ବାଇକ୍ ଚୋରୀ କରିବାର ୨ ଦିନ ପରେ ଏକ ଚିଠି ସହ ବାଇକ୍ ସେହି ସ୍ଥାନରେ ଛାଡିଦେଇଗଲା ଚୋର ,ଚିଠି ରେ ଏପରି କାରଣ ଲେଖା ଥିଲା ଯେ ଆପଣ ଚକିତ ହେଇଯିବେ…
ଯେବେ କାହାର ନିଜ ଜିନିଷ ଚୋରୀ ହୋଇଯାଏ ତେବେ ରକ୍ତ୍ ଗରମ ହୋଇଯାଏ , ଏବେ ଖାଲି ଆମେ ଚୋରର ପତ୍ତା ବାହାର କରିବାରେ ବାହାରିଯାଉ , ଏହି ସବୁ ଜାଣିକରି ଏବେ ଜିନିଷ ମିଳିବ ମୁସକିଲ୍ ଅଟେ , କିନ୍ତୁ ଏହା ପରେ ବି ପୋଲିସ୍ ସାହାଯ୍ୟରେ ଜିନିଷ ଖୋଜିବାକୁ ଚେଷ୍ଟା କରନ୍ତି , ଚୋର ଠୁ ନେଇକରି ମନରେ ଏହା ଆଶା ରଖିଥାଉ କି ଆପଣଙ୍କୁ ନିଜ ଜିନିଷ ମିଳିଯାଉ ତାପରେ ସେହି ଚୋରର ମର୍ଡର କରିଦେବୁ , କିନ୍ତୁ ଆଜି ଆମେ ଯେଉଁ ଚୋର ବିଷୟରେ କହିବାକୁ ଯାଉଛୁ , ତାହା ଲୋକେ ବହୁତ ପ୍ରଶଂସା କରିଥିଲେ , ବୋଧେ ଏହା ପ୍ରଥମ ଥର ପାଇଁ ଚୋରର ଏପରି କାରନାମା ଦେଖିବାକୁ ମିଳୁଥିଲା ।ହରିଆଣାର ସଫେଦାବାଅ ଏକ ଶ୍ମଶାନରୁ କିଛି ଦୁରରେ ଏକ ବାଇକ୍ ଅଚାନକ ଗାୟବ ହୋଇଗଲା , ବାଇକ୍ ପାଖରେ ମାଲିକ ସପିଙ୍ଗ୍ କରିବାକୁ ଯାଊଥିଲା ,
ଏବେ ଏହି ସପ୍ ବାହାରେ ଲାଗିଥିବା କ୍ୟାମେରାରୁ ଜଣା ପଡିବ କି କିପରି ସେ ଚୋରି କରୁଛି , ଚୋର୍ କେଉଁଠି ବାଈକ୍ ନେଇଯାଇଥିଲା ଏହା ପତ୍ତା ଲଗାଇବା କଷ୍ଟକର ଅଟେ , କିନ୍ତୁ ବାଈକ୍ ମାଲିକ ରିପୋର୍ଟ କରିବାକୁ ଯାଊଥିଲେ ତେବେ ଅଲଗା ଦିନ ବାଇକ୍ ସେହି ସ୍ଥାନରେ ରଖିଦେଇଥିଲା , ଓ ତାହା ସହ ଏକ ଚିଠି ବି ଛାଡିଯାଇଥିଲା ।ଏହି ଚିଠି ବାଇକ୍ ର ହେଡ୍ ଲାଇଟ୍ ଉପରେ ଲାଗିଥିଲା ଯାହାକି ଯେ କୌଣସି ଲୋକେ ଏହାକୁ ସହଜରେ ପଢିପାରିବେ ,
ସେଥିରେ ଲେଖାଥିଲା କି ଆଦରଣୀୟ ଭାଇ ସାହେବ , ବାଇକ୍ ମୁଁ ଚୋରାଇଥିଲି, ତାହା ପଛରେ ଏକ ବଡ ମଜବୁରୀ ଥିଲା , ମୋତେ କେବଳ ଗୋଟିଏ ଦିନ ପାଇଁ ବାଇକ୍ ଦରକାର ଥିଲା , ଚୋରୀରେ ସାମିଲ୍ ଥିବାର ଯୁବକର କିଛି ବି ଭାଗିଦାରୀ ନାହିଁ , କେବଳ ମୁଁ ହିଁ ଏହାର ଦୋଷୀ ଅଟେ , ମୁଁ ଫତେହାବାଦର ନିବାସୀ ଅଟେ, ଓ ଏହା ପ୍ରଥମ ଥର ବାଇକ୍ ଚୋରୀ କରିବାର ପ୍ରୟାସ ଥିଲା , ଏଥିପାଇଁ ମୋତେ ବାଧ୍ୟତାମୁଳକ ଚୋରୀ କରିବାକୁ ପଡିଲା , କୃପା କରି ପୋଲିସ୍ କାର୍ଯ୍ୟନୁଷ୍ଠନ କରନ୍ତୁ ନାହିଁ , ମୁଁ ଗରିବ ବାପା ଅଟେ, ଓ ଏହା ସହ ଏହା ବି କହିଲା କି ସେ ଟାଙ୍କି ଓ ଗାଡିର ଅନ୍ୟ ପାର୍ଟ୍ସ ଓ କାଗଜପତ୍ର ଗାଡିର ମାଲିକକୁ ଦେଇଦେବ । ଚୋର ଏହି ପତ୍ର ପଡିବାପରେ ବାଇକ୍ ମାଲିକ ନିଜେ ଏହି ଫଟୌ ସୋସିଆଲ୍ ମିଡିଆରେ ପୋଷ୍ଟ କରିକହିଲେ କି ବହୁତ ଲୋକେ ଏପରି ବାଧ୍ୟତାମୁଳକ ଚୋରି କରି ବସନ୍ତି , ଓ ଆମେ ତାଙ୍କୁ ଭୁଲ୍ ଭାବିବସିଥାଉ ।