ପ୍ରକୃତ ବନ୍ଧୁ ସେ ହୋଇଥାଏ ଯେ ନିଜର ବନ୍ଧୁଙ୍କୁ ବିପଦ ସମୟରେ ସାହାଯ୍ୟ କରେ – ଜାଣିରଖନ୍ତୁ ପ୍ରକୁତ ବନ୍ଧୁ କିଏ କିପରି ଜାଣିବେ..
ଜୀବନରେ ବନ୍ଧୁତାର ସମ୍ପର୍କ ଅମୂଲ୍ୟ ହୋଇଥାଏ ଓ ଏହି ସମ୍ପର୍କ ବିଶ୍ଵାସ ଓ ପ୍ରେମର ଆଧାରରେ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କର ଜୀବନରେ ମଧ୍ୟ ଅନେକ ବନ୍ଧୁ ଥିଲେ । କିନ୍ତୁ ତାଙ୍କର ସବୁଠାରୁ ପ୍ରିୟ ବନ୍ଧୁ ସୁଦାମା ଥିଲେ । ସୁଦାମାଙ୍କ ସହ ଭଗବାନ ଶ୍ରୀକୃଷ୍ଣ ନିଜର ବାଲ୍ୟକାଳ କଟେଇ ଥିଲେ । ଏହି ଦୁଇଜଣଙ୍କ ବନ୍ଧୁତା ଗୋଟିଏ ଆଶ୍ରମରୁ ଆରମ୍ଭ ହୋଇଥିଲା । ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ସୁଦାମାଙ୍କ ସହ ପ୍ରଥମଥର ସାକ୍ଷାତ କରିଥିଲେ ସେତେବେଳେ ଏ ଦୁହେଁ ଜଣେ ଅନ୍ୟ ଜଣଙ୍କୁ ଜମା ଜାଣିନଥିଲେ । କିନ୍ତୁ ଯେତେବେଳେ ଏ ଦୁଇଜଣ ପରସ୍ପର ସହ ସମୟ ବିତେଇଲେ ତାପରେ ଏ ଦୁହେଁ ଘନିଷ୍ଠ ବନ୍ଧୁ ହୋଇଗଲେ । ଏହି ଦୁଇଜଣ ଏକାଠି ଆଶ୍ରମରେ ଅନେକ ସମୟ କଟେଇଛନ୍ତି ଓ ଶିକ୍ଷା ଗ୍ରହଣ କରିଛନ୍ତି । ଶିକ୍ଷା ଶେଷ କରି ଏମାନେ ନିଜ ନିଜ ଘରକୁ ପ୍ରତ୍ୟାଗମନ କରିଥିଲେ ଓ ଅନେକ ବର୍ଷ ପର୍ଯ୍ୟନ୍ତ ଏ ଦୁହେଁ ପରସ୍ପରକୁ ସାକ୍ଷାତ କରିନଥିଲେ ।
ଶ୍ରୀକୃଷ୍ଣ ବହୁତ ଧନୀ ଥିଲେ ଓ ସୁଦାମା ଅତ୍ୟନ୍ତ ଗରିବ । ସୁଦାମା ଲୋକଙ୍କ ଠାରୁ ଧାନ ଚାଉଳ ମାଗିକରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଦିନେ ସୁଦାମାଙ୍କ ପତ୍ନୀ ସୁଦାମାଙ୍କୁ କହିଲେ ଯେ ସେ ଶ୍ରୀକୃଷ୍ଣଙ୍କ ପାଖକୁ ଯାଇ ତାଙ୍କୁ ସାକ୍ଷାତ କରନ୍ତୁ । ସେ ଯେତେବେଳେ ଆମ ଦୁର୍ଦ୍ଦଶା ବିଷୟରେ ଜାଣିବେ ତେବେ ସେ ନିଶ୍ଚୟ ସହାୟତା କରିବେ । ନିଜର ପତ୍ନୀଙ୍କ କଥା ମାନି ସୁଦାମା ଶ୍ରୀକୃଷ୍ଣଙ୍କ ନିକଟକୁ ସାକ୍ଷାତ କରିବା ନିମନ୍ତେ ଯିବାକୁ ରାଜି ହେଲେ ।
ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବାକୁ ଯେବେ ସୁଦାମା ତାଙ୍କ ମହଲକୁ ଗଲେ , ମହଲ ବାହାରେ ଥିବା ସିପାହୀ ମାନେ ତାଙ୍କୁ ଭିତରକୁ ଯିବାକୁ ଦେଲେନାହିଁ। ସୁଦାମା ସିପାହୀଙ୍କୁ କହିଲେ ଯେ ସେ ଶ୍ରୀକୃଷ୍ଣଙ୍କ ମିତ୍ର ଅଟନ୍ତି। କିନ୍ତୁ ସୁଦାମାଙ୍କ ଏହି କଥା ଶୁଣି ସିପାହୀ ମାନେ ହସିବାକୁ ଲାଗିଲେ । ଯେବେ ଶ୍ରୀକୃଷ୍ଣଙ୍କୁ ଖବର ମିଳିଲା ଯେ ସୁଦାମା ନାମରେ ଜଣେ କିଏ ତାଙ୍କୁ ସାକ୍ଷାତ ନିମନ୍ତେ ଆସିଛନ୍ତି , ତେବେ ଶ୍ରୀକୃଷ୍ଣ ଦଉଡି କରି ସୁଦାମାଙ୍କ ନିକଟକୁ ଗଲେ ଓ ତାଙ୍କୁ ଆଲିଙ୍ଗନ କଲେ। ଶ୍ରୀକୃଷ୍ଣ ଭବ୍ୟ ଭାବରେ ନିଜର ବନ୍ଧୁଙ୍କୁ ସ୍ଵାଗତ କଲେ ।
ଶ୍ରୀକୃଷ୍ଣଙ୍କୁ ଦେଖି ସୁଦାମା ତାଙ୍କୁ ଗୋଟିଏ ପ୍ରଶ୍ନ କଲେ ଓ ପଚାରିଲେ, କୃଷ୍ଣ ମୁଁ ଗରିବ ହୋଇ କାହିଁକି ରହିଗଲି? ସୁଦାମାଙ୍କ କଥା ଶୁଣି ଶ୍ରୀକୃଷ୍ଣ ତାଙ୍କୁ ଆଶ୍ରମ ସମୟର ଗୋଟିଏ କଥା ସ୍ମରଣ କରେଇଦେଇ କହିଲେ , ତୁମର ମନେଥିବ ଠାରେ ଆମେ ଦୁହେଁ ଜଙ୍ଗଲରେ କାଠ କାଟିବା ନିମନ୍ତେ ଯାଉଥିଲେ । ସେତେବେଳେ ଆମକୁ ଗୁରୁମା କିଛି ଚଣା ଖାଇବାକୁ ଦେଇଥିଲେ ଓ କହିଥିଲେ ଆମେ ଦୁହେଁ ଏହି ଚଣା ନିଜ ମଧ୍ୟରେ ବାଣ୍ଟିନେବା । କିନ୍ତୁ ତୁମେ ସେସବୁ ଚଣା ଏକୁଟିଆ ଖାଇଦେଇଥିଲ। ଏହି କାରଣରୁ ତୁମେ ଆଜି ଦରିଦ୍ର ରହିଗଲ। ପିଲାବେଳେ ତୁମେ କରିଥିବା ଏହି ଭୁଲ ଯୋଗୁ ତୁମ ସହ ଏପରି ସବୁ ହେଉଛି । ସୁଦାମାଙ୍କୁ ତାଙ୍କର ଭୁଲ ସ୍ମରଣ କରେଇଦେଲା ପରେ ଶ୍ରୀକୃଷ୍ଣ ତାଙ୍କୁ ସହାୟତା ଦେଇଥିଲେ ଓ ସୁଦାମାଙ୍କୁ କେତୋଟି ରାଜ୍ୟର ରାଜା ବନେଇଦେଲେ ।
ସୁଦାମା ଓ ଶ୍ରୀକୃଷ୍ଣଙ୍କ ଜୀବନ ସହ ଯୋଡିହୋଇଥିବା ଏହି କଥା ଆମକୁ ଏହି ଜ୍ଞାନ ପ୍ରଦାନ କରୁଛି ଯେ ପ୍ରକୃତ ମିତ୍ରଙ୍କୁ କିପରି ପରସ୍ପର ସହ ବ୍ୟବହାର କରିବା ଆବଶ୍ୟକ ଓ ଜଣେ ଅନ୍ୟଜଣଙ୍କର ସହାୟତା କରିବା ଉଚିତ ।