସହ ଖାଉଥିଲେ ।
ଏହି ପିଢିରେ ବୋଧେ କେହି ଛୁଆ ଥିବ ଯିଏକି ଛୁଆ ବେଳେ ଖଟ୍ଟା ମିଠାର ଗୋଲି ଖାଇନଥିବ , ଛୁଆ ସମୟର ସାଥେ ସାଥେ ବଡ ହୁଅନ୍ତି , ବହୁତ ଲୋକଙ୍କର ବି ବିବାହ ହୋଇସାରିଛି, ଏହି ବାବା କମଳାର ସେହି ଚକଲେଟ୍ ସ୍ୱାଦ ପାଇଥିବା ଛୁଆ ଆଜି ଜବାନ ହୋଇସାରିଛନ୍ତି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏତେ ବର୍ଷ ହେଲା ଏହି ବାବା ଆଜି ବି କମଳାର ଚକଲେଟ୍ ବିକ୍ରି କରୁଛନ୍ତି , ଓ ଏହାକୁ ସମସ୍ତେ କିଣୁଛନ୍ତି ସେ ବଡ ହୁଅନ୍ତୁ କିମ୍ବା ଛୁଆ ହୁଅନ୍ତୁ ।
ଆମେ କଥା ହେଉଛେ ଗ୍ୱାଲିୟରର ମଧ୍ୟପ୍ରଦେଶରେ ରହୁଥିବା ୯୧ ବର୍ଷୀୟ ବୟସ୍କ ବ୍ୟକ୍ତି ମୁଳଚନ୍ଦ ସୋନୀ ପରାତଙ୍କ ବିଷୟରେ , ମୁଳଚନ୍ଦ ବହୁତ ବର୍ଷ ପୁର୍ବରୁ କମଳାର ଚକଲେଟ୍ କରିବାର ବିଜନେସ୍ ଆରମ୍ଭ କରିଥିଲେ , ବୋଧେ ଛୁଆ ବେଳେ ଏହି ଚକଲେଟ୍ ଖାଇଥିବେ , କିନ୍ତୁ ଏତେ ବର୍ଷ ପରେ ଏବେ ସମୟ ବହୁତ ବଦଳିଯାଇଛି, ଓ ଆଜି ବି ବୟସ୍କ ବ୍ୟକ୍ତି ଜଣଙ୍କ ଏହି କମଳାର ଚକଲେଟ୍ ବିକ୍ରି କରୁଛନ୍ତି , ଏବେ ସେ ଏହାକୁ ନିଜର ବିଜନେସ୍ ଓ ଚଳିବାର ଜରିଆ ବନେଇସାରିଲେଣି ।
ସହରର ଲୋକେ ଏହି ବାବାଙ୍କର କମଳା ଚକଲେଟ୍ ଖାଇବା ସହ ବାବାଙ୍କୁ ବହୁତ ଇଜ୍ଜତ ଦିଅନ୍ତି , ଗ୍ୱାଲିୟର୍ ସ୍ଥିତ ବାଲାବାଇ ବଜାରରେ ଏହି ବାବା ରହୁଛନ୍ତି , ପ୍ରାୟ ୯୧ ବର୍ଷ ହୋଇଯାଇଥିବା ମୁଳଚନ୍ଦ କମଳାର ଚକଲେଟ୍ ବିକ୍ରି କରୁଥିବାର ନଜର ଆସେ ,କହିଦେବୁ କି ମୁଳଚନ୍ଦ ସୋନୀଙ୍କ ବୟସରେ ଏହି କାମ କରିଛନ୍ତି , ମୁଳଚନ୍ଦ ସୋଣି ସେମିତି ଅଧିକା ପଇସା ନ କମେଇ ପାରନ୍ତୁ , କିନ୍ତୁ ତାଙ୍କୁ ସ୍ନେହ ଓ ପ୍ରେମରେ ବିଜନେସ୍ କରିଛନ୍ତି , ମୁଳଚନ୍ଦ ସୋନୀ ନିଜ ପାଇଁ ପଇସା ନୁହେଁ ଇଜ୍ଜତ କମାଇଛନ୍ତି , ଏଥିପାଇଂ ସେ ଅମ୍ବାନୀଙ୍କ ଠାରୁ ବଡ ବିଜନେସ୍ ମ୍ୟାନ୍ ହୋଇପାରିଛନ୍ତି ।