March 19, 2025

Odia Express

Here, There and Everywhere

ନିଆରା ଜ୍ୱାଇଁ : ଯୌତୁକରେ ମାଗିଲେ ୧୧୦୦ ଚାରା ଗଛ – କାରଣ ଜାଣିଲେ ଆପଣ ମଧ୍ୟ କହିବେ ସବାସ…

ବର୍ତମାନ ସମୟରେ ଯୌତୁକ ପ୍ରଥାକୁ ନେଇ ପ୍ରାୟ ସବୁଦିନ କିଛି ନା କିଛି ଅଘଟଣ ଘଟୁଥିବାର ଦେଖିବାକୁ ମିଳୁଛି | ସବୁଦିନ ଯୌତୁକ ଜନିତ ନିର୍ଯ୍ୟାତନା ଓ ବଧୂହତ୍ୟା ଯେପରି ଏକ ସାଧାରଣ କଥା ହେଇ ଗଲାଣି | କିନ୍ତୁ ଏପରି ସମୟରେ ମଧ୍ୟ ଜଣେ ଏପରି ବର ଅଛନ୍ତି ଯିଏକି ଯୌତୁକ ରେ ଏପରି ଜିନିଷ ମାଗିଲେ ଯାହା ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ ନିଶ୍ଚୟ |ଆଜ୍ଞା ହଁ ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ବଳଭଦ୍ରପୁର ଗାଁରେବର୍ତମାନ ବାହାଘର ରେ ଆପଣ ମାନେ ଜାଣିଥିବେ ସମସ୍ତେ ବହୁତ ଖୁସି ଆନ୍ଦନ ରେ ଡିଜେ ବଜେଇ ବାଣ ଫୁଟେଇ ଖୁବ ଜାକଜମକ ରେ ବାହା ହେଉ ଛନ୍ତି ମାତ୍ର ସରୋଜକାନ୍ତ ବିଶ୍ୱାଳ ଙ୍କ ବାହାଘରେ ରେ ଘଟିଥିଲା କିଛି ଅଲଗା କଥା | ସେ ଯୌତୁକ ହିସାବରେ ମାଗିଥିଲେ ୧୧୦୦ଟି ଚାରା ଗଛ | ସେ ଜଣେ ବିଜ୍ଞାନ ଶିକ୍ଷକ ଥିବାବେଳେ । ଛୋଟବେଳୁ ତାଙ୍କ ସ୍ୱପ୍ନ ଥିଲା ବିନା ଯୌତୁକରେ ବିବାହ କରିବା

 

ସେ କୌଣସି ଯୌତୁକ ନେବା ପାଇଁ ମନାକରିବାରୁ ଝିଅ ଘର ତାଙ୍କୁ ବାଧ୍ୟ କରିଥିଲେ ,ଫଳରେ ସେ ଯୌତୁକ ପାଇଁ ଗଛ ଚାରା ଦେବାକୁ କହିଲେ | ବାସ୍ତବରେ ଆଜିକାଲି ସମୟରେ ପରିବେଶକୁ ନେଇ ଏପରି ଚିନ୍ତା କରୁଥିବା ଲୋକ ସତରେ କେତେ ମହାନ ଆପଣ ଭାବିଛନ୍ତି କି |ଏହା ବ୍ୟତୀତ ସେ ବିନା ସାଜସାଜ ରେ ବିବାହ ପାଇଁ ଚାଲି ଚାଲି ପ୍ରାୟ ଅଢେଇ କିଲୋମିଟର ଯାଇଥିଲେ |

 

ସେ ଚାଲି ଚାଲି ଯିବା ସମୟରେ ବାଟରେ ଲୋକଙ୍କୁ ଚାରା ବାଣ୍ଟି ବାଣ୍ଟି ଯାଇଥିଲେ ,ଓ ବାହାଘର ରେ ଆସିଥିବା ଅତିଥିମାନଙ୍କୁ ମଧ୍ୟ ଚାରା ଦେଇଥିଲେ ,ଆହୁରି ବଡ କଥା ଯେ ଏହି ବିବାହ ସମ୍ପୂର୍ଣ ପଲିଥିନ ମୁକ୍ତ ହେଇଥିବା.

ବାସ୍ତବରେ ଆଜିକାଲି ସମୟରେ ଏପରି ମହାନ ଲୋକ ମିଳିବ ବହୁତ କଷ୍ଟ | ଅନେକ ଲୋକ ଅନେକ ପ୍ରକାର ଆଡ଼ମ୍ବର ରେ ବିବାହ କରୁଥିବା ବେଳେ ସେ ଏପରି ନିଆରା ଯୌତୁକ ନେଇ ବିଭିର୍ନ ମହଲ ରୁ ପ୍ରଶଂସା ପାଇଛନ୍ତି | ବାସ୍ତବରେ ଭାଇଙ୍କ ଏହି ମହାନ କାମ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ

Leave a Reply

Your email address will not be published. Required fields are marked *