୫୦୦ ବର୍ଷ ପୁରୁଣା ଏହି ବରଗଛ ପାଖରେ ଯିବାକୁ ଲୋକେ କରନ୍ତି ଭୟ – ଏହି ଗଛ ମଧ୍ୟରେ ଏକ ଭୟାନକ ରହସ୍ୟ ଲୁକ୍କାୟିତ ରହିଛି ଯାହାକୁ ଜାଣିଲେ ଲୋକେ ଭୟଭୀତ ହୋଇଯାଆନ୍ତି…
ଆଜି ଆମେ ଆପଣଙ୍କୁ ଏମିତି ଏକ ବରଗଛ ବିଷୟରେ କହିବାକୁ ଯାଉଛୁ ଯାହା ଏକ ମୃତ୍ୟୁର ଛାଇ ଭଟକୁଛି , ଯିଏ ବି ଏହି ବରଗଛ ସହ କିଛି କରେ ତେବେ ସେ ନିଜ ମୃତ୍ୟୁକୁ ଡକାଇଥାଏ , ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କ ଛଡା କିଛି ଗଛକୁ ପୁଜା କରାଯାଏ ଯେପରି ତୁଳସୀ ,ଅଶ୍ୱତଥ ଓ ବରଗଛ ପୁଜା କରାଯାଏ , ସକାଳୁ ସକାଳୁ ଲୋକେ ଗାଧୋଇକରି ତୁଳସୀ ଗଛ ମୁଳେ ପାଣି ଅର୍ପଣ କରନ୍ତି , ଶନିବାରକୁ ଅଶ୍ୱତଥ ଗଛ ମୁଳେ ଦୀପ ଜଳାଯାଏ , ଏହା ଛଡା ବରଗଛକୁ ବର୍ଷକୁ ଥରେ ବଡ ପୁଜା କରାଯାଏ , ଯେଉଁଥିରେ ମହିଳାମାଣେ ବରଗଛର ଚାରିପଟେ ନିଜ ମାନସିକ ଫିତା ବାନ୍ଧିଥାନ୍ତି , ଓ ବ୍ରତ ରଖନ୍ତି , କିନ୍ତୁ ଆପଣ କେବେ ଜାଣିନଥିବେ କି ଏପରି ଏକ ବରଗଛ ଅଛି ଯାହାକୁ ମୃତ୍ୟୁର ଗଛ ବୋଲି କୁହାଯାଏ ।
ଏହି ବରଗଛ ଫତେହପୁର ସାହିବ ଜିଲ୍ଲାରେ ଅଛି ,କୁହାଯାଏ କି ଏହି ବରଗଛ ପାଖରେ ଲୋକ ଯିବାକୁ ଡରନ୍ତି , ଯିଏ ବି ଏହି ଗଛ ମୁଳକୁ ଯାଏ , ସେ ଜୀବିତ ରହିପାରେ ନାହିଁ । ଏଠାରେ ଯେଉଁ ଗଛରେ ଏହାର ଜଡ ବ୍ୟାପେ ସେଠାରେ ଚାଷୀ କ୍ଷେତି କରିବା ଛାଡିଦିଅନ୍ତି ।
୫୦୦ ବର୍ଷ ପୁରୁଣା ଏହି ବରଗଛର ଏକ ଏପରି ମାନ୍ୟତା ଅଛି କି ଏହାର ବଢିଥିବା ଗଛକୁ କାଟିଲେ ତାର ପରିବାରର କୌଣସି ବ୍ୟକ୍ତି ଜୀବିତ ରୁହେ ନାହିଁ ।
ଏହି ଭୟାନକ ବରଗଛ ବିଷୟରେ ଏପରି ମାନ୍ୟତା ଅଛି କି ଏହା ବହୁତ ବର୍ଷ ପୂର୍ବରୁ ଏକ ସନ୍ଥ ରହୁଥିଲେ । ଯିଏ ଏକ ଚାଷୀର ସନ୍ତାନ ନହେବା କଥା ଶୁଣିଥିଲେ । ଯାହାପରେ ସେହି ସନ୍ଥ ଚାଷୀ ଚାଷୀକୁ ଏକ ଭଷ୍ମ ସ୍ତ୍ରୀକୁ ଖୁଆଇବାକୁ ଦେଇଥିଲେ । କିନ୍ତୁ ଚାଷୀ ସ୍ତ୍ରୀ ଭଷ୍ମ ଖାଇବାକୁ ମନାକରିଥିଲେ ।ଯାହାପରେ ଚାଷି ପୁଣି ଆସି ସନ୍ଥଙ୍କୁ ଭଷ୍ମ ଫେରାଇବାକୁ ଲାଗିଲା , ଯାହା ପରେ ସନ୍ଥ ସେହି ଭଷ୍ମକୁ ଫେରାଇନେବାକୁ ମନା କରିଦେଇଥିଲେ । ତେବେ ସେହି ଚାଷି ଭସ୍ମ ତଳେ ରଖିଦେଇଥିଲା, କିଛି ସମୟ ପରେ ସେଠାରେ ଏକ ବରଗଛ ଉତ୍ପନ୍ନ ହେଲା , ଯାହା ଆଜି ପର୍ଯ୍ୟନ୍ତ ତାହାକୁ ମୃତ୍ୟୁର ଛାଇ ବୋଲି ଲୋକେ ଜାଣିଛନ୍ତି ।